News

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ଚିଠି

ଦୁଇଟି ଜନାଦେଶ ବିଶ୍ୱ ପରିବେଶ ଦିବସ ଓ ଜୁନ ୩୦, ୨୦୨୨ ସୁଦ୍ଧା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ର ସମାପ୍ତି ଘଟାଇବା ଲକ୍ଷ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରି ଏହି ଦୁଇଟି ଜନାଦେଶକୁ ସଫଳ କରିବା ପାଇଁ ବିବିଧ କାର୍ଯ୍ୟକଳାପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

05 June, 2022 12:49 PM IST By: Shuvanshu Kar

ଆଜି ବିଶ୍ବ ପରିବେଶ ଦିବସ(World Environment Day) । ସବୁଠି ପରିବେଶ ସୁରକ୍ଷାର କଥା । ଏହାରି ମଧ୍ୟରେ ଦେଶକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ (SUP​) ମୁକ୍ତ କରିବା ନିମନ୍ତେ ଓ ସ୍ୱଚ୍ଛ ଓ ସବୁଜ ଜନାଦେଶ ଜରିଆରେ ପରିବେଶର ଉନ୍ନତି ଆଣିବାର ପ୍ରୟାସ ଚାଲିଛି ।

ପ୍ରଧାନମନ୍ତ୍ରୀ ୨୯ ମେ, ୨୦୨୨ ଦିନ ତାଙ୍କର ୮୯ତମ ମନ୍ କୀ ବାତ୍‌ରେ ଦେଶକୁ ସମ୍ବୋଧିତ କଲାବେଳେ ଦେଶବାସୀଙ୍କୁ ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛତା ଓ ବୃକ୍ଷରୋପଣ ଦିଗରେ କିଛି କରିବାକୁ ନିବେଦନ କରିଥିଲେ। ଦୁଇଟି ଜନାଦେଶ ବିଶ୍ୱ ପରିବେଶ ଦିବସ ଓ ଜୁନ ୩୦, ୨୦୨୨ ସୁଦ୍ଧା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ର ସମାପ୍ତି ଘଟାଇବା ଲକ୍ଷ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରି ଏହି ଦୁଇଟି ଜନାଦେଶକୁ ସଫଳ କରିବା ପାଇଁ ବିବିଧ କାର୍ଯ୍ୟକଳାପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିମଧ୍ୟରେ ବଡ ଧରଣର ସଫେଇ ଅଭିଯାନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଧ୍ୟାନ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏଥିରେ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଏନଜିଓ/ସିଏସଓ, ଏନଏସ୍‌ଏସ୍ ଓ ଏନସିସି କ୍ୟାଡେଟ, ଆରଡବ୍ଲୁଏଏସ, ବଜାର ସଂଘ, ବାଣିଜ୍ୟିକ ପ୍ରତିଷ୍ଠାନମାନେ ଅଂଶ୍ରଗ୍ରହଣ କରିବେ ।

ଦେଶବ୍ୟାପୀ ଏସୟୁପି ନିଷେଧ ପାଇଁ ଅଙ୍ଗୀକାରବଦ୍ଧ ଦେଶରେ ଅସଂଖ୍ୟ ପ୍ରସ୍ତାବ ଆସିଥିଲା । ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ ୨.୦ କାର୍ଯ୍ୟକ୍ରମ ଦେଶର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଅଭିଯାନ ଅଧୀନରେ ଏସୟୁପି ବା ପ୍ଲାଷ୍ଟିକ ବର୍ଜ୍ୟ ପରିଚଳନାକୁ ଅଗ୍ରାଧିକାର ଦିଆଯାଉଛି । ଅଭିଯାନ ଅଧୀନରେ ପ୍ରତ୍ୟେକ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ବର୍ଜ୍ୟବସ୍ତୁ ଅଲଗା କରିବ । ପ୍ଲାଷ୍ଟିକ ବର୍ଜ୍ୟ ସାମଗ୍ରୀ ସମେତ ଶୁଖିଲା ବର୍ଜ୍ୟବସ୍ତୁକୁ ପୁନଃ ପ୍ରକ୍ରିୟାକରଣ କରି ତାହାକୁ ମୂଲ୍ୟଯୁକ୍ତ ପଦାର୍ଥରେ ପରିଣତ କରିବେ ଯେପରିକି ପ୍ଲାଷ୍ଟିକ କାର୍ଯ୍ୟ ସାମଗ୍ରୀ ଖତଗଦା ବା ଜଳାଶ୍ରୟ ଇତ୍ୟାଦିରେ ନ ମିଶେ ତାହା ଦେଖିବାକୁ ହେବ ।

୪୭୦୪ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରୁ ୨୫୯୧ ଜଣ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏମଓଇଏଫ ଆଣ୍ଡ ସିସି ନିର୍ଦ୍ଦେଶକ୍ରମେ ଏସୟୁପି ନିଷେଧ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରି ସାରିଥିବାବେଳେ, ଅବଶିଷ୍ଟ ୨୧୦୦ ରୁ ଅଧିକ ସ୍ୱାୟତ୍ତଶାସନ ସଂସ୍ଥା ଯେପରି ଏହା ଜୁନ ୩୦, ୨୦୨୨ ସୁଦ୍ଧା ପ୍ରକାଶ କରିବେ ତାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସୁନିଶ୍ଚିତ କରିବେ । ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ହଟସ୍ପଟମାନ ଚିହ୍ନଟ କରି ସେଗୁଡିକୁ ହଟାଇ ଦେବେ । ଏଥିରେ ସେମାନେ ରାଜ୍ୟ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହାୟତା ନେବା ସହ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ପ୍ରବର୍ତ୍ତନବାହିନୀ ଗଠନ ସହ ଆକସ୍ମିକ ନିରୀକ୍ଷଣ ଓ ଭାରି ଅର୍ଥଦଣ୍ଡ ଏହାର ଖିଲାପକାରୀଙ୍କ ଉପରେ କରି ଏସୟୁପି ନିଷେଧ ଦିଗରେ କାର୍ଯ୍ୟ କରିବେ ।

ପିଡବ୍ଲୁଏମ ସଂଶୋଧିତ ନିୟମ ୨୦୨୧ ଅନୁସାରେ ପ୍ରସ୍ତୁତି ଆମଦାନୀ, ଭଣ୍ଡାରଣ, ବଣ୍ଟନ, ବିକ୍ରୟ ଓ ପଲିଥିନ ବ୍ୟାଗ ପ୍ରକ୍ରିୟାକୃତ ପ୍ଳାଷ୍ଟିକ ୭୫ମାଇକ୍ରନରୁ କମ୍ (୭୫ ଅର୍ଥାତ୍ ୦.୦୭୫୩ ମୋଟୋଇ) ୩୦ ସେପ୍ଟେମ୍ବର ୨୦୨୧ଠାରୁ ନିଷେଧ କରାଯାଇଛି । ପୂର୍ବରୁ ୫୦ମାଇକ୍ରମ ପିଡବ୍ଲଏମ ନିୟମ, ୨୦୧୬ ଅଧୀନରେ ସୁପାରିଶ କରାଯାଇଥିଲା । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଏଣିକି ରାସ୍ତାକଡ ବିକ୍ରେତା, ସ୍ଥାନୀୟ ଦୋକାନୀ, ପରିବା ବିକ୍ରେତା ଇତ୍ୟାଦିଙ୍କଠାରୁ ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ ନ ନେଇ ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ ।

ନବନୀକରଣ ହେବ ପ୍ଲାଷ୍ଟିକ

ପ୍ଲାଷ୍ଟିକ ବୋତଲ ର ସୌନ୍ଦର୍ଯ୍ୟ....

ପିଡବ୍ଲଏମ (ସଂଶୋଧିତ)ନିୟମ ୨୦୨୧ ଅନୁସାରେ ଆଇନକୁ ଲାଗୁ କରିବା ପାଇଁ ପ୍ରଶଂସାସୂଚକ ପଦକ୍ଷେପମାନ ନିଆ ହେବ । ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ବିକଳ୍ପ(କପଡା, ଝୋଟ, ମାଟିରେ ମିଶିଯାଉଥିବା ଖାଇବା ସାଜ) ଇତ୍ୟାଦି ଯେପରି ବଜାରରେ ଉପଲବ୍ଧ ହୁଏ ଓ ପ୍ଲାଷ୍ଟିକ ବିକଳ୍ପ ସାମଗ୍ରୀ ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ବାଣିଜ୍ୟିକ ସଂସ୍ଥା ଯେଉଁମାନେ ବୋତଲଯୁକ୍ତ ପାନୀୟ କାରବାର କରୁଛନ୍ତି, ସେମାନଙ୍କୁ ବୋତଲ ବ୍ୟାଙ୍କ ସ୍ଥାପନା ନିମନ୍ତେ ଅନୁରୋଧ କରାଯାଇପାରିବ ଏବଂ ସେମାନେ ପୁନଃବ୍ୟବହରକ୍ଷମ ରିହାତି ମୂଲ୍ୟ ପ୍ଲାଷ୍ଟିକ ବୋତଲ ବୁଥ ବିଭିନ୍ନ ସ୍ଥାନରେ ‌ସ୍ଥାପନ କରି ତାଙ୍କର ଉତ୍ପାଦ ଦାୟିତ୍ୱଭାବେ ବହନ କରିବେ । ଏଥିରେ ସ୍ୱାୟତ୍ତ ଶାସନ ସଂସ୍ଥାଗଣ ଝୋଲା, ବାସନକୁସନ, ଟୁଙ୍ଗୀ ବା ଭଣ୍ଡାର ସ୍ଥାପନ କରି ନାଗରିକମାନଙ୍କୁ ଏସୟୁପିର ବିକଳ୍ପ ପ୍ରଦାନ କରିପାରିବେ । ଏହି ସବୁ ବ୍ୟବସ୍ଥା ସାଧାରଣ ସଭା ଓ ପର୍ବପର୍ବାଣୀରେ କରାଯାଇ ଏସୟୁପି ବ୍ୟବହାର ରୋକାଯିବ । ଏହି ପଦକ୍ଷେପଗୁଡିକୁ ସ୍ୱଚ୍ଛତା ରଥ ଜରିଆରେ ସର୍ବସାଧାରଣ ସ୍ଥାନ, ବଜାରଘାଟ ଓ ଅନ୍ୟାନ୍ୟ ଭିଡ ଯାଗାରେ ସଚେତନତା ସୃଷ୍ଟି ଏସୟୁପି ବ୍ୟବହାର ବିକଳ୍ପ ପାଇଁ କରାଯାଇପାରିବ । ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକୁ ନିକଟବର୍ତ୍ତୀ ସିମେଣ୍ଟ କାରଖାନା ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରି ପ୍ଲାଷ୍ଟିକ ବର୍ଜ୍ୟ ଯେପରି ସିମେଣ୍ଟ କାରଖାନାରେ ବିକଳ୍ପ ଇନ୍ଧନ ବା ରାସ୍ତା ନିର୍ମାଣ ବାବଦ ଖର୍ଚ୍ଚ ହୁଏ ସେଥିପାଇଁ ପରାମର୍ଶ ଦିଆଯାଇଛି ।ରାସ୍ତା ନିର୍ମାଣ ପାଇଁ ସ୍ୱାୟତ୍ତ ଶାସନ ସଂସ୍ଥା ବା ସେମାନଙ୍କ ପୂର୍ତ୍ତ ବିଭାଗକୁ ଏକ ସବିଶେଷ ଏସୟୁପି ବ୍ୟବହାର ଯୋଗ୍ୟ ଯୋଜନା ପ୍ରସ୍ତୁତ କରିବାକୁ ହେବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାର୍ଗଦର୍ଶିକା ବିପୁଳ ଜନ ସହଭାଗିତା ପାଇଁ ଇଙ୍ଗିତ ଦେଉଛି । ସେଥିପାଇଁ ବିଭିନ୍ନ ଶ୍ରେଣୀର ନାଗରିକ, ମେୟର, ୱାର୍ଡ ପରିଷଦ ସଭ୍ୟ ଭଳି ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଚାସେବୀ ସଂଗଠନ, ସ୍ଥାନୀୟ ଏନଜିଓ, ସିଏସଓ, ଆବାସିକ କଲ୍ୟାଣ ସଂଘ, ବଜାରସଂଘ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଯୁବା ସଂଗଠନ ମିଳିମିଶି ଏସୟୁପି ନିଷେଧ ଓ ଏହାକୁ ଲାଗୁ କରିବା ନେଇ ଉଦ୍ୟମ କରିବେ । ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବାକୁ ନାଗରିକମାନଙ୍କୁ ଶପଥପାଠ କରାଇବେ ବା ଏଥିପାଇଁ ଉତ୍ସାହିତ କରିବେ ।

ଏହି ସମସ୍ତ ପଦକ୍ଷେପ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସ୍ୱାୟତଶାସନ ସଂସ୍ଥାଗୁଡିକ ଦ୍ୱାରା ଏକ ସବିଶେଷ ପ୍ରୋଟୋକଲ ଜରିଆରେ ନଥିଭୁକ୍ତ ହୋଇ ସର୍ବୋଚ୍ଚ ସ୍ତରରେ ନିରୀକ୍ଷଣ ହେବ ।

ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଏହା ଆବର୍ଜନା ମୁକ୍ତ ନଗରୀ ସୃଷ୍ଟି ପାଇଁ ସଂକଳ୍ପବଦ୍ଧ । ବିସ୍ତୃତ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱାରା ଦେଶରେ ଏହା କରାଯାଇପାରିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)