1. କୃଷି ଖବର

ଚନ୍ଦ୍ରଯାନ-୨ ର ଆଉ ଏକ ସଫଳତା

ଚନ୍ଦ୍ରଯାନ-୨ ର ଆଉ ଏକ ସଫଳତା

KJ Staff
KJ Staff

ଚନ୍ଦ୍ର ଛୁଇଁବାକୁ ଆଉ ୩ ଦିନ
ଅର୍ବିଟ ଛାଡିଲେ ଲ୍ୟାଣ୍ଡର

ଦୀର୍ଘ ୩.୮ ଲକ୍ଷ କି .ମି ଦୂର ଏକାଠି ଯାତ୍ରା କରିବା ପରେ ଚନ୍ଦ୍ରଯାନ-୨ ଆର୍ବିଟ ରୁ ସୋମବାର ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଛି |ଲ୍ୟାଣ୍ଡର ବିକ୍ରମ କୁ ସଫଳତା ର ସହ ଅଲଗା କରାଯାଇ ଗତ କଲି ଚନ୍ଦ୍ର ର ଏକ ପୃଥକ ତଥା ସରକୁଲାର କକ୍ଷ ପଥରେ ଛଡାଯାଇଛି |ସେଠାରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିବେ |

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର "ଇସ୍ରୋ" ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ୧ ଟା ୧୫ ରେ ଆର୍ବିଟ ରୁ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ପୃଥକ ହୋଇଥିଲା |
ଏହାକୁ ପୃଥକ କକ୍ଷ ପଥରେ ଅବସ୍ଥାପିତ କରାଯାଇଛି |ବର୍ତମାନ ଏହା ଚନ୍ଦ୍ର କୁ ସର୍ବାଧିକ ୧୨୭ ଏବଂ ସର୍ବନିମ୍ନ ୧୧୯ ଦୂରରେ ପ୍ରଦକ୍ଷିଣ କରୁଛି |ସେଠାରୁ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ|
ଚନ୍ଦ୍ରଯାନ-୨ ବର୍ତମାନ ସେହି କକ୍ଷରେ ହାରାହାରି ୧ ବର୍ଷ ପର୍ଯ୍ୟନ୍ତ ରହିବ |ଆର୍ବିଟ ରୁ ପୃଥକ ହେବା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ଆହୁରି ନିକଟବର୍ତୀ ହୋଇଛି |

ଆଜି ଲ୍ୟାଣ୍ଡର ବିକ୍ରମ କୁ ଚନ୍ଦ୍ର ସବୁଠାରୁ ନିକତମ କରାଯିବ |ସେଥିପାଇଁ ଏହାର ୨ ଥର କକ୍ଷପଥ ପରିବର୍ତନ କରାଯିବ |ଚନ୍ଦ୍ର ଠାରୁ ଏହି କକ୍ଷ ରେ ଦୂରତା ସର୍ବାଧିକ ୯୭ କି .ମି ଥିଲା ବେଳେ ସର୍ବନିମ୍ନ ୩୫ କି.ମି ରହିବ |ସେହିପରି ଆସନ୍ତା ୭ ତାରିଖ ରେ ଚନ୍ଦ୍ର ର ଦକ୍ଷିଣ ମେରୁ ଅଂଚଳରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟଣ୍ଡିଙ୍ଗ କରିବେ |ଏହା ପରେ ନିଜ ସହ ନେଇଥିବା ରୋଭାର ପ୍ରଜ୍ଞାନ କୁ ସେଠାରେ ଛାଡ଼ିବେ ଫଳରେ ରୋଭର ପ୍ରଜ୍ଞାନ ସେଠାରେ ଚନ୍ଦ୍ର ପୃଷ୍ଠା ର ଫୋଟୋ ଉଠାଇବା ସହ ମାଟି ପରୀକ୍ଷା କରି କମାଣ୍ଡ ସେଣ୍ଟର କୁ ନିଜ କମାଣ୍ଡ ସେଣ୍ଟର କୁ ପଠାଇବେ 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments