News

ଦ୍ୱାଦଶ ପାସ କରିଥିଲେ CISFରେ କରନ୍ତୁ ଚାକିରି ; ଖାଲିପଡିଛି ୧୧୪୯ ପଦବୀ,ଶୀଘ୍ର ଆବେଦନ କରନ୍ତୁ

ଆପଣ ଦ୍ୱାଦଶ ପାସ୍ କରିଛନ୍ତି କି ? ତାହେଲେ CISFରେ କନେଷ୍ଟବଲ ପଦବୀ ପାଇଁ ଆବେଦନ କରିପାରିବେ ।

03 February, 2022 4:13 PM IST By: Sudesna Nayak

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର (Good news) । କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ (CISF) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ(CISF) ପକ୍ଷରୁ କନେଷ୍ଚବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏଣିକି ତୁରନ୍ତ ଆବେଦନ କରିପାରିବେ ।

ଆପଣ ଦ୍ୱାଦଶ ପାସ୍ କରିଛନ୍ତି କି ? ତାହେଲେ CISFରେ କନେଷ୍ଟବଲ ପଦବୀ ପାଇଁ ଆବେଦନ କରିପାରିବେ । କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ(CISF) କନଷ୍ଟେବଳ ଫାୟାରମ୍ୟାନ୍‌ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେନର ପ୍ରକ୍ରୀୟା ୨୯ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଯାଇଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହି ଭର୍ତ୍ତି ପାଇଁ ୦୪ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ସଂଖ୍ୟା,ଜାଣନ୍ତୁ...

CISF ପକ୍ଷରୁ ମୋଟ ୧୧୪୯ ପଦବୀ ପାଇଁ ବି‌ଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ସିଆଇଏସଏଫ କନଷ୍ଟେବଲ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥିମାନଙ୍କ ଚୟନ ଲିଖିତ ପରୀକ୍ଷା, ମେଡିକାଲ ଟେଷ୍ଟ, ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି), ଶାରୀରିକ ମାନକ ପରୀକ୍ଷଣ (ପିଏସଟି) ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ ହିଁ କରାଯିବ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା,ଜାଣନ୍ତୁ...

କନଷ୍ଟେବଲ ପଦବୀ ପାଇଁ ସାଇନ୍ସ ଷ୍ଟ୍ରୀମରେ ଦ୍ୱାଦଶ ପାସ୍‌ କରିଥିବା ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ବୟସ ସୀମା ୧୮ ରୁ ୨୩ ବର୍ଷ ହିଁ ନିର୍ଦ୍ଧାରିତ କରାଯାଇଛି । ଚୟନ ହୋଇଥିବା ଆଶାୟୀ ପ୍ରାର୍ଥି ପେ ଲେବଲ ୩ ଅନୁଯାୟୀ ୨୧,୭୦୦/- ଟଙ୍କାରୁ ୬୯,୧୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ବେତନ ମିଳିବ ।

ପଦବୀ ଆବେଦନ ପାଇଁ ଶୁଳ୍କ,ଜାଣନ୍ତୁ...

ଆବେଦନକାରୀମାନଙ୍କୁ ୧୦୦ ଟଙ୍କାର ଆବେଦନ ଶୁଳ୍କ ମଧ୍ୟ ଦେବାକୁ ହେବ । ଯେଉଁଥିରେ ରିଜର୍ଭ କ୍ୟାଣ୍ଡିଡେଟସଙ୍କ ପାଇଁ କିଛି ଛାଡ କରାଯାଇଛି ।

OPSCରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ, ଶୀଘ୍ର କରନ୍ତୁ ଆବେଦନ

Railway Bharti 2022: ବିନା ପରୀକ୍ଷାରେ ମିଳିବ ଚାକିରୀ ; ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)