1. କୃଷି ଖବର

ଓଡିଶା ପାଳୁଛି mandia divas

ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ ।

Sudesna Nayak
Sudesna Nayak
ODISHA OBSERVES ‘MANDIA DIVAS’ TODAY

ODISHA OBSERVES ‘MANDIA DIVAS’ TODAY

ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ପାଳନ ହେଉଛି ମାଣ୍ଡିଆ ଦିବସ (mandia divas)। ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ଏବେ ୧୯ ଜିଲ୍ଲାରେ ପହଞ୍ଚିଛି । ଆଗକୁ ରାଜ୍ୟର ୩୦ ଜିଲ୍ଲାରେ ଏହାକୁ ପ୍ରଚଳନ କରାଯିବ । ମାଣ୍ଡିଆ ଚାଷୀଙ୍କ ପାଇଁ ସବୁ ପ୍ରକାର ସହାୟତା କରୁଛନ୍ତି ସରକାର । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମାର୍କେଟିଙ୍ଗ ଉପରେ ଫୋକସ କରାଯାଉଛି ।

ମିଲେଟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ରାଜ୍ୟବାସୀଙ୍କୁମାର୍ଗଶିର ମାସ ପ୍ରଥମ ଗୁରୁବାର, #ମାଣ୍ଡିଆ ଦିବସ (mandia divas)ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ଯେ ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରିବା ଏବଂ ଖାଦ୍ୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା ।

ଏଥିସହିତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (Minister of Fisheries and Animal Resource Development of Odisha Ranendra pratap swain)    ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସମସ୍ତ ମା'ମାନଙ୍କୁ ମୋର ଅନୁରୋଧ ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହିତ ମାଣ୍ଡିଆକୁ ମଧ୍ୟ ଭୋଗ ଭାବରେ ହିଁ ବ୍ୟବହାର କରନ୍ତୁ ।

ରାଜ୍ୟ ସରକାର (state government) ମାଣ୍ଡିଆ ଚାଷ (millet farming)ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ପାଇଁ ପଦକ୍ଷେପ ନିଆଯାଇଛି ଓ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ (millet farming) ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି ।

ଆଉ ଗୋଟିଏ ଦିନ ପରେ ରାଜ୍ୟ ପାଳିବ ମାଣ୍ଡିଆ ଦିବସ

Millet farmers: ଏଣିକି ଚାଷୀ ପାଇବେ 2 ଗୁଣ ଅଧିକ ମାଣ୍ଡିଆ ପ୍ରୋତ୍ସାହନ ରାଶି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments