News

ରକ୍ତହୀନତା ଦୂର ପାଇଁ ‘ଅମ୍ଳାନ’, ଉପକୃତ ହେବେ ୧.୩୭ କୋଟି ଲୋକ

ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ । ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ । ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ଶୁଭାରମ୍ଭ କରିଛନ୍ତି ।

24 November, 2022 5:16 PM IST By: Sudesna Nayak

ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ । ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ । ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (chief minister naveen pattanaik)ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’(amlan scheme)ଶୁଭାରମ୍ଭ କରିଛନ୍ତି ।

ବିଶେଷ କରି ମହିଳା, ବାଳିକା, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଫୋକସ୍‌ରେ ରହିବେ । ଏଥିରେ ୧.୩୭ କୋଟି ଲୋକ ଲାଭବାନ ହେବେ। ରାଜ୍ୟର ୫୫ ହଜାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଏବଂ ୭୪ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ ।

ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ (chief minister naveen pattanaik)କହିଥିଲେ ଯେ ‘ଅମ୍ଳାନ’(amlan scheme) ହେଉଛି ରାଜ୍ୟ ସରକାରଙ୍କ ନିଜସ୍ବ କାର୍ଯ୍ୟକ୍ରମ । ମହିଳା ଓ ଶିଶୁମାନଙ୍କଠାରେ ରକ୍ତହୀନତା ଦୂର କରିବା ଦିଗରେ ଏହା ସହାୟକ ହେବ। ଗର୍ଭବତୀ ମହିଳା, ସ୍ତନ୍ୟପାନ କରୁଥିବା ମା’, ପ୍ରଜନନକ୍ଷମ ମହିଳା ଓ ଶିଶୁମାନଙ୍କୁ ମିଶାଇ ରାଜ୍ୟର ୧.୩୭ କୋଟି ଲୋକ ଏଥିରେ ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନଶକ୍ତି ବିଭାଗ ଏବଂ ଏସ୍‌ସି,ଏସ୍‌ଟି ଉନ୍ନୟନ ବିଭାଗ ସାମିଲ ହେବେ । ଏହା ରାଜ୍ୟର ନିଜସ୍ବ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ଆଇରନ ଓ ଫୋଲିକ ବଟିବା ଯୋଗାଇବା ସହ ହିମୋଗ୍ଲୋବିନ ପରୀକ୍ଷା, ରକ୍ତହୀନତା ରୋଗୀଙ୍କୁ ଚିକିତ୍ସା କରାଯିବ । ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଦିଗରେ ଏହା ବଳିଷ୍ଠ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ (chief minister naveen pattanaik) ଅମ୍ଳାନ ପାଇଁ ଗାଇଡ୍‌ଲାଇନର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ଓଡିଶା ପାଳୁଛି mandia divas

ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)