1. କୃଷି ଖବର

ମାଧ୍ୟମିକ ଶିକ୍ଷା ପରିଷଦ ର +୨ ଫଳାଫଳ (ବିଜ୍ଞାନ )..

ମାଧ୍ୟମିକ ଶିକ୍ଷା ପରିଷଦ ର +୨ ଫଳାଫଳ (ବିଜ୍ଞାନ )..

KJ Staff
KJ Staff

କମିଲା ପାସ ହାର
୯ ଟି କଲେଜ ରେ ଫଳ ଶୂନ୍ୟ
ବିଜେବି ର ଭବାନୀଶଙ୍କର ପଟ୍ଟନାୟକ ଶୀର୍ଷକରେ
ବାଲେଶ୍ୱର ଆଗରେ ,ଗଜପତି ସର୍ବନିମ୍ନ
କପି କରି ୪୨୭ ବିଦ୍ୟାର୍ଥୀଙ୍କ ଫଳ ବାତିଲ

ଚଳିତ ବର୍ଷ ବିଭିନ୍ନ କାରଣରୁ ସ୍ଥଗିତ ରହିଥିଲା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳାଫଳ | ଗତ ସୋମବାର ଦିନ କେବଳ ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଙ୍କ ଫଳ ପ୍ରକାଶ ପାଇଲା ପରେ ,ବିଦ୍ୟାର୍ଥୀ ଗହଣ ରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳିଛି |


ବିଜେବି ରେ ଭବାନୀ ଶଙ୍କର ପଟ୍ଟନାୟକ ୫୫୯ ଅଙ୍କ ରଖି ରାଜ୍ୟ ର ଟପର ହୋଇଥିଲା ବେଳେ ଅନ୍ୟପକ୍ଷେ ୯ ଟି ମହାବିଦ୍ୟାଳୟ ରେ ପାସ ହାର ସମ୍ପୂର୍ଣ ଶୂନ ରହିଛି |ବିଜ୍ଞାନ ପାଠ୍ୟକ୍ରମ ରେ ମୋଟ ୯୯ ହଜାର ୩୩ ବିଦ୍ୟାର୍ଥୀ ଫର୍ମ ପୁରଣ କରିଥିଲାବେଳେ ୯୭୭୫୦ ଜଣ ପରୀକ୍ଷା ଦେଇଥିଲେ ଏବଂ ପାସହାର ୭୨.୩୩ % ରହିଛି |ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର ୪.୬୫ % କମିଛି |

ପରୀକ୍ଷା ରେ ଖରାପ ପ୍ରଦର୍ଶନ କରିଥିବା ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ |ଗୀତଗୋବିନ୍ଦ ସଦନ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରି ଫଳ ଘୋଷଣା କରିଥିଲେ | ରାଜ୍ୟରେ ଚଳିତ ବର୍ଷ ମୋଟ ୬୦ ଜଣ ଛାତ୍ରଛାତ୍ରୀ ୯୦ %ରୁ ଅଧିକ ନମ୍ବର ରଖିଛନ୍ତି |ବାଲେଶ୍ୱର ରେ ପାସ ହାର ସର୍ବଧିକ ୮୭.୫୬ % ରହିଥିଲା ବେଳେ ଗଜପତି ରେ ସର୍ବନିମ୍ନ ୩୬.୨୦% ରହିଛି |

ରି -ଆଡ଼ମିସନ ଓ ରି -ଚେକିଙ୍ଗ ଲାଗି ଛାତ୍ରଛାତ୍ରୀ ୬ ତାରିଖରୁ ୧୫ ଦିନ ମଧ୍ୟରେ (୨୧ ତାରିଖ )ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ | ବିଦ୍ୟାର୍ଥୀ ନିଜର ଫଳାଫଳ orissaresults.nic .in ରେ ନିଜର କ୍ରମାଙ୍କ ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments