1. କୃଷି ଖବର

300 ମୁହାଁ ଚିକେନ, ଚିନ୍ତାରେ ଖାଉଟି

300 ଟଙ୍କା ମୁହାଁ ଏବେ ଚିକେନ ଦାମ । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।

KJ Staff
KJ Staff
Chicken price in Bhubaneswar goes upto Rs 280

Chicken price in Bhubaneswar goes upto Rs 280


ଗୋଟିଏ ପକ୍ଷେ ପରିବା ବଜାରରେ ନିଆଁ ଲାଗିଥିବା ବେଳେ ଅନ୍ୟପକ୍ଷେ ଆମିଷ ଦର ମଧ୍ୟ ଆକାଶ ଛୁଆଁ ହୋଇଛି । 300 ଟଙ୍କା ମୁହାଁ ଏବେ ଚିକେନ ଦାମ । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।

ଏବେ କିଲୋ ପିଛା ଚିକେନ ୨୬୦ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି । ଗତ କିଛି ଦିନ ହେବ ଏହି ଦର ବୃଦ୍ଧି ଦେଖିବାକୁ ମିଳିଛି । ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡ଼ା ଉତ୍ପାଦନ ଉପରେ ପ୍ରଭାବ ପଡିଛି । 

ଫାର୍ମଗୁଡିକରେ କୁକୁଡା ଗରମ ସହି ନପାରି ମରି ଯାଉଛନ୍ତି । ଏହା ଯୋଗାଣକୁ ପ୍ରଭାବିତ କରୁଛି । ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି ।

ଆମିଷ ବାରରେ ସର୍ବାଧିକ ବିକ୍ରି ହେଉଥିବା ଚିକେନ୍‌ର ହଠାତ୍ ଏଭଳି ଦରବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ହୋଟେଲ,ରେସ୍ତୋରାଁ ରେ ମଧ୍ୟ ଚିକେନ୍ ମାଂସରେ ପ୍ରସ୍ତୁତ ଆଇଟମର ମୁଲ୍ୟ ବୃଦ୍ଧି ପାଇଛି ।

ବର୍ଷା ଋତୁରେ କୁକୁଡ଼ାମାନଙ୍କ ଯତ୍ନ, ଆସନ୍ତୁ ଜାଣିବା !!

ଲକଡାଉନ୍ ପରେ କୁକୁଡ଼ା ବ୍ୟବସାୟର ସ୍ଥିତି !!

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments