1. କୃଷି ଖବର

ଛତିଶଗଡ଼ ଦନ୍ତେୱାଡ଼ାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ପ୍ରଗତିଶୀଳ ପରିଶ୍ରମୀ କୃଷକମାନଙ୍କୁ ସମ୍ମାନିତ କରାଯାଇଥିଲା ମାନପତ୍ର ପ୍ରଦାନ କରି ...

Tanushree Mahapatra
Tanushree Mahapatra
Chhatisgarh samridh kisan utsav in Dantewada

Chhatisgarh samridh kisan utsav in Dantewada

ଛତିଶଗଡ଼ ଦନ୍ତେୱାଡ଼ାରେ ଆୟୋଜିତ ହୋଇଥିଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି ଭାରତୀୟ କୃଷି ଅନୁସନ୍ଧାନ ଅର୍ଥାତ ICAR  l  କୃଷି ଜାଗରଣ ଦ୍ୱାରା ସମ୍ରିଦ୍ଧ କିସାନ ଉତ୍ସବ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର କେ.ଭି.କେ ଠାରେ ଅନୁଷ୍ଠିତ ହୋଇଥିଲା।

ବିଶେଷ କରି କୃଷକମାନଙ୍କୁ ସେମାନଙ୍କର ଆୟ ବୃଦ୍ଧି ପାଇଁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ ଏବଂ ଆଗକୁ ଆୟୋଜିତ ହେବାକୁ ଥିବା MFOI ୨୦୨୪ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା l ପ୍ରଗତିଶୀଳ ପରିଶ୍ରମୀ କୃଷକମାନଙ୍କୁ ସମ୍ମାନିତ କରାଯାଇଥିଲା ମାନପତ୍ର ପ୍ରଦାନ କରି l ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ସୁରଜ କୁମାର ପନସାରୀ ( DDA ),ଦିକ୍ଲେଶ କୁମାର ( ADH ), ଦୀପ୍ରସନ ବଂଜାର ( KVK Head ),  ଚିରଞ୍ଜୀବ କୁମାର ( Assistant Area Manager ) l ଅନେକ କୃଷି ବୈଜ୍ଞାନିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ l ଚାଷୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l

ଗତବର୍ଷ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିଲା MFOI ୨୦୨୩ ( ମିଲେନିୟର୍ ଫାର୍ମର ଆୱାର୍ଡ ୨୦୨୩ ) ଯାହା ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ କୃଷି ଜାଗରଣ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l " ସମ୍ରିଦ୍ଧ କିସାନ ଉତ୍ସବ " ର ଉଦ୍ଦେଶ୍ୟ କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ ଏବଂ ଯେପରି ସେମାନଙ୍କ ଧାରଣା ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହ l 

ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉନ୍ନତଶୀଳ କୃଷି କାର୍ଯ୍ୟ କରୁଥିବା କୃଷକଙ୍କୁ ସମ୍ମାନିତ କରାଯାଉଛି l ଯାହା ଚାଷୀଙ୍କୁ ଉତ୍ସାହିତ ଓ ଗର୍ବିତ ଅନୁଭବ କରାଉଛି l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/  ପରିଦର୍ଶନ କରନ୍ତୁ l

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ