1. କୃଷି ଖବର

MFOI 2024: ମୁଖ୍ୟ ଅତିଥି ନିତିନ ଗଡ଼କାରୀ !

MFOI ପୁରସ୍କାର ୨୦୨୪ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି l

Tanushree Mahapatra
Tanushree Mahapatra
Chief guest of mfoi 2024

Chief guest of mfoi 2024

ସମସ୍ତ ରାଜ୍ୟର ଚାଷୀଙ୍କୁ କରିବ ଏକାଠି l କେବଳ ଆମ ଦେଶ ନୁହେଁ ଅନ୍ୟ ଦେଶର ଚାଷୀ ମଧ୍ୟ ହେବେ ସାମିଲ l ଏକାଠି ହେବେ ଦେଶର ବଡ଼ ବଡ଼ ଶିଳ୍ପପତି , କୃଷି ବ୍ୟବସାୟୀ , ଶିଳ୍ପ ପ୍ରତିଷ୍ଠାନ ଯାହା କୃଷି ଜଗତ ସହିତ ଜଡିତ l କାରଣ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଛି ମିଲେନିୟର "ଫାର୍ମର ଅଫ ଇଣ୍ଡିଆ ୨୦୨୪" ଯାହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ରହିଛି ICAR l

ଡିସେମ୍ବର ୧ ରୁ ୩ ତାରିଖ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଏହି କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଅନେକ ବିଶ୍ୱବିଦ୍ୟାଳୟର ପ୍ରଫେସର , କୁଳପତି , କୃଷି ବୈଜ୍ଞାନିକ l କେବଳ ଏତିକି ନୁହେଁ ବିଭିନ୍ନ କୃଷି ଜଗତ ସହିତ ଜଡିତ ଥିବା ରାସାୟନିକ ସାର କମ୍ପାନୀ ଗୁଡିକ ଆମ ସହିତ ସହ ପ୍ରାୟୋଜକ ଭାବେ ନିଜକୁ ସାମିଲ କରିଛନ୍ତି l ବ୍ୟାଙ୍କିଙ୍ଗ ପାର୍ଟନର ରହିଛି SBI  l ଡିଜିଟାଲ ପାର୍ଟନର ରହିଛି ଡେ଼ଲିହଣ୍ଟ l

ଆଜିକୁ ୨୯ ବର୍ଷ ଧରି କୃଷି ଜଗତ ସହିତ ଜଡିତ ରହି ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବା ସଂସ୍ଥା ହେଉଛି କୃଷି ଜାଗରଣ l ଯାହାଦ୍ୱାରା ଦେଶର ଏହି ସର୍ବଶ୍ରେଷ୍ଠ କୃଷି କାର୍ଯ୍ୟକ୍ରମଟି ଆୟୋଜିତ ହେବାକୁ ଯାଉଛି l ଏହାକୁ ଆପଣ କୃଷି ମହାକୁମ୍ଭରେ ମଧ୍ୟ ନାମିତ କରିପାରିବେ l ଏହା ହେଉଛି ଏହି ସଂସ୍ଥାର ଏକ ନିଆରା ପ୍ରୟାସ l ସଂସ୍ଥାର ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକଙ୍କ ଚେଷ୍ଟା ଯୋଗୁଁ ଏହା ସଫଳ ହେବାକୁ ଯାଉଛି l ଆଉ ଏଥିରେ ସଂସ୍ଥାକୁ ସହଯୋଗ କରିଛି ମହିନ୍ଦ୍ରା ଟ୍ରାକ୍ଟରସ ଯାହା ଏକ ଉଚ୍ଚ କୋଟିର ବ୍ରାଣ୍ଡ l ଯାହାର ପ୍ରତିଟି କୃଷି ଯନ୍ତ୍ରପାତି ସହିତ ଚାଷୀ ଖୁବ ନିକଟରୁ ଜଡିତ ରହିଛି l ଖାଲି ଚାଷ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ବ୍ରାଣ୍ଡର ସହଯୋଗିତା ରହିଛି l  ଦେଶ ତଥା ଦେଶ ବାହାରେ ମଧ୍ୟ ଏହି ବ୍ରାଣ୍ଡ ନିଜର ପରିଚୟ ସୃଷ୍ଟି କରିଛି l ନିରବଛିନ ଭାବେ ସହଯୋଗ କରି ଆସିଛି ସମସ୍ତ କ୍ଷେତ୍ରକୁ l

MFOI ପୁରସ୍କାର ୨୦୨୪ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି l ଶ୍ରୀ ଗଡକରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତର ଭିତ୍ତିଭୂମି ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ତାଙ୍କର ନିରନ୍ତର ପ୍ରୟାସ ଦେଶର ସଡ଼କ ପ୍ରଗତି ଏବଂ ନବସୃଜନ ପାଇଁ ନୂତନ ମାନଦଣ୍ଡ ସ୍ଥିର କରିପାରିଛି l ଯାହା ତାଙ୍କୁ ଦେଶର ସଡ଼କ ନେଟୱାର୍କ ଏବଂ ପରିବହନ ବ୍ୟବସ୍ଥାର ପୁନଃ ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ l

ରାଜପଥ ବିକାଶରେ ବୈପ୍ଲବିକ ପରିବର୍ତ୍ତନ ଠାରୁ ଆରମ୍ଭ କରି ନିରନ୍ତର ପରିବହନ ସମାଧାନ ପାଇଁ ଶ୍ରୀ ଗଡକରୀଙ୍କ ଆଭିମୁଖ୍ୟ ଦକ୍ଷ ରହିଛି ଏବଂ ପରିବେଶ ସଚେତନ ଭାରତ ପାଇଁ ପଥ ପରିଷ୍କାର କରିଛି । ତାଙ୍କ ନେତୃତ୍ୱ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ପ୍ରେରଣା ଦେବାରେ ଲାଗିଛି, କାରଣ ସେ ଦେଶର ଭିତ୍ତିଭୂମି ଅଗ୍ରଗତି ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ l ତେବେ ଏଭଳି ବ୍ୟକ୍ତିତ୍ୱର ଆମକୁ ସହଯୋଗ ମିଳିବ ନିହାତି ଏକ ଖୁସିର ବିଷୟ ଅଟେ l

VISITOR PASS- https://millionairefarmer.in/get-visitor-pass/

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ