1. କୃଷି ଖବର

ପେନସନଭୋଗୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର ନେଲେ ବଡ଼ ପଦକ୍ଷେପ,ଜାଣନ୍ତୁ...

ସରକାର ନେଲେ ବଡ଼ ପଦକ୍ଷେପ । ଆସିଲା ଖୁସି ଖବର । ଏବେ ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Sudesna Nayak
Sudesna Nayak
Chhattisgarh announces old pension scheme for govt employees

Chhattisgarh announces old pension scheme for govt employees

ସରକାର ନେଲେ ବଡ଼ ପଦକ୍ଷେପ । ଆସିଲା ଖୁସି ଖବର । ଏବେ ପୁରୁଣା ପେନସନ ଯୋଜନା (Old Pension Scheme) ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଛତିଶଗଡ (Chhattisgarh)ରେ ପୁରୁଣା ପେନସନ ଯୋଜନା (Old Pension Scheme) ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୁଧବାର ବଜେଟ୍ (Budget)ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh Chief Minister Bhupesh Baghel)ଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ୧ ଜାନୁଆରୀ ୨୦୦୪ ରେ ଓ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ସ୍କିମ୍ (NPS) ସ୍ଥାନରେ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି ।

ଏହାସହ ରାଜସ୍ଥାନ (Rajasthan)ପରେ ଛତିଶଗଡ ହେଉଛି ପୁରୁଣା ପେନସନ୍‌ ଯୋଜନା (Old Pension Scheme) କାର୍ଯ୍ୟକାରୀ କରିଥିବା ଦ୍ୱିତୀୟ ରାଜ୍ୟ । ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan Chief Minister Ashok Gehlot) ଫେବୃଆରୀ ୨୩ ରେ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଘୋଷଣା କରିଛନ୍ତି ଯେ, ରାଜ୍ୟର କଂଗ୍ରେସ ସରକାର (Congress Government) NPS ସ୍ଥାନରେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ସ୍କିମ (Old Pension Scheme)କାର୍ଯ୍ୟକାରୀ କରିବ ।

ଆସନ୍ତା ବର୍ଷ ଛତିଶଗଡ (Chhattisgarh) ଓ ରାଜସ୍ଥାନ (Rajasthan)ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ କଂଗ୍ରେସ ଶାସିତ ରାଜସ୍ଥାନ ଓ ଏହା ପରେ ଛତିଶଗଡ ପୁରୁଣା ପେନସନ୍‌ ଯୋଜନା (Old Pension Scheme)ର ପୁନଃ ଲାଗୁ କରିବାର ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛି । ତେବେ ରାଜସ୍ଥାନ ଓ ଛତିଶଗଡ ସରକାରଙ୍କ ଘୋଷଣା ପରେ ବର୍ତ୍ତମାନ ବିଜେପି (BJP) ଶାସିତ ରାଜ୍ୟଗୁଡିକ ମଧ୍ୟ ଚାପରେ ଅଛନ୍ତି । ବାସ୍ତବରେ, ଏହି ରାଜ୍ୟଗୁଡିକରେ ମଧ୍ୟ କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା (Old Pension Scheme)କୁ ପୁନଃ ଲାଗୁ କରିବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି ।

ପ୍ରକାଶ ଥାଉ ଯେ,ସେହିପରି ୟୁପି ନିର୍ବାଚନ (UP Elections 2022) ରେ ​​ପୁରୁଣା ପେନସନ୍ ଯୋଜନା (Old Pension Scheme)କୁ ପୁନଃ ଲାଗୁ କରିବାର ପ୍ରସଙ୍ଗ ମଧ୍ୟ ବହୁତ ବଡ଼ ଥିଲା । ନିର୍ବାଚନ ପୂର୍ବରୁ ୟୁପିରେ ସରକାର (UP Government) ଗଠନ ପରେ ପୁରୁଣା ପେନସନ ଯୋଜନା (Old Pension Scheme)କୁ ପୁନଃ ଲାଗୁ କରିବାକୁ ସମାଜବାଦୀ ପାର୍ଟି (Samajwadi Party:SP) ର ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ପ୍ରତିଶୃତି ଦେଇଥିଲେ । ସେବେ ଠାରୁ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ଲାଭ କରିଛି । ତେବେ ଏହାପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ​​ପୁରୁଣା ପେନସନ ପୁନଃ ଲାଗୁ କରିବା ପାଇଁ ଦାବି ମଧ୍ୟ ଉଠିସାରିଛି । ବାସ୍ତବରେ, ୨୦୦୩ରେ କେନ୍ଦ୍ର ସରକାର (Central Government) ପୁରୁଣା ପେନସନ୍ ଯୋଜନା (Old Pension Scheme)କୁ ରଦ୍ଦ କରି ନୂତନ ଯୋଜନାକୁ ପୁନଃ ଲାଗୁ କରିଥିଲେ ।

Old Pension scheme: ଲାଗୁ ହେବ ପୁରୁଣା ପେନସନ ସ୍କିମ !

କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ ;ବଢ଼ିବ ଅବସର ବୟସ ଓ ପେନସନ ରାଶି,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments