1. କୃଷି ଖବର

ଇ- ଶ୍ରମ ପୋର୍ଟାଲରେ କେତେ ଅଣସଂଗଠିତ ଶ୍ରମିକମାନଙ୍କ ନାମ ହୋଇଛି ପଞ୍ଜୀକରଣ ?

୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶରେ ମୋଟ ୧୭,୭୭,୭୩,୫୯୫ ଜଣ ଅସଂଗଠିତ ଶ୍ରମିକଙ୍କ ନାମ ଇ- ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଛି ।

Shuvanshu Kar
Shuvanshu Kar
Unorganized Workers Registered on E-Shram Portal

Unorganized Workers Registered on E-Shram Portal

୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶରେ ମୋଟ ୧୭,୭୭,୭୩,୫୯୫ ଜଣ ଅସଂଗଠିତ ଶ୍ରମିକଙ୍କ ନାମ ଇ- ଶ୍ରମ ପୋର୍ଟାଲ(e-Shram portal)ରେ ପଞ୍ଜୀକରଣ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଏଭଳି ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣ ଯୋଜନାର ସୁବିଧା ଦେଶର ଅସଂଗଠିତ ଶ୍ରମିକମାନଙ୍କୁ ଇ- ଶ୍ରମ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରାଯାଇ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ପଞ୍ଜୀକୃତ ଶ୍ରମିକମାନେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା Pradhan Mantri Shram Yogi Maandhan Yojna (PM-SYM) ଏବଂ ବ୍ୟବସାୟୀମାନଙ୍କ ନିମନ୍ତେ ଜାତୀୟ ପେନସନ୍‌ ଯୋଜନା National Pension Scheme for Traders (NPS-Traders)ର ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏହିସବୁ ଯୋଜନା ମାଧ୍ୟମରେ ପଞ୍ଜୀକୃତ କରାଯାଇଥିବା ଅସଂଗଠିତ ଶ୍ରମିକମାନଙ୍କ ମଧ୍ୟରେ ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ୨୨.୨% ତଫସିଲଭୁକ୍ତ ଜାତି ଏବଂ ୭.୨% ତଫସିଲଭୁକ୍ତ ଜନଜାତିର ଶ୍ରମିକ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ ଏବେ ସାଧାରଣ ସୁବିଧା କେନ୍ଦ୍ର (ସିଏସସି) ଏବଂ ରାଜ୍ୟ ସେବା କେନ୍ଦ୍ର (ଏସଏସକେ)ମାନ ଖୋଲାଯାଇ ଇ- ଶ୍ରମ ପୋର୍ଟଲ ଜରିଆରେ ଶ୍ରମିକମାନଙ୍କ ନାମ ପଞ୍ଜୀକରଣ ସୁବିଧା ଯୋଗାଇ ଦିଆଯାଉଛି । ଯେକୌଣସି ଅସଂଗଠିତ ଶ୍ରମିକ ସହଜରେ ନିଜର ନାମ ସିଏସସି କିମ୍ବା ଏସଏସକେରେ ସ୍ୱପଞ୍ଜୀକରଣ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ । ସିଏସସି ପକ୍ଷରୁ ବିଭିନ୍ନ ପ୍ରକାର ଶିବିରମାନ ଆୟୋଜନ କରାଯାଇଛି ଯେଉଁଥିରେ ରାତ୍ରିକାଳୀନ ଶିବିର ସାମିଲ ଯାହାକି ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣର ସୁବିଧା ଯୋଗାଇ ଦେଇଥାଏ । ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏକ ଜାତୀୟ ହେଲ୍ପଡେସ୍କ ମଧ୍ୟ ଯୋଗାଇ ଦିଆଯାଇଛି ଯେଉଁଥିରେ ଏକ ଦେୟମୁକ୍ତ ଟେଲିଫୋନ୍‌ ନମ୍ବର ୧୪୪୩୪ର ସୁବିଧା ରହିଛି ଏବଂ ତାହା ଅସଂଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାରେ ସହାୟକ ହୋଇଥାଏ ତଥା ମାର୍ଗ ଦର୍ଶନ କରିଥାଏ । ଅଧିକନ୍ତୁ ଇ-ଶ୍ରମ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାପା ଓ ସାମାଜିକ ଗଣମାଧ୍ୟମକୁ ମଧ୍ୟ ବ୍ୟବହାର କରାଯାଉଛି । ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ଏହି ପ୍ରୟାସ ଆଧାରରେ, ୨୦୨୨ ମସିହା ଜୁଲାଇ ୨୦ ତାରିଖ ସୁଦ୍ଧା ୨୭.୯୯ କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି । ଇ-ଶ୍ରମ ପୋର୍ଟାଲରେ ଉପାର୍ଜନ ସଂପର୍କୀତ ସୂଚନା ସ୍ୱ-ଘୋଷଣା ଆଧାରରେ ଯୋଗାଇ ଦିଆଯାଇଥାଏ ।

୨୦୨୨ ମସିହା ଜୁଲାଇ ୨୦ ତାରିଖ ସୁଦ୍ଧା ମୋଟ ୩.୭୧ କୋଟି ଅସଂଗଠିତ ଶ୍ରମିକ ଯେଉଁମାନଙ୍କ ବୟସ ୫୦ବର୍ଷରୁ ଅଧିକ ସେମାନେ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି । ଅଧିକନ୍ତୁ, ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଥିବା ମୋଟ ଅସଂଗଠିତ ଶ୍ରମିକମାନଙ୍କ ମଧ୍ୟରୁ ୪୭.୧୬% ହେଉଛନ୍ତି ପୁରୁଷ ଏବଂ ୫୨.୮୪% ମହିଳା ।

ଇ-ଶ୍ରମ ପୋର୍ଟାଲକୁ ଜାତୀୟ କ୍ୟାରିଅର୍‌ ସେବା (ଏନସିଏସ) ସହିତ ସମନ୍ୱିତ କରାଯାଇଛି । ଯେକୌଣସି ଅସଂଗଠିତ ଶ୍ରମିକ ଯିଏକି ଇ-ଶ୍ରମ ପୋର୍ଟାଲରେ ନିଜର ନାମ ପଞ୍ଜୀକରଣ କରିଥିବେ ସେମାନେ ଅବାରିତ ଭାବେ ସେମାନେ ଏନସିଏସରେ ପଞ୍ଜୀକରଣ କରିପାରିବେ ଏବଂ ଏନସିଏିରେ ଉପଲବ୍ଧ ବିଭିନ୍ନ ପ୍ରକାର କର୍ମନିଯୁକ୍ତିର ସୁଯୋଗ ଖୋଜିପାରିବେ କିମ୍ବା ସେଥିପାଇଁ ଆବେଦନ କରିପାରିବେ ।

କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି ।

କ'ଣ କୃଷକଙ୍କୁ ବି ମିଳିପାରିବ e shram card: ଇ-ଶ୍ରମ ପୋର୍ଟାଲ ର ନିୟମ ବିଷୟରେ ଜାଣନ୍ତୁ...

ମେ'ରେ ବଢିଛି କୃଷି ଶ୍ରମିକଙ୍କ ଖୁଚୁରା ମୁଦ୍ରସ୍ଫୀତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments