1. କୃଷି ଖବର

Millet farmers: ଏଣିକି ଚାଷୀ ପାଇବେ 2 ଗୁଣ ଅଧିକ ମାଣ୍ଡିଆ ପ୍ରୋତ୍ସାହନ ରାଶି

ଏଣିକି ହେକ୍ଟର ପିଛା ୧୦ ହଜାର ବଦଳରେ ଚାଷୀଙ୍କୁ ମାଣ୍ଡିଆ ପ୍ରୋତ୍ସାହନ ରାଶି ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଣ୍ଡିଆ ଚାଷ ନିମନ୍ତେ ଆଗରୁ ଚାଷୀଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ଏବେ ୩ ବର୍ଷ ବଦଳରେ ୫ ବର୍ଷକୁ ବୃଦ୍ଧି କରାଯାଇଛି ।

KJ Staff
KJ Staff
millet farmers will get double financial assistance

millet farmers will get double financial assistance

ଏଣିକି ହେକ୍ଟର ପିଛା ୧୦ ହଜାର ବଦଳରେ ଚାଷୀଙ୍କୁ ମାଣ୍ଡିଆ ପ୍ରୋତ୍ସାହନ ରାଶି ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଣ୍ଡିଆ ଚାଷ (millet farmering) ନିମନ୍ତେ ଆଗରୁ ଚାଷୀ(farmers) ଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ଏବେ ୩ ବର୍ଷ ବଦଳରେ ୫ ବର୍ଷକୁ ବୃଦ୍ଧି କରାଯାଇଛି । ମାଣ୍ଡିଆ ଚାଷ (millet farmering) ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପ୍ରୟାସ କରାଯାଉଛି । ନଭେମ୍ବର ୧୦ ରେ ମାଣ୍ଡିଆ ଚାଷ (millet farmering) କୁ ପ୍ରୋତ୍ସାହିତ କରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବୃଦ୍ଧି ପାଇଁ ‘ମାଣ୍ଡିଆ ଦିବସ’ ପାଳନ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ରହିଛି ।

ଭାରତର ପ୍ରଥମ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (cm naveen patnaik) ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଏହା ପାଳନ କରାଯିବ । ଏହି ଉପଲକ୍ଷେ ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରିବ । ଏଥି ସହିତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ୍‌ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ଥିର ହୋଇଛି । ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ହୋଡ଼ିଂ ଲଗାଯିବ । ଆସନ୍ତା ବର୍ଷକୁ ବିଶ୍ବ ମିଲେଟ ବର୍ଷ ଭାବେ ପାଳନ କରାଯିବ ।

ବର୍ଷ ଶେଷ ଯାଏଁ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଜଳଖିଆରେ ମିଲେଟ୍ (millet) ସାମିଲ କରିବାଠୁ ମାରାଥନ୍, ସାଇକେଲ୍ ରାଲି, ପୋଷ୍ଟର ପ୍ରତିଯୋଗିତା, ୟୁଜିସି ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ମାଣ୍ଡିଆ ଚାଷୀଙ୍କ ପାଇଁ ଖୁସି ଖବର । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚିତ ହୋଇଛି ଏବଂ ସଫଳତା ମଧ୍ୟ ହାସଲ କରିଛି । ତେବେ ଚଳିତ ବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ଅଧିକ ମତ୍ରାରେ ପ୍ରଚାରପ୍ରସାର ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି ।

ଜାତିସଂଘ(UN) ପାଖରେ ବିଶ୍ବ ମିଲେଟ୍ (millet) ବର୍ଷ ପ୍ରସ୍ତାବ ଭାରତ ରଖିଥିବାରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହା ପୂର୍ବରୁ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ ହୋଇଥିବାରୁ, ବିଶ୍ବ ମିଲେଟ ବର୍ଷ ପାଳନରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

ମାଣ୍ଡିଆ କରିବା ମେଧବହୁଳ ହ୍ରାସ

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments