1. କୃଷି ଖବର

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ମରୁଡି ପାଇଁ ସ୍ୱତନ୍ତ୍ର ପ୍ୟାକେଜ :

ମରୁଡି ଦ୍ୱାରା ପ୍ରଭାବିତ ଚାଷୀମାନଙ୍କ ସହାୟତା ଲାଗି ଗୁରୁବାର ନଭେମ୍ବର ୧୫ ତାରିକ ସଚିବାଳୟ ରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋସଣା କରିଛନ୍ତି |ଏହାର ଅନ୍ତର୍ଗତ ଖେତିଗ୍ରସ୍ତ ଚାଷୀଙ୍କୁ ଋଣ ,ବୀମା ସହାୟତା ,ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଟ୍ୟୁସନ ଫି ଏବଂ ଚାଷୀଙ୍କ ଖଜଣା ଓ ଜଳକର ଛଡା କରାଯିବ ଭଳି ବ୍ୟବସ୍ତା କରାଯାଇଛି |

KJ Staff
KJ Staff

ମରୁଡି ଦ୍ୱାରା ପ୍ରଭାବିତ ଚାଷୀମାନଙ୍କ ସହାୟତା ଲାଗି ଗୁରୁବାର ନଭେମ୍ବର ୧୫ ତାରିକ ସଚିବାଳୟ ରେ ମୁଖ୍ୟମନ୍ତ୍ରୀ  ସ୍ୱତନ୍ତ୍ର ପ୍ୟାକେଜ ଘୋସଣା କରିଛନ୍ତି |ଏହାର ଅନ୍ତର୍ଗତ ଖେତିଗ୍ରସ୍ତ ଚାଷୀଙ୍କୁ ଋଣ ,ବୀମା ସହାୟତା ,ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଟ୍ୟୁସନ  ଫି  ଏବଂ ଚାଷୀଙ୍କ ଖଜଣା ଓ ଜଳକର ଛଡା କରାଯିବ ଭଳି ବ୍ୟବସ୍ତା କରାଯାଇଛି |ପ୍ରତି ଚାଷୀଙ୍କ ଲାଗି ସର୍ବାଧିକ ୨ ହେକଟରେ ପର୍ଯ୍ୟନ୍ତ ସହାୟତା ର ବ୍ୟବସ୍ତା କରାଯାଇଛି |ବର୍ଷବ୍ୟାପୀ ଫସଲ ନିମନ୍ତେ ସର୍ବନିମ୍ନ ୨ ହଜ଼ାର ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ସର୍ବନିମ୍ନ ୧୦୦୦ ଟଙ୍କା  ଇନ୍ପୁଟ ରିହାତି ପ୍ରଦାନ କରାଯିବାକୁ ନିଷ୍ପତି ହୋଇଛି |୨୦୧୭-୧୯ ରବିରେ ୧ ଲକ୍ଷ ଡାଲି ମିନି କିଟ,୩୦ ହଜାର  ତୈଳବୀଜ ମିନି କିଟ ଓ ୨୦ ହଜାର ପନିପରିବା ବିହନ ମିନି କିଟ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇଦିଆଯିବ |

ଏହି ପ୍ୟାକେଜ ର କେତୋଟି ବେଶେଷତ୍ୱ :

୧) ଶତକଡା ୩୩ ଭାଗ ପ୍ରଭାବିତ ଅଣଜଳସେଚିତ ପାଇଁ ହେକଟରେ ପିଛା ୬୮୦୦

୨)ନିଶ୍ଚିତ ଜଳସେଚିତ ଅଞ୍ଚଳ ଲାଗି  ୧୩,୫୦୦ ଟଙ୍କା ର ସହାୟତା

୩)ବର୍ଷବ୍ୟାପୀ ଫସଲ ନଷ୍ଟ ପାଇଁ ହେକଟରେ ପିଛା ୧୮ ହଜାର ଟଙ୍କା

୪)ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ

୫)ଖେତିଗ୍ରସ୍ତ ଚାଷୀଙ୍କୁ ବୀମା,ରିହାତିରେ ପାଣି ପମ୍ପ  ,ରବି ଋଣ

୬) ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ,ଟ୍ୟୁସନ ଫି ଛାଡ

୮)ଶତକଡା ୩୩ ଭାଗ ଫସଲ ପ୍ରଭାବିତ ହୋଇଥିଲେ ଖଜଣା ,ଜଳକର ଛାଡ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments