
Chairman of Pragatisheel Kisan Club Bijender Singh along with progressive farmers Ramesh Chauhan & Sardar Ombir Singh at kj chaupal
କୃଷିଜାଗରଣ ଚୌପାଲ(kj chaupal)ରେ ଯୋଗ ଦେଇଛନ୍ତି ପଲଓ୍ବଲ ହରିୟାଣାର ପ୍ରଗତିଶୀଳ ଚାଷୀ ତଥା ପ୍ରଗତିଶୀଳ କିସାନ କ୍ଲବ(Pragatisheel Kisan Club)ର ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ଦଲାଲ, ପ୍ରଗତିଶୀଳ ଚାଷୀ(progressive farmer) ରେମେଶ ଚୌହାନ ଓ ଅଭିନବ ଚାଷୀ ସରଦାର ଓମବିର ସିଂହ । ସମସ୍ତ ଅତିଥି ନିଜର ଅଭିଭାଷଣ ରଖିବା ସହିତ ଚାଷୀଙ୍କ ହିତରେ କାର୍ଯ୍ୟ କରୁଥିବା କୃଷିଜାଗରଣ(Krishi Jagran)କୁ ପ୍ରଂଶସା କରିଛନ୍ତି ।

Chairman of Pragatisheel Kisan Club Bijender Singh at kj chaupal
କୃଷି ଜାଗରଣର ପଦକ୍ଷେପ ତଥା ସହଯୋଗରେ କିଭଳି ଗ୍ରାମାଞ୍ଚଳର ଚାଷୀଙ୍କ ସହିତ ଯୋଡିହେବାର ପ୍ରୟାସ ବିଷୟରେ ନିଜର ବିସ୍ତୃତ ବକ୍ତବ୍ୟ ପ୍ରଦାନ ରଖିଥିଲେ ପ୍ରଗତିଶୀଳ କିସାନ କ୍ଲବରର ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ଦଲାଲ । ଦୀର୍ଘ ଦିନରୁ ବିଜେନ୍ଦ୍ର ସିଂହ କୃଷି ଜାଗରଣ ସହିତ ଜଡିତ ରହିଆସିଛନ୍ତି । ନିଜ ଜୀବନରେ କେବେ କୌଣସି କ୍ଷେତ୍ରରେ ସାଲିସ କରିନଥିବା ବିଜେନ୍ଦ୍ର କୃଷି ଜାଗରଣର ପଦକ୍ଷେପ ଓ ନୂଆ ବିଚାର ଲାଗି କାମ କରିଥାନ୍ତି ବୋଲି କହିଛନ୍ତି ।
ବିଭିନ୍ନ କୃଷି ମେଳା ଯୋଗେଁ, ଚାଷୀଙ୍କୁ ଯୋଡିବାର ପ୍ରୟାସ କରନ୍ତି ବିଜେନ୍ଦ୍ର ସିଂହ । ନୂଆ ନୂଆ ଚାଷ ପ୍ରଣାଳୀରେ ଫସଲ ଉତ୍ପାଦନ କରିବା ଆଉ ତାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା କ୍ଷେତ୍ରରେ କିଭଳି ସେ କଷ୍ଟ ଓ ପରିଶ୍ରମ କରିଛନ୍ତି, ସେ ବିଷୟରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଥିଲେ ବିଜେନ୍ଦ୍ର ।

progressive farmer Ramesh Chauhan at kj chaupal

Sardar Ombir Singh at kj chaupal
କେବଳ ସେତିକି ନୁହେଁ, ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଏପିଜେ ଅବଦୁଲ କଲାମଙ୍କୁ ମଧ୍ୟ ସ୍ମରଣ କରିବା ସହିତ ତାଙ୍କ ସହିତ ସାକ୍ଷାତର ଦିନକୁ ସ୍ମରଣ କରିଥିଲେ ବିଜେନ୍ଦ୍ର । ଆଗ୍ରା କେନାଲ ପାଇଁ ହେଉଥିବା ଅସୁବିଧାର ବିଷୟକୁ ମଧ୍ୟ ସେତେବେଳେ ରାଷ୍ଟ୍ରପତି ଥିବା ଏପିଜେ ଅବଦୁଲ କଲାମଙ୍କ ସାମ୍ନାରେ ଉଠାଇଥିଲେ ବିଜେନ୍ଦ୍ର ସିଂହ ।
ଅନ୍ୟପକ୍ଷେ ପ୍ରଗତିଶୀଳ ଚାଷୀ ରେମେଶ ଚୌହାନ ଓ ଅଭିନବ ଚାଷୀ ସରଦାର ଓମବିର ସିଂହ ମଧ୍ୟ ନିଜ ସଂକ୍ଷିପ୍ତ ଅଭିଭାଷଣରେ କୃଷି ଜାଗରଣ ଓ ଏହାର ପ୍ରତିଷ୍ଠାତା ଏମ.ସି ଡୋମିନିକଙ୍କ ବେଶ ପ୍ରଶଂସା କରିଛନ୍ତି ।
ଭାରତୀୟ କୃଷିରେ ଦୁଗ୍ଧ ଶିଳ୍ପର ଶକ୍ତିକୁ ପ୍ରଶଂସା କଲେ IDF ଆର୍ଜେଣ୍ଟିନା ଯୋଗାଯୋଗ ପରିଚାଳକ ସାବଷ୍ଟିଆନ ଡେଟସ
Share your comments