1. କୃଷି ଖବର

Today News Update: ଆଜିର ୫ ମୁଖ୍ୟ ଖବର....

ଆଜିର ୫ ମୁଖ୍ୟ ଖବର, ଓଡ଼ିଆ ବୁଲେଟିନ l ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ଖବର ....

Sudesna Nayak
Sudesna Nayak
today top 5 news, image source - pexels.com

today top 5 news, image source - pexels.com

ଆଜିର ୫ ମୁଖ୍ୟ ଖବର:-

1.ଦେଶୀ କୁକୁଡ଼ାର ଚାହିଦା ଅଧିକ
2.ଓଡ଼ିଶାରେ ସରକାରୀ ଚାକିରି
3.ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ
4.କେ.ଯେ ଚୌପାଲରେ ଯୋଗ ଦେଲେ Mr. Isaac Mainye Mariera
5.ରାଜ୍ୟରେ ଜାରି ରହିଛି ଶୀତର ଲହରି

 

ଚାଲନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଖବର ଉପରେ...

ଦେଶୀ କୁକୁଡ଼ାର ଚାହିଦା ଅଧିକ-

ବଜାରରେ ଦେଶୀ କୁକୁଡାର ନାହିଁ ନଥିବା ଚାହିଦା ରହିଛି। ଜୀବିତ କୁକୁଡା କିଲୋ ପ୍ରତି ୪୫୦ରୁ ୫୦୦ଟଙ୍କାରେ ବିକ୍ରି ହେଉଛି। ସେଭଳି କଟାଯାଇଥିବା କୁକୁଡା ମାଂସ କିଲୋ ପ୍ରତି ରହିଛି ୭୦୦ଟଙ୍କା। ଖାସ୍ କରି ଗ୍ରାମାଂଚଳରେ ପୁରୁଷମାନେ କାମକୁ ପଳାଇ ଯାଉଥିବା ବେଳେ ମହିଳାମାନେ ଦେଶୀ କୁକୁଡାର ଲାଳନପାଳନ କରି ଘରେ ରଖୁଛନ୍ତି।

ଓଡ଼ିଶାରେ ସରକାରୀ ଚାକିରି -

ଓଡ଼ିଶାରେ ସରକାରୀ ଚାକିରି । ଓଡ଼ିଶାରେ ସ୍ଥାୟୀ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଅଧିନରେ ଥିବା ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ (OCCL)ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ପୂରଣ ହେବ। ଏହି ନିଯୁକ୍ତି ପାଇଁ ଆବେଦନ ଅନଲାଇନ୍ ମୋଡ୍‌ରେ ହେବ।

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ। ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି।

କେ.ଯେ ଚୌପାଲରେ ଯୋଗ ଦେଲେ Mr. Isaac Mainye Mariera

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୭ ବର୍ଷ ହେବ କୃଷି ଜାଗରଣ କାମ କରି ଆସିଛି । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି ସୋମବାର କୃଷି ଜାଗରଣର କେ.ଯେ ଚୌପାଲରେ ଯୋଗ ଦେଇଥିଲେ Mr. Isaac Mainye Mariera,Director, Environment County Government, Ministry of Agriculture, Republic of Kenya । ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ତାଙ୍କୁ ସ୍ବାଗତ ଜଣାଇଥିଲେ । Mr. Isaac Mainye Mariera ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ ।

ରାଜ୍ୟରେ ଜାରି ରହିଛି ଶୀତର ଲହରି

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା । ୭ ଦଶମିକ ୪ ଡିଗ୍ରୀ ସହ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରର ରାତିର ତାପମାତ୍ରା ୧୪ ଦଶମିକ ୪ଡିଗ୍ରୀ ରହିଛି । ରାଜ୍ୟରେ ୨ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ।

Today News Update: ଆଜିର ୫ ମୁଖ୍ୟ ଖବର, ଓଡ଼ିଆ ବୁଲେଟିନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments