1. କୃଷି ଖବର

ଖୁସି ଖବର ; ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ସାମ୍ନାକୁ ଆସିଲା ଖୁସି ଖବର । ବର୍ତ୍ତମାନ ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ (Government employees)।

Sudesna Nayak
Sudesna Nayak
chhattisgarh state government employees to work 5 days a week from now

chhattisgarh state government employees to work 5 days a week from now

ସାମ୍ନାକୁ ଆସିଲା ଖୁସି ଖବର । ବର୍ତ୍ତମାନ ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ (Government employees)।

ସୂଚନା ଅନୁଯାୟୀ, ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees)ଙ୍କୁ ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ (Republic Day) ରେ ବଡ଼ ଉପହାର ମିଳିଛି । ଛତିଶଗଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh CM Bhupesh Baghel) ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh CM Bhupesh Baghel)କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ବର୍ତ୍ତମାନ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରିବାକୁ ପଡିବ । ଏହାସହ ପେନସନ ପାଇଁ ଅଂଶଦାୟୀ ପେନସନର ଅଂଶ ଭାବେ ରାଜ୍ୟର ଯୋଗଦାନ ବୃଦ୍ଧି କରି ୧୦ ପ୍ରତିଶତରୁ ୧୪ ପ୍ରତିଶତ କରାଯାଇଛି । ଏଥିସହିତ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକଳାପର ନିୟମିତକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ମହିଳା ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ମହିଳା ସୁରକ୍ଷା ସେଲ୍ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘୋଷଣା କରିଛନ୍ତି ।

କହିବାକୁ ଗଲେ, ଆହୁରି ମଧ୍ଯ ରାଜ୍ୟରେ ତୀରନ୍ଦାଜକୁ ଉତ୍ସାହିତ କରିବା ପାଇଁ ସହିଦ ଗୁଣ୍ଡାଥୁର ରାଜ୍ୟ ସ୍ତରୀୟ ତୀରନ୍ଦାଜ ଏକାଡେମୀ ମଧ୍ୟ ଆରମ୍ଭ କରାଯିବ । ଏହା ବ୍ୟତୀତ ଅନ୍ୟ ପଛୁଆ ଶ୍ରେଣୀର ଉଦ୍ୟୋଗ ବିକାଶ ପାଇଁ ୧୦ ପ୍ରତିଶତ ଭୂଖଣ୍ଡ ମଧ୍ୟ ସଂରକ୍ଷିତ ରହିବ ।

ପ୍ରକାଶ ଥାଉ ଯେ, ଚାଷୀମାନଙ୍କ(Farmers)ପାଇଁ ଏକ ଘୋଷଣା କରି ସିଏମ୍ ଭୁପେଶ ବଘେଲ (Chhattisgarh CM Bhupesh Baghel)କହିଛନ୍ତି ଯେ, ଖରିଫ ବର୍ଷ ୨୦୨୨-୨୦୨୩ ରୁ ରାଜ୍ୟରେ ଏମଏସପିରେ ଡାଲି ଫସଲ ମଧ୍ୟ କିଣାଯିବ । ଏଥି ସହିତ ଶ୍ରମ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଶକ୍ତିକରଣ ସହାୟତା ଯୋଜନା ଆରମ୍ଭ ହେବ । ଏହା ଅଧୀନରେ ଦୁଇ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ ୨୦-୨୦ ହଜାର ଟଙ୍କା ଦିଆଯିବ ।

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ୩% ବଢ଼ିଲା DA

7th Pay Commission: ୧୮ ମାସର ଅଟକି ରହିଥିବା ମହଙ୍ଗା ଭତ୍ତାକୁ ନେଇ ଖୁବ ଶୀଘ୍ର ମିଳିବ ଖୁସି ଖବର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments