News

ଆଜିର ମୁଖ୍ୟ ଖବର, ୪% ବଢ଼ିଲା ମହଙ୍ଗା ଭତ୍ତା...

ଆଜିର ମୁଖ୍ୟ ଖବର, ୪% ବଢ଼ିଲା ମହଙ୍ଗା ଭତ୍ତା...ଆଜିର 5ଟି ପ୍ରମୁଖ ଖବର ଚାଲନ୍ତୁ ଜାଣିବା ....

15 March, 2024 11:53 AM IST By: Sudesna Nayak

ପ୍ରଥମେ ନଜର ପକାଇବା ହେଡଲାଇନ୍ସ ଉପରେ...

1.ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ
2.ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (dearness allowance) ୪% ବଢ଼ିଲା
3.ଜୁକିନି ପରିବା ଦେବ ଲକ୍ଷାଧିକ ଆୟ
4.ଏବେ କୃଷିଜାତ ସାମଗ୍ରୀ ରପ୍ତାନୀ କରିବ ଓଡ଼ିଶା
5.ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଚାଲନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଖବର ଉପରେ...

ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ

ବର୍ତ୍ତମାନ ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଏହି ବୃଦ୍ଧି ଘୋଷଣା କରିଛନ୍ତି । ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ହିଁ ୩୦୦ ରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ଅତିରିକ୍ତ ୧୦୦ ଟଙ୍କା ମଧ୍ଯ ପାଇବେ । ମୋଟରେ କହିବାକୁ ଗଲେ ଗ୍ରାମ୍ୟ ସାଧନ କର୍ମୀ ୫୦୦ ଟଙ୍କା ପାଇବେ ।

ମହଙ୍ଗା ଭତ୍ତା ୪% ବଢ଼ିଲା

ମହଙ୍ଗା ଭତ୍ତା ୪% ବଢ଼ିଲା । ସରକାରୀ କର୍ମଚାରୀଙ୍କ ୪% ମହଙ୍ଗା ଭତ୍ତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)ଘୋଷଣା କରିଛନ୍ତି। ଯାହା ଫଳରେ ମହଙ୍ଗା ଭତ୍ତା (dearness allowance) ୪୬% ରୁ ୫୦%କୁ ବୃଦ୍ଧି ହୋଇଛି। ଉପକୃତ ହେବେ ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ।

ଜୁକିନି ପରିବା ଦେବ ଲକ୍ଷାଧିକ ଆୟ

ଅଧିକାଂଶ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ଫସଲ ଉତ୍ପାଦନ ଭଲ ହେଲେ ଚାଷୀ (farmer)ଖୁସି ହୋଇଥାଏ । ଖରାଦିନରେ ବିଭିନ୍ନ ପ୍ରକାର ଲତା ଜାତୀୟ ପରିବା ଚାଷ କରିଥାନ୍ତି ଚାଷୀ । ସେହିପରି ଏକ ବିଦେଶୀ ପରିବା ଜୁକିନି (Zucchini)ଚାଷ ଏବେ ବହୁତ ପରିମାଣରେ ଦେଖିବାକୁ ମିଳୁଛି । ଯାହା ଦେଖିବାକୁ କଖାରୁ ଭଳି ହୋଇଥାଏ । ଅନେକ ପ୍ରକାରର ଭିଟାମିନରେ ଭରପୂର ଏହି ପରିବାକୁ ଲୋକେ ଖାଇବା ପାଇଁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଏବେ କୃଷିଜାତ ସାମଗ୍ରୀ ରପ୍ତାନୀ କରିବ ଓଡ଼ିଶା

ଏବେ ନିଜସ୍ୱ କୃଷିଜାତ ସାମଗ୍ରୀ ରପ୍ତାନୀ (export agricultural products)କରିବ ଓଡ଼ିଶା (odisha)। ଏବେ ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଯାହାକୁ ନେଇ ଚାଷୀମାନେ ଏବେ କିପରି କୃଷିଜାତ ସାମଗ୍ରୀ ବିଦେଶକୁ ରପ୍ତାନୀ କରିପାରିବେ ତାହାକୁ ନେଇ ମଧ୍ଯ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ରାଜ୍ୟରେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା (rain)ହୋଇଛି । ଗତ ଦୁଇ ଦିନ ହେବ ଏଭଳି ପାଗ ରାଜ୍ୟରେ ଦେଖିବାକୁ ମିଳିଛି । ଏବେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ ବୋଲି ଆକଳନ କରାଯାଉଛି । ଏଥିସହିତ ୧୬ ତାରିଖରୁ ୧୮ତାରିଖ ମଧ୍ୟରେ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମଧ୍ୟ ମିଳିଛି ।

News Headlines today: ଆଜିର ମୁଖ୍ୟ ଖବର, ମିଳିବ ଏକାଥରକେ ୨ଟି ଉପହାର

Today News Update: ଆଜିର ୫ ମୁଖ୍ୟ ଖବର....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)