News

କାଶୀପୁରରେ କାଳ ସାଝୁଛି ହଇଜା, ଏଯାଏଁ ଗଲାଣି 10 ଜୀବନ

କାଶୀପୁରରେ ଆଉ ଜଣେ ହଇଜାରେ ଜୀବନ ହାରିଛନ୍ତି । ଗୋଟିଏ ପରେ ଗୋଟିଏ ଗାଁକୁ ମାଡିଚାଲିଛି ହଇଜା ।

27 July, 2022 4:52 PM IST By: Shuvanshu Kar

ରାୟଗଡା ଜିଲ୍ଲାରେ ଆତଙ୍କ ଖେଳାଇଛି ହଇଜା(Cholera) । କାଶୀପୁର(Kashipur)ରେ ଆଉ ଜଣେ ହଇଜାରେ ଜୀବନ ହାରିଛନ୍ତି । ମୃତକ ଜାମୁଗୁଡ଼ା ଗାଁର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା 10 ଜଣଙ୍କର ହଇଜାରେ ମୃତ୍ୟୁ ହୋଇସାରିଲାଣି ।

କାଶୀପୁର(Kashipur)ରେ ହଇଜା କାଳ ସାଜୁଥିବାବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଗୋଟିଏ ପରେ ଗୋଟିଏ ଗାଁକୁ ମାଡିଚାଲିଛି ହଇଜା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କାଶୀପୁର ବ୍ଲକର 15ରୁ ଅଧିକ ଗାଁକୁ ଏହା ବ୍ୟାପିସାରିଲାଣି । ଏହାକୁ ନିୟନ୍ତ୍ରଣ କରିବା ଏବେ ପ୍ରଶାସନ ଆଗରେ ଚ୍ୟାଲେଞ୍ଜ ପାଲଟିଛି । ବର୍ତ୍ତମାନସୁଦ୍ଧା 10 ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।

ସେପଟେ ହଇଜା ରୋକବାକୁ ପ୍ରଶାସନ ପକ୍ଷରୁ ବିଶୋଧନ ଜୋରଦାର କରାଯାଉଛି । 250ରୁ ଅଧିକ ଗାଁରେ ସର୍ଭିଲାନ୍ସ ଚାଲିଛି । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶରେ ହଇଜା ପ୍ରଭାବିତ ଅଞ୍ଚଳରେ ଥିବା ଜଳ ଉତ୍ସଗୁଡିକୁ ବନ୍ଦ କରି ଦିଆଯାଇଛି । ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହିତ ସହିତ ସାହି ଓ ଗଳି ରାସ୍ତାରେ ବ୍ଳିଚଂ ପାଉଡର ସିଞ୍ଚନ କରାଯାଉଛି।

ସେପଟେ ସେପଟେ ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଲୋକ ମୃତ୍ୟୁ ମୁଖରେ ପଡ଼ିବା ପ୍ରସଙ୍ଗରେ ସରକାର ମିଛ କହୁଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ପାଇଁ ଦାବି ଉଠୁଛି ।

ଓଡିଶାରେ ଦୂଷିତ ପାଣି ଆତଙ୍କ, 6 ମୃତ

ଜଳ ଜୀବନ ମିଶନର ୫୦% ସଫଳତା ହାସଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)