1. କୃଷି ଖବର

ଚିଲିକାରୁ ଉଚ୍ଛେଦ ହେଲା ଚିଙ୍ଗୁଡ଼ି ଘେରି

ଚିଲିକା ଯେମିତି ପ୍ରସିଦ୍ଧ ଏହାର ଚିଙ୍ଗୁଡ଼ି, କଙ୍କଡ଼ା ମଧ୍ୟ ସେହିପରି ପ୍ରସିଦ୍ଧ l କିନ୍ତୁ ସମୟ ବଦଳିବା ସହିତ ଚିଲିକାରୁ ଯଥେଷ୍ଟ ପରିମାଣର ଚିଙ୍ଗୁଡ଼ି ଏବଂ କଙ୍କଡ଼ା ମିଳୁନାହାଁନ୍ତି l ଯେଉଁ ଚିଲିକା ଦିନେ ମତ୍ସ୍ୟଜୀବୀମାନଙ୍କୁ ରୋଜଗାର ଦେଉଥିଲା, ଦାନା ଦେଉଥିଲା ସେଠାକାର ମତ୍ସ୍ୟଜୀବୀମାନେ ଆଜି ଦାଦନ ଯାଉଛନ୍ତି l ଦିନକୁ ଦିନ ଚିଲିକାରୁ ମାଛ ପରିମାଣ କମିବାରେ ଲାଗୁଛି l ଏହାର ଏକ ପ୍ରମୁଖ କାରଣ ହେଉଛି ବେଆଇନ ଚିଙ୍ଗୁଡ଼ି ଘେରି l

Sugyan Kumar Nayak

ଏହି ଚିଙ୍ଗୁଡ଼ି ଘେରି ଦ୍ୱାରା ଚିଲିକାର ଜଳ ଦୂଷିତ ହେବା ସହିତ ହ୍ରଦରୁ ମାଛ ଉତ୍ପାଦନ ହ୍ରାସ ପାଉଛି l ହ୍ରଦ ମଧ୍ୟରେ ଜଳର ପ୍ରବାହକୁ କୃତ୍ରିମ ଭାବରେ ଅବରୋଧ କରାଯାଉଛି l ଲାଭଖୋର ବ୍ୟବସାୟୀମାନେ ଷଡ଼ଯନ୍ତ୍ର କରି ଚିଲିକାରେ ଚିଙ୍ଗୁଡ଼ି ଘେରି କରୁଛନ୍ତି l ସମୟରେ ସମୟରେ ସେମାନଙ୍କ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ପ୍ରଶାସନ ଭାଙ୍ଗୁଛି, କିନ୍ତୁ ଅବସ୍ଥା 'ଯଥା ପୂର୍ବଂ ତଥା ପରଂ' ଭଳି ହୋଇଛି l ପୁନଶ୍ଚ ଘେରି ନିର୍ମାଣ ହେଉଛି l ଏପରି ଲାଗୁଛି ସେମାନେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରତି ସମ୍ପୂର୍ଣ୍ଣ ବେପରୁଆ ଅଟନ୍ତି l ଚିଲିକା ଭିତରେ ଚିଙ୍ଗୁଡ଼ି ଘେରି ନିର୍ମାଣ କରିବାରେ ବଡ଼ ବଡ଼ ରାଜନେତାମାନଙ୍କର ସମ୍ପୂର୍ଣ୍ଣ ହାତ ରହୁଥିବାରୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଉପରେ ପ୍ରଭାବଶୂନ୍ୟ ହେଉଛି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରନ୍ତି l

ଖୁବ ନିକଟରେ ସ୍ୱତନ୍ତ୍ର ଦଳ ଗଠନ କରି ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ନଷ୍ଟ କରିଛନ୍ତି l ଏହି ଉଚ୍ଛେଦ କାର୍ଯ୍ୟ ଆଗକୁ ଆହୁରି ବ୍ୟାପକ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ନିକଟରେ ସୂଚନା ଦେଇ କହିଛନ୍ତି ଯେ, ପୁରୀ, ଗଞ୍ଜାମ ତଥା କୃଷ୍ଣପ୍ରସାଦ ଅଞ୍ଚଳର ୩୪୯ ହେକ୍ଟର ଅଞ୍ଚଳରୁ ଘେରି ଉଚ୍ଛେଦ କରାଯାଇଛି l ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ଅଞ୍ଚଳର ୪୦ ବର୍ଗ କି.ମି. ଅଞ୍ଚଳକୁ ଘେରି ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି l ଗତ ବର୍ଷ କୋଭିଡ ମହାମାରୀ ଯୋଗୁଁ ପ୍ରଶାସନ ଅଳ୍ପ ଅଞ୍ଚଳ ଘେରିମୁକ୍ତ କରିଥିଲେ l ଏବେ ଚାଲୁଥିବା ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଦୁଇ ପ୍ଲାଟୁନ ପୋଲିସ, ୨୦ ଜଣ ଶ୍ରମିକ ଏବଂ ଏକ ଡଜନ ଡଙ୍ଗାକୁ ନିୟୋଜିତ କରାଯାଇଛି l ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ପ୍ରଶାସନ ପ୍ରକାଶ କରିଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments