
Centurion University of Technology and Management hosted a "G20 Event"
ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ, ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l
ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ସାଧାରଣଜ୍ଞାନ ପ୍ରତିଯୋଗିତା" ,"ଏକ ସଙ୍ଗୀତ ପ୍ରତିଯୋଗିତା" ଏବଂ "ଏକ ନୃତ୍ୟ ପ୍ରତିଯୋଗିତା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 18 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ହିଲ-ଟପ ସ୍ନାତକ ମହାବିଦ୍ୟାଳୟ ,ମୋହନା,ଗଜପତିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ 48 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।
କର୍ମଶାଳାର ମୁଖ୍ୟ ଅତିଥି
G20 ପ୍ରେସିଡେନ୍ସିର ଏହି ବକୃତା ପ୍ରତିଯୋଗିତା ,ସଙ୍ଗୀତ ପ୍ରତିଯୋଗିତା,ନୃତ୍ୟ ପ୍ରତିଯୋଗିତାରେ ଶ୍ରୀଯୁକ୍ତ ଅସୀମ ପାଢ଼ୀ ,ସେଣ୍ଟର ହେଡ଼ ,ଗ୍ରାମ ତରଙ୍ଗ ,ପେରଳାଖେମୁଣ୍ଡି ,ଗଜପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ପଣ୍ଡା ଏବଂ ଡକ୍ଟର ସୌରଭ ବର୍ମନ , ଆସୋସିଏଟ ପ୍ରଫେସର ,CUTM ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ l
ପ୍ରତିଯୋଗିତାର ଫଳାଫଳ
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି ସାଧାରଣଜ୍ଞାନ ପ୍ରତିଯୋଗିତା ,ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏଥିସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସାଗରୀକା ପଣ୍ଡା ,ଦ୍ଵିତୀୟ ସ୍ଥାନରେ ଦିବ୍ୟଦତ୍ତ ନାୟକ,ତୃତୀୟ ସ୍ଥାନରେ ତରୁଣ ନାୟକ ଏବଂ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସୀତା ଖାନଜି,ଦ୍ଵିତୀୟ ସ୍ଥାନରେ ସୁନିତା ନାୟକ ,ତୃତୀୟ ସ୍ଥାନରେ ମୌସନିତା ଶବରଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି ପ୍ରତିଯୋଗିତା ଛାତ୍ରମାନଙ୍କୁ ଏହି କ୍ଷେତ୍ରରେ ସମସାମୟିକ ପ୍ରତିଭାଙ୍କ ନିକଟରେ ପ୍ରକାଶ କରି ସେମାନଙ୍କର ସୃଜନଶୀଳ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ | ସେମାନଙ୍କ ସାଥୀଙ୍କ କାର୍ଯ୍ୟକୁ ନଜରରେ ରଖି ଛାତ୍ରମାନେ ସେମାନଙ୍କର କୌଶଳ ଏବଂ ଅନ୍ୟ କଳାକାରଙ୍କ ଫଳାଫଳକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରିବାର ସୁଯୋଗ ମିଳିଥାଏ | ଏହି ପ୍ରତିଯୋଗିତା ଛାତ୍ରମାନଙ୍କୁ ଦଳ କାର୍ଯ୍ୟ ଏବଂ ସହଯୋଗ କୌଶଳ ବିକାଶ କରିବାରେ, ସେମାନଙ୍କର ଅନ୍ତର୍ନିହିତ ପ୍ରେରଣାକୁ ବଢାଇବାକୁ , ମାନସିକ ଦୃଢ଼ତା ଏବଂ ସାମାଜିକ ଏବଂ ଭାବପ୍ରବଣତା ବୃଦ୍ଧି କରିବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ |
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,ସାମଗ୍ରିକ ବିକାଶକୁ ଗୁରୁତ୍ୱ
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,ସାମଗ୍ରିକ ବିକାଶକୁ ଗୁରୁତ୍ୱ
Share your comments