News

ନିର୍ମାଣ ଶ୍ରମିକମାନଙ୍କ ସେସ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସୂଚନା, ୩୮୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବହାର କରିନାହାନ୍ତି ରାଜ୍ୟ

ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟଗୁଡିକ ୩୮୦୦୦ କୋଟିରୁ ଅଧିକ ଟଙ୍କା ସେସ୍ ବ୍ୟବହାର କରିନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

27 August, 2022 12:00 PM IST By: Shuvanshu Kar

ର୍ନିମାଣ ଏବଂ ର୍ନିମାଣ ଶ୍ରମିକମାନଙ୍କ(construction workers) ପାଇଁ ସେସ୍(cess) ର ଉପଯୋଗ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟଗୁଡିକ ୩୮୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବହାର କରିନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମ ମନ୍ତ୍ରୀ(Labour Ministers)ଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଏହି ତଥ୍ୟ ରଖିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ର୍ନିମାଣ ଏବଂ ର୍ନିମାଣ ଶ୍ରମିକମାନଙ୍କ ପାଇଁ ସେସ୍‍ ର ସମ୍ପୂର୍ଣ୍ଣ ଉପଯୋଗ ଏକ ଜରୁରୀ ଅଟେ । କୋଠାବାଡି ଏବଂ ର୍ନିମାଣ ଶ୍ରମିକମାନେ ଆମର ଶ୍ରମଶକ୍ତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅବଗତ କରାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ସେସ୍‌ର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋତେ କୁହାଯାଇଛି ଯେ ଏହି ସେସ୍ ମଧ୍ୟରୁ ପ୍ରାୟ ୩୮,୦୦୦ କୋଟି ଟଙ୍କା ରାଜ୍ୟମାନେ ବ୍ୟବହାର କରିନାହାଁନ୍ତି । ଆୟୁଷ୍ମାନ ଭାରତ ଯୋଜନା ସହିତ ଇଏସ୍‍ଆଇସି ମିଶି କିପରି ଅଧିକରୁ ଅଧିକ ଶ୍ରମିକ ଉପକୃତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆମର ଏହି ସାମୂହିକ ପ୍ରୟାସ ଦେଶର ପ୍ରକୃତ ସମ୍ଭାବନାକୁ ପରିପ୍ରକାଶ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଭାରତର ଜନସଂଖ୍ୟାଗତ ଲାଭାଂଶ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତର ସଫଳତା ଏହା କେତେ ଭଲ ବ୍ୟବହାର ତାହା ଉପରେ ର୍ନିଭର କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏକ ଉଚ୍ଚମାନର କୁଶଳୀ ଶ୍ରମଶକ୍ତି ସୃଷ୍ଟି କରି ବିଶ୍ୱସ୍ତରୀୟ ସୁଯୋଗର ଲାଭ ଉଠାଇ ପାରିବା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆଲୋକପାତ କରିଛନ୍ତି ଯେ ଭାରତ ବିଶ୍ୱର ଅନେକ ଦେଶ ସହିତ ସ୍ଥାନାନ୍ତରଣ ଏବଂ ଗତିଶୀଳତା ସହଭାଗୀତା ଚୁକ୍ତି ସ୍ୱାକ୍ଷର କରୁଛି ଏବଂ ଏହି ସୁଯୋଗର ଫାଇଦା ନେବାକୁ ଦେଶର ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଆମକୁ ଆମର ଉଦ୍ୟମ ବୃଦ୍ଧି କରିବାକୁ ହେବ, ପରସ୍ପରଠାରୁ ଶିଖିବାକୁ ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସାମାଜିକ ସୁରକ୍ଷା ଆଭିମୁଖ୍ୟରେ ଶ୍ରମଶକ୍ତିକୁ ଆଣିବା ପାଇଁ ଇ-ଶ୍ରମ ପୋର୍ଟାଲ ହେଉଛି ଅନ୍ୟତମ ପ୍ରମୁଖ ପଦକ୍ଷେପ । କେବଳ ଗୋଟିଏ ବର୍ଷ ମଧ୍ୟରେ ୪୦୦ ଟି ଅଞ୍ଚଳର ପ୍ରାୟ ୨୮ କୋଟି ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି । ଏହା ବିଶେଷ କରି ର୍ନିମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଏବଂ ଘରୋଇ ଶ୍ରମିକମାନଙ୍କୁ ଉପକୃତ କରିଛି ।

ଇ- ଶ୍ରମ ପୋର୍ଟାଲରେ କେତେ ଅଣସଂଗଠିତ ଶ୍ରମିକମାନଙ୍କ ନାମ ହୋଇଛି ପଞ୍ଜୀକରଣ ?

National Labour Conference: ଗୁରୁବାର ସମସ୍ତ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)