1. କୃଷି ଖବର

ପ୍ରକାଶ ପାଇଲା ଆଇ.ଏ.ଏସ ପ୍ରିଲିମ୍ସ ପରୀକ୍ଷା ଫଳ :

ପ୍ରକାଶ ପାଇଲା ଆଇ.ଏ.ଏସ ପ୍ରିଲିମ୍ସ ପରୀକ୍ଷା ଫଳ :

KJ Staff
KJ Staff

ଦେଶର ସମସ୍ତ ବିଦ୍ୟାର୍ଥୀଙ୍କ ପ୍ରିୟ ଆଇ.ଏ.ଏସ ପ୍ରବେଶିକା ପରୀକ୍ଷା(ପ୍ରିଲିମ୍ସ ) ର ଫଳ ଗତକାଲି ୧୨ ଜୁଲାଇ ରେ ପ୍ରକାଶିତ ହୋଇଛି |ଏହି ପରୀକ୍ଷା ୟୁ.ପି.ଏସ.ସି ଦ୍ୱାରା ସମଗ୍ର ଭାରତ ରେ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ନିଯୁକ୍ତି ଲାଗ ଅନୁଷ୍ଠିତ ହୋଇଥାଏ |ଏହି ପରୀକ୍ଷା ଚଳିତ ବର୍ଷ ଜୁନ ୨ ରେ ସମଗ୍ର ଭାରତ ବର୍ଷ ରେ ବିଭିନ୍ନ ଅଞ୍ଚଳରେ ରେ ହୋଇଥିଲା |
ଏବେ ୟୁ ପି ଏସ ସି ତରଫରୁ ପ୍ରିଲିମ୍ସ ରେ ଉତ୍ତୀର୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ଙ୍କ ଫଳାଫଳ ୱେବସାଇଟ (upsc.gov.in)ରେ ପାଇପାରିବେ| ଏହା ବ୍ୟତୀତ ଇଣ୍ଡିଆନ ଫୋରେଷ୍ଟ ସର୍ଭିସ ର ଫଳ ମଧ୍ୟ ୱେବସାଇଟ ରେ ଉପଲବ୍ଧ କରାଯାଇଛି |

ଉତ୍ତୀର୍ଣ ହୋଇଥିବା ପରୀକ୍ଷାର୍ଥୀ ଙ୍କ ଲାଗି

ଅଗଷ୍ଟ ୧ ରୁ ୧୬ ୱେବସାଇଟ ରେ ଉପଲବ୍ଧ ହେବ ଏକ ଫର୍ମ ଯେଉଁଥିରେ ଉତ୍ତୀର୍ଣ ହୋଇଥିବା ପରୀକ୍ଷାର୍ଥୀ ମନେ ନ ମେନ୍ସ ପରୀକ୍ଷା ଲାଗି ରେଜିସ୍ଟ୍ରେଶନ କରିପାରିବେ |ମେନ୍ସ ପରୀକ୍ଷା ସେପ୍ଟେମ୍ବର ୨୦ ରେ ଅନୁଷ୍ଠିତ ହେବାର ସୂଚନା ଦିଆଯାଇଛି |ପରୀକ୍ଷା କର୍ତ୍ତୃପକ୍ଷ ଙ୍କ ଅନୁଯାୟୀ ମେନ୍ସ ପରୀକ୍ଷା ର ଜରୁରୀ ତଥ୍ୟ ଏବଂ ଫର୍ମ ପୁରଣ କରିବା ର ପ୍ରଣାଳୀ ୱେବସାଇଟ ରେ ଉପଲବ୍ଧ କରାଯିବ |ପରୀକ୍ଷା ର ସମୟ ଏବଂ କେବେ ହେବ ପରୀକ୍ଷା ସେନେଇ ସମସ୍ତ ସୂଚନା ମେନ୍ସ ପରୀକ୍ଷା ର ୩ ରୁ ୪ ସପ୍ତାହ ପୂର୍ବେ ୱେବସାଇଟ ରେ ଉପଲବ୍ଧ ରହିବ ବୋଲି କହିଛନ୍ତି ପରୀକ୍ଷା କର୍ତ୍ତୃପକ୍ଷ |
ୟୁପିଏସସି ଦ୍ୱାରା ୱେବସାଇଟ ରେ ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରିଲିମ୍ସ ଫଳାଫଳ ଉପଲବ୍ଧ କରାଯାଇଛି |ସମ୍ପୂର୍ଣ ଫଳାଫଳ ବିବରଣୀ ମେନ୍ସ ପରୀକ୍ଷା ଏବଂ ଇଣ୍ଟରଭିୟୁ ପରେ ଶେଷ ପର୍ଯ୍ୟାୟ ରେ ଫଳାଫଳ ପ୍ରକାଶ ପରେ ଜଣାପଡିବା ବୋଲି ୱେବସାଇଟ ରେ ଉପଲବ୍ଧ ଏକ ନୋଟିସ ରୁ ସୂଚନା ମିଳିଛି |
ତେବେ ମେନ୍ସ ଲାଗି ଉତ୍ତୀର୍ଣ ହୋଇଥିବା ପରୀକ୍ଷାର୍ଥୀ ଙ୍କୁ ପ୍ରଥମେ ସିଭିଲ ସର୍ଭିସ ପରୀକ୍ଷା ,୨୦୧୯ ର ସମ୍ପୂର୍ଣ ନିୟମାବଳୀ ପଢ଼ିବାର ଅନୁରୋଧ କରାଯାଉଛି |
ପରୀକ୍ଷାର୍ଥୀ ଙ୍କ ଉଜ୍ଜ୍ଵଳ ଭବିଷ୍ୟତ ର କାମନା କରୁଛି କୃଷି ଜାଗରଣ ପରିବାର

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments