1. କୃଷି ଖବର

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

ରାଜଧାନୀ ଦିଲ୍ଲୀରେ ଗମହ ମୂଲ୍ୟ ପ୍ରତି କ୍ବିଣ୍ଟାଲ ପିଛା 2,270 ଟଙ୍କା ରହିଛି । ସେପଟେ କର୍ଣ୍ଣାଟକରେ ଏହି ଦର କ୍ବିଣ୍ଟାଲ ପିଛା 3200 ଟଙ୍କାରେ ପହଞ୍ଚିଯାଇଛି ।

Shuvanshu Kar
Shuvanshu Kar
Wheat markets still on the edge despite  govt's export ban

Wheat markets still on the edge despite govt's export ban

ଗହମ ରପ୍ତାନୀ(Wheat export)  ଉପରେ ମେ 13ରୁ ପ୍ରତିବନ୍ଧକ ଲଗାଇ ରଖିଛନ୍ତି କେନ୍ଦ୍ର ସରକାର । ଏହା ସତ୍ତ୍ବେ ଅନେକ ରାଜ୍ୟରେ ଗହମ ଦର କମିବାର ନାଁ ନେଉନାହିଁ । ରାଜଧାନୀ ଦିଲ୍ଲୀରେ ଗମହ ମୂଲ୍ୟ ପ୍ରତି କ୍ବିଣ୍ଟାଲ ପିଛା 2,270 ଟଙ୍କା ରହିଛି । ସେପଟେ କର୍ଣ୍ଣାଟକରେ ଏହି ଦର କ୍ବିଣ୍ଟାଲ ପିଛା 3200 ଟଙ୍କାରେ ପହଞ୍ଚିଯାଇଛି ।

କମୋଡିଟି ମାର୍କେଟ(comodity market) ବିଶେଷଜ୍ଞଙ୍କ କହିବାନୁଯୟୀ, ଖୋଲା ବଜାରରେ ଗହମ ଚାହିଦା ବଜାୟ ରହିବ । କାରଣ ଭାରତରେ ଉତ୍ପାଦନ କମିଛି ଓ ରପ୍ତାନୀ ଅଧିକ ହୋଇଛି । ଏଭଳିସ୍ଥିତିରେ ଏହାର ଦର 2500 ଟଙ୍କାରୁ ନେଇ 2600 ଟଙ୍କା ଯାଏଁ ରହିବ ।

ଅଷ୍ଟ୍ରେଲିଆ, ୟୁକ୍ରେନ ଓ ୟୁରୋପୀୟ ସଂଘ ଭଳି ଗହମ ଉତ୍ପାଦକ ଦେଶ ରେ ଉତ୍ପାଦନ କମ କାରଣରୁ ବିଦେଶୀ ବଜାରରେ ଗହମ ଯୋଗାଣରେ ବାଧା ଉପୁଜିଛି । ବର୍ତ୍ତମାନ କର୍ଣ୍ଣାଟକରେ ଗହମ ଦର(wheat price) ଅଧିକ ରହିଛି । ବିଦର ମଣ୍ଡରେ 20 ଜୁନରେ ଗହମର ସର୍ବନିମ୍ନ ଦର କ୍ବିଣ୍ଟାଲ ପିଛା 2500 ଟଙ୍କା ରହିଥିବାବେଳେ ସର୍ବାଧିକ ଦର 2800 ଟଙ୍କା ରହିଛି ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ଗହମ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ଜରୁରୀ ସୂଚନା,ଜାଣନ୍ତୁ...

ଏଠାରେ ଏମଏସପିରେ ଗହମ ଦର ପ୍ରତି କ୍ବିଣ୍ଟାଲ ପିଛା 2015 ଟଙ୍କା ଅଛି । ଗହମ ଦର ବୃଦ୍ଧି ପଛରେ ଅଧିକ ଗରମ, ଭଣ୍ଡାରଣର ଅଭାବ କାରଣ ରହିଛି । ଜୁନ ପହିଲାସୁଦ୍ଧା କେନ୍ଦ୍ର ପାଖରେ 31.14 ମିଲିୟନ ମେଟ୍ରିକ ଟନ ଗହମ ଷ୍ଟକ ଥିଲା । ବାର୍ଷିକ ଆଧାରରେ ଏହା 48.3 ପ୍ରତିଶତ କମ ରହିଥିଲା ।

ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି । ଏହି କାରଣରୁ ହ୍ରାସ ପାଇଛି ଉତ୍ପାଦନ । ସରକାର ପୂର୍ବରୁ 111.32 ମିଲିୟନ ଟନ ଗହମ ଉତ୍ପାଦନର ଅନୁମାନ ଲଗାଇଥିଲେ । ହେଲେ ଏହାକୁ ପରେ କମ କରାଯାଇ 105 ମିଲିୟନ ଟନ କରିଦିଆଯାଇଥିଲା । ଦେଶରେ ଗହମ ଦର ବୃଦ୍ଧି ହେବାର ଏହା ମଧ୍ୟ ଏକ କାରଣ ହୋଇପାରେ । ଏହାସହିତ ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଆବଶ୍ୟକତାରୁ ଅଧିକ ରପ୍ତାନୀ କରାଯାଇଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments