News

Wheat Export Ban: ଭାରତର ନିଷ୍ପତ୍ତିକୁ ଚୀନର ସମର୍ଥନ

ନିକଟରେ WTO କୃଷି ବୈଠକରେ ଚୀନ୍ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି ​​।

25 July, 2022 5:41 PM IST By: Shuvanshu Kar

ନିକଟରେ WTO କୃଷି ବୈଠକରେ ଚୀନ୍ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି ​​। ଯେଉଁଠାରେ ଧନୀ ରାଷ୍ଟ୍ରମାନେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ(Wheat Export Ban ) ଲଗାଇବା ନେଇ ଭାରତକୁ ପୁଣି ଥରେ ନିନ୍ଦା କରିଥିଲେ ସେଠାରେ ପଡୋଷୀ ଚୀନର ମିଳିଛି ସମର୍ଥନ । ଜେନେଭା ସ୍ଥିତ ବାଣିଜ୍ୟ ଅଧିକାରୀଙ୍କ ଅନୁଯାୟୀ, ଚୀନ୍‌ର ପ୍ରତିନିଧୀ କହିଛନ୍ତି ଯେ ଭାରତକୁ ଟାର୍ଗେଟ କରିବା ଭୁଲ ଅଟେ, ବିଶେଷ କରି ଭାରତର ଗହମ ରପ୍ତାନି ନିୟମର ଲକ୍ଷ୍ୟ ମଧ୍ୟ ଏହା ଅଟେ ଯେ ଏହା ଦେଶ ତଥା ପଡ଼ୋଶୀ ଦେଶ ସହ ଯୋଗାଣ ଜାରି ରଖିପାରିବ।

ଅତ୍ୟଧିକ ଗ୍ରୀଷ୍ମପ୍ରବାହ ହେତୁ ଗହମ ଫସଲ କ୍ଷତିଗ୍ରସ୍ତ ହେବାରୁ ଘରୋଇ ମୂଲ୍ୟ ବୃଦ୍ଧି ପାଇଥିଲା । ଦେଶରେ ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଆମେରିକା, ୟୁରୋପୀୟ ୟୁନିଅନ୍, ଜାପାନ, ପାରାଗୁଏ ଏବଂ ବ୍ରାଜିଲ ପରି ସଦସ୍ୟମାନେ ଏହା ପୂର୍ବରୁ କହିଥିଲେ ଯେ ଭାରତର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା ହେବା ପରେ ବିଶ୍ବ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ଭାରତ ଗହମ ରପ୍ତାନିକାରୀ ନୁହେଁ ଏବଂ ବିଶ୍ବର ମୂଲ୍ୟ ଉପରେ ଏହି ପ୍ରତିବନ୍ଧକର କୌଣସି ପ୍ରଭାବ ପଡି ନଥିବା କହିଛି ଭାରତ ।

ମେ ମାସରେ ଅଚାନକ ଗହମ ରପ୍ତାନୀ ଉପରେ ରୋକ ଲଗାଇ ଦେଇଥିଲେ କେନ୍ଦ୍ର ସରକାର । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଗହମ ଯୋଗାଣ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଭାରତର ଏଭଳି ନିଷ୍ପତ୍ତି ସମଗ୍ର ବିଶ୍ବରେ ହଲଚଲ ସୃଷ୍ଟି କରିଥିଲା ।

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ ପ୍ରତିବନ୍ଧକ ନିଷ୍ପତିକୁ ସମାଲୋଚନା କରିଥିଲେ ଜି-୭ ଦେଶ । ଭାରତ ପରି ଅନ୍ୟଦେଶ ଗୁଡିକ ମଧ୍ୟ ଯଦି ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନିଅନ୍ତି କିମ୍ବା ସେମାନଙ୍କ ବଜାରକୁ ବନ୍ଦ କରନ୍ତି ତେବେ ଏହି ସମସ୍ୟା ଆହୁରି ଜଟିଳ କରିଦେବ ବୋଲି ଜର୍ମାନୀର କୃଷି ମନ୍ତ୍ରୀ ସେମ ଓଜଡେମିର ଷ୍ଟଡଗାର୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)