1. କୃଷି ଖବର

ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ମୁଖ୍ୟମନ୍ତ୍ରୀ ଫେଲୋସିପ୍‌ ସ୍କିମ

ରାଜ୍ୟରେ ଶିକ୍ଷା କୁ ସଦା ସର୍ବଦା ଗୁରୁତ୍ୱ ଦିଆ ଯାଇଛି l ଗତକାଲି ମଧ୍ୟ ସରକାରଙ୍କ ଏକ ପଦକ୍ଷେପ ନେଇଛି ଯାହା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ l କାରଣ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଦେଇଛନ୍ତି ଏକ ଖୁସି ଖବର ।

Tanushree Mahapatra
Tanushree Mahapatra
Cm fellowship scheme for 300 candidates , image source - pexels.com

Cm fellowship scheme for 300 candidates , image source - pexels.com

ରାଜ୍ୟରେ ଶିକ୍ଷା କୁ ସଦା ସର୍ବଦା ଗୁରୁତ୍ୱ ଦିଆ ଯାଇଛି l ଗତକାଲି ମଧ୍ୟ ସରକାରଙ୍କ ଏକ ପଦକ୍ଷେପ ନେଇଛି ଯାହା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ l କାରଣ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଦେଇଛନ୍ତି ଏକ ଖୁସି ଖବର । ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ଯୋଜନା ଯାହା ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ସାହାଯ୍ୟ କରିବ । 

ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି କରୁଥିବା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଏଣିକି ଗବେଷଣାର୍ଥୀଙ୍କୁ ଆଉ ଅର୍ଥ ବାଧକ ସାଜିବନି ।

କାରଣ ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି  ଚିଫ୍‌ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍‌ ଫେଲୋସିପ୍‌ ପ୍ରୋଗ୍ରାମ । ଯାହା ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତ ଧରଣର କରିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗତକାଲି । ତେବେ ଏହା  ପ୍ରଚଳିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଇନୋଭେସନ୍‌ ଇନସେନଟିଭାଇଜେସନ୍‌ ପ୍ଲାନର ଏକ ବର୍ଦ୍ଧିତ ସଂସ୍କରଣ ହେବାକୁ ଯାଉଛି । ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସିଏମ୍‌ଆରଆଇଏଫପରେ ରିସର୍ଚ୍ଚ ସ୍କଲାରମାନଙ୍କୁ ଅନୁସନ୍ଧାନ ଅନୁକୂଳ ବାତାବରଣ ମିଳିବ ବୋଲି ଆଶା କରାଯାଉଛି । ଏଥିଲାଗି ପୂର୍ବରୁ ଗବେଷଣା ସହାୟତା ବାବଦରେ ଦିଆଯାଉଥିବା ପାଣ୍ଠିରେ ମଧ୍ୟ ବୃଦ୍ଧି କରାଯାଇଛି । ତେବେ ଯେଉଁଥିରେ ମାସିକ ୩୦୦ ରିସର୍ଚ୍ଚ ସ୍କଲାରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଫେଲୋସିପ୍‌ ଅନୁଦାନ ପ୍ରଦାନ କରାଯିବ ।

ତେବେ ରାଜ୍ୟର ସରକାରୀ ବିଶ୍ୱଦ୍ୟାଳୟରେ ପିଏଚ୍‌ଡି କରୁଥିବା ସ୍କଲାରଙ୍କ ପାଞ୍ଚ ବର୍ଷ ପାଇଁ ଏହି ବ୍ୟବସ୍ଥା କରାଯାଇଛି  l ସେହିପରି ପ୍ରତି ବର୍ଷ ରିସର୍ଚ୍ଚ ସ୍କଲାର ୫୦ ହଜାର କଣ୍ଟିଜେନ୍ସି ଅର୍ଥ ପାଇବେ ବୋଲି କୁହାଯାଉଛି । ଏଥିସହ ଶ୍ରେଷ୍ଠ ୨୫ ପ୍ରକାଶନ ମାଧ୍ୟମରେ ୫୦ହଜାରର ପ୍ରକାଶନ ଅନୁଦାନ ସାହାଯ୍ୟ ମଧ୍ୟ ପ୍ରଦାନ କରିବେ ରାଜ୍ୟ ସରକାର  । କିନ୍ତୁ ଏହି ନୂତନ ଯୋଜନା ପାଇଁ ନେଟ୍‌ ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ସରକାର । 

ସେହିପରି ୬୦ ଜଣ ଅଧ୍ୟାପକ ସିଡ୍‌ ରିସର୍ଚ୍ଚ ପାଣ୍ଠି ଅନୁଦାନ ଭାବେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନରେ ବାର୍ଷିକ ୧୦ ଲକ୍ଷ ଓ ସାମାଜିକ ବିଜ୍ଞାନରେ ୭ଲକ୍ଷ ଟଙ୍କା ପାଇବାର ବ୍ୟବସ୍ଥା ରହିଛି ରାଜ୍ୟରେ । ତେବେ ବଡ କଥା ହେଲା ଗବେଷଣାରେ ଶ୍ରେଷ୍ଠ ଉତ୍କର୍ଷ  କେନ୍ଦ୍ରଙ୍କୁ ୩୫ ଲକ୍ଷ ଟଙ୍କା ମିଳିବାର ପ୍ରାବଧାନ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ  ‘ସିଏମଆରଆଇଏଫପି’ ପାଇଁ ଆଶାୟୀଙ୍କୁ କିନ୍ତୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ କମନ୍‌ ପିଏଚଡି ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ୟୁଜି ଓ ପିଜି ସ୍ତରରେ ୬୦ପ୍ରତିଶତରୁ ଅଧିକ ନମ୍ବର ଥିବା ମଧ୍ୟ ଆବଶ୍ୟକ ରହିଥିବା କୁହାଯାଇଛି ରାଜ୍ୟ ସରକାରଙ୍କ ତରଫରୁ । ତେବେ ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଥିଲା । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments