1. କୃଷି ଖବର

OPSCରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଓଡିଶାରେ କରନ୍ତୁ ସରକାରୀ ଚାକିରି । ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସହାୟକ କୃଷି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Sudesna Nayak
Sudesna Nayak
OPSC vacant assistant agriculture officer position apply immediately

OPSC vacant assistant agriculture officer position apply immediately

ଓଡିଶାରେ କରନ୍ତୁ ସରକାରୀ ଚାକିରି । ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସହାୟକ କୃଷି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆବେଦନ ପାଇଁ ୨୮ ଜାନୁଆରୀରୁ ଆରମ୍ଭ ହେବ, ଯାହା ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ । OPSC ପକ୍ଷରୁ ମୋଟ୍ ୧୪୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦବୀ ମଧ୍ୟରୁ ଅଣସରଂକ୍ଷିତଙ୍କ ପାଇଁ ୬୨ ଟି ଓବିସିଙ୍କ ପାଇଁ ୧୪ ଟି, ଅନୁସୂଚିତ ଜାତିଙ୍କ ପାଇଁ ୨୦ ଟି ଓ ଅନୁସୂଚିତ ଜନଜାତି ପାଇଁ ୨୭ ଟି ପଦବୀ ରହିଛି ।

କିପରି କରିବେ ଆବେଦନ,ଜାଣନ୍ତୁ...

ସହାୟକ କୃଷି ଅଧିକାରା (AAO) ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଆପଣ opsc.gov.in କୁ ହିଁ ଯାଆନ୍ତୁ ।

ସେଠାରେ ଆବେଦନ ଲିଙ୍କକୁ ୨୮ ଜାନୁଆରୀରୁ ହିଁ ଆକ୍ଟିଭ କରାଯିବ ।

ଏହି ଲିଙ୍କ ଖୋଲି ଆପଣମାନେ ଆବେଦନ ପତ୍ର ଜମା କରିପାରିବେ ।

ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ହିଁ ରହିଛି ।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଆବେଦନକାରୀମାନଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ ହେବା ଜରୁରୀ ଅଟେ । ଆସିଷ୍ଟାଣ୍ଟ ସହାୟକ ଅଫିସର(AAO) ପଦବୀ ପାଇଁ ଆବେଦନକାରୀଙ୍କ ପାଖରେ କୃଷି/ହର୍ଟିକଲ୍ଚର ବିଜ୍ଞାନରେ ସ୍ନାତକ କରିଥିବା ଜରୁରୀ ଅଟେ ।

ପଦବୀ ଆବେଦନ ପାଇଁ ଶୁଳ୍କ,ଜାଣନ୍ତୁ...

ସାଧାରଣ ଓ ଓବିସିମାନଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତିମାନଙ୍କ ପାଇଁ ଅଳ୍ପ ରିହାତି ରହିଛି ।

ଚୟନ ପ୍ରକ୍ରିୟା, ଜାଣନ୍ତୁ...

ଧ୍ୟ୍ୟାନରେ ରଖନ୍ତୁ କି, OPSCର ସହାୟକ କୃଷି ଅଧିକାରୀ ପଦବୀ ଚୟନ ପାଇଁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ହିଁ କରାଯିବ ।

Railway Bharti 2022: ବିନା ପରୀକ୍ଷାରେ ମିଳିବ ଚାକିରୀ ; ଶୀଘ୍ର କରନ୍ତୁ ଆବେଦନ

୧୦ମ ପାସ୍‌ କରିଥିଲେ BSFରେ କରନ୍ତୁ ଚାକିରି ; ଖାଲିପଡିଛି ୨୭୮୮ ପଦବୀ, ତୁରନ୍ତ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments