1. କୃଷି ଖବର

Today News Update: ଆଜିର ୫ ମୁଖ୍ୟ ଖବର, ଓଡ଼ିଆ ବୁଲେଟିନ

ଆଜିର ୫ ମୁଖ୍ୟ ଖବର, ଓଡ଼ିଆ ବୁଲେଟିନ l ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ଖବର l

Tanushree Mahapatra
Tanushree Mahapatra
Today top 5 news update , image source - pexels.com

Today top 5 news update , image source - pexels.com

ଆଜିର ୫ ମୁଖ୍ୟ ଖବର:-

1.ପାରାକୁଏଟ୍‍ ବ୍ୟବହାର ପାଇଁ ପରାମର୍ଶ ଚିଠା

2.୧୪୦୦ କୋଟିରୁ ଊର୍ଦ୍ଧ୍ବ କୃଷିଯନ୍ତ୍ର ବିକ୍ରି

3.ଦେଶରେ ଚାଉଳ ଉତ୍ପାଦନ କମିବ

4.ରାସନ କାର୍ଡ଼ଧାରୀଙ୍କୁ କଡ଼ା ଚେତାବନୀ!

5.୯ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି

ପାରାକୁଏଟ୍‍ ବ୍ୟବହାର ପାଇଁ ଆବଶ୍ୟକ ପଡ଼ିବ ପରାମର୍ଶ ଚିଠା

 

କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ପାରାକୁଏଟ୍‍ ତୃଣନାଶକ ଔଷଧ କିଣିବାକୁ ହେଲେ ଏଥିପାଇଁ କୃଷି ବିଶେଷଜ୍ଞଙ୍କ ଲିଖିତ ପରାମର୍ଶ ଚିଠା ଦରକାର ବୋଲି ରାଜ୍ୟ ପ୍ରମୁଖ କୃଷି ସଚିବ ଅରିବନ୍ଦ ପାଢ଼ି ସୂଚନା ଦେଇ କହିଛନ୍ତି । ଏ ନେଇ ସେ କହିଛନ୍ତି ଯେ , କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ ଏବଂ ଓ.ୟୁ.ଏ.ଟି ଭଳି ଶାଖାରୁ ଏହି କୀଟନାଶକ କିଣିବାକୁ ହେଲେ ଏଥିପାଇଁ ଲିଖିତ ପରାମର୍ଶ ଚିଠା ଆବଶ୍ୟକ ପଡ଼ିବ । ସେହିପରି ପରିବେଶ, କୃଷି ଓ ଲୋକମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବାଣ୍ଡ କରାଯାଇଥିଲା l ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ସରକାର ପାରାକୁଏଟ୍‍ର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । କୃଷିରେ ପାରାକୁଏଟର ବ୍ୟବହାର ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟକୁ ନେଇ ରଜ୍ୟ ସରକାର ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି କରିବେ ବୋଲି ଶ୍ରୀ ପାଢ଼ି କହିଛନ୍ତି । ସେହିପରି କୃଷି କ୍ଷେତ୍ରରେ କୀଟନାଶକ ବ୍ୟବହାର ସମ୍ପର୍କରେ ସଚେତନ ମଧ୍ୟ କରାଯିବ ।

୧୪୦୦ କୋଟିରୁ ଊର୍ଦ୍ଧ୍ବ କୃଷିଯନ୍ତ୍ର ବିକ୍ରି

ରାଜ୍ୟରେ ଗତ ବର୍ଷ ୨୦୨୨-୨୩ରେ ସମୁଦାୟ ୮୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବାବଦରେ ରାଜ୍ୟରେ ୨୯୬ କୋଟି ଟଙ୍କାରୁ ଅଧିକ ରିହାତି ପ୍ରଦାନ କରାଯାଇ ଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଚାଷୀମାନଙ୍କ ଦ୍ୱାରା ଅଗ୍ରିମ ବୁକିଂ ଏବଂ ପରମିଟ୍‌ ପ୍ରଦାନ ଦୃଷ୍ଟିରୁ ସୂଚନା ଅନୁଯାୟୀ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇଛି l ସେହିପରି ରିହାତି ରାଶି ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବାର ଆଶା ରହିଛି ବୋଲି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମନ୍ତ୍ରୀ ଅହୁରିଓ ମଧ୍ୟ କହିଛନ୍ତି, କୃଷି କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଖାଦ୍ୟଶସ୍ୟର ଉପଲବ୍ଧତାକୁ ବଢ଼ାଇବା ସହିତ କୃଷି ଶ୍ରମିକ ହ୍ରାସ ସମସ୍ୟାର ଦୂରୀକରଣ କରିବା ଦିଗରେ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଯାନ୍ତ୍ରିକୀକରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ୨୦୨୨-୨୩ ବର୍ଷରେ ୪ଟି ଆଞ୍ଚଳିକ କୃଷି ମେଳା ଆୟୋଜିତ କରାଯାଇଥିଲା l ଏହି ମେଳା ସମେତ ରାଜ୍ୟର ୨୬ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଥିଲା।

ଦେଶରେ ଚାଉଳ ଉତ୍ପାଦନ କମିବ

ଦେଶକୁ ଲାଗିଛି ବଡ ଝଟକା l ଚଳିତ ବର୍ଷ କମିଯିବ ଚାଉଳ ଉତ୍ପାଦନ l କେନ୍ଦ୍ର ସରକାର ଦେଶ ଅର୍ଥନୀତିର ପ୍ରଥମ ଅଗ୍ରୀମ ଆକଳନ ଜାରି କରିଛନ୍ତି କିଛିଦିନ ତଳେ । ଆଉ ଏଥିରେ ରହିଛି କିଛି ଚିନ୍ତାଜନକ ତଥ୍ୟ ।  ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର ଅଭିବୃଦ୍ଧି ଏବଂ ଚାଉଳ ଉତ୍ପାଦନ କମିବ ବୋଲି ଦର୍ଶାଯାଇଛି । ୨୦୨୨-୨୩ରେ କୃଷି ‌କ୍ଷେତ୍ର ୪ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା ସତ, କିନ୍ତୁ ୨୦୨୩-୨୪ରେ ଏହି କ୍ଷେତ୍ରର ଅଭିବୃଦ୍ଧି ୧.୮ ପ୍ରତିଶତକୁ ଖସିଯିବ ନେଇ କୁହାଯାଇଛି । ଗତ ଚାରି ବର୍ଷ ମଧ୍ୟରେ କୃଷି କ୍ଷେତ୍ର ଏଭଳି ସ୍ତରକୁ କେବେ ଆସିନଥିଲା । କାରଣ ଚଳିତ ବର୍ଷ ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ରହିବାରୁ କୃଷି ଉତ୍ପାଦନ କମ୍ ହେବା ନେଇ ଆଶଙ୍କା କରାଯାଉଛି । ସେହିପରି, ଚାଉଳ ଉତ୍ପାଦନରେ ପ୍ରାୟତଃ ୫.୪ ପ୍ରତିଶତ ହ୍ରାସ ଘଟିବ ବୋଲି ଆକଳନ ହୋଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ,  ୨୦୨୩-୨୪ରେ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ପ୍ରାୟ ୭.୩ ପ୍ରତିଶତ ରହିବ।

ରାସନ କାର୍ଡ଼ଧାରୀଙ୍କ ପାଇଁ କଡ଼ା ଚେତାବନୀ!

ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଝଟକା । କେନ୍ଦ୍ର ସରକାର ନେଇଁଛନ୍ତି ବଡ ନିଷ୍ପତ୍ତି l ଏହି ଲୋକଙ୍କୁ ଆଉ ମିଳିବନି ମାଗଣା ରାସନ। ଅଯୋଗ୍ୟତା ସତ୍ତ୍ବେ ରାସନର ଲାଭ ନେଉଥିବା ଲୋକଙ୍କୁ ସରକାର ବର୍ତ୍ତମାନ ଏକ ବଡ ଝଟକା ଦେବାକୁ ଯାଉଛନ୍ତି। କାରଣ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ରାସନ କାର୍ଡ ସରେଣ୍ଡର କରିବା ପାଇଁ ଏକ ଆବେଦନ କରାଯାଇଥିଲା , ଯାହାର ଶେଷ ତାରିଖ ସରିଯାଇଛି । କିନ୍ତୁ ଲୋକ ଅଛନ୍ତି ଯେଉଁମାନେ ଅଯୋଗ୍ୟ, ସେମାନେ ଏ ପର୍ଯ୍ୟନ୍ତ ରାସନ କାର୍ଡ ଦାଖଲ କରିନାହାଁନ୍ତି । ଯଦି ଆପଣ ମଧ୍ୟ ଅଯୋଗ୍ୟ ଏବଂ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଆପଣଙ୍କର ରାସନ କାର୍ଡ ସରେଣ୍ଡର କରିନାହାଁନ୍ତି, ତେବେ ଆପଣଙ୍କୁ ମଧ୍ୟ ଜୋରିମାନ ଦେବାକୁ ପଡ଼ିପାରେ।

୯ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି

ରାଜ୍ୟର ପ୍ରବଳ ଶୀତ l ଅଧିକାଂଶ ସ୍ଥାନରେ ଶୀତ କମ ଏବଂ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ଯାହା ଜନଜୀବନକୁ ପ୍ରଭାବିତ କରୁଛି । ଏହିପରି ପରିସ୍ଥିତି ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରାଯାଇଛି । ଜାନୁଆରୀ ୭ ଓ ୮ ତାରିଖରେ କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଯିବ । ସେହିପରି ଗତକାଲି ଶନିବାର ଉଦୟଗିିରିରେ ରାତି ତାପମାତ୍ରା ୬.୫ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୮.୫, ଫୁଲବାଣୀରେ ୯, କୋରାପୁଟ ଓ ସିମିଳିଗୁଡ଼ାରେ ୮ ଡିଗ୍ରୀ, କିରେଇରେ ୧୧.୫ ଓ କେନ୍ଦୁଝରରେ ୧୧.୪ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ l ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ସତର୍କ ସୂଚନା ଜାରି କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments