ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ), କୃଷି ଏବଂ ମିଶନ ଶକ୍ତିକୁ ପ୍ରାଥମିକତା ଦେଇ ଋଣ ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ୯ଟି ବ୍ୟାଙ୍କକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) । ଏହି 3ଟି ଯୋଜନା ଅଧିନରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ଋଣ ଯୋଗାଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଆସୁଛନ୍ତି ।
ଗତ SLBC ବୈଠକରେ ଏହି ବ୍ୟାଙ୍କ ଏବଂ ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଦେଶର ଏକମାତ୍ର ରାଜ୍ୟ ଭାବରେ ଓଡିଶା ପ୍ରାଥମିକ କ୍ଷେତ୍ରରେ ଋଣ ପ୍ରଦାନ ପାଇଁ ପୁରସ୍କାର ସହିତ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରୁଛି।
ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୋଜନା ...ମିଶନ ଶକ୍ତି
ଚାଷୀ, ମିଶନ ଶକ୍ତି ଓ ଏମଏସଏମଇକୁ ଋଣ ପ୍ରଦାନ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ମହାମାରୀ କୋରୋନା ମହାମାରୀ ସତ୍ତ୍ବେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ୧.୦୩ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବାର୍ଷିକ ଋଣ ଲକ୍ଷ୍ୟଧାର୍ୟ୍ୟର ଏହା ୯୩ ପ୍ରତିଶତରୁ ଅଧିକ । ଆମକୁ ଏହି ଧାରା ବଜାୟ ରଖିବାକୁ ପଡ଼ିବ ବୋଲି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ କହିଛନ୍ତି ପଟ୍ଟନାୟକ କହିଛନ୍ତି ।
କୃଷିକ୍ଷେତ୍ରରେ ଋଣ ଯୋଗାଣ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବଲାଙ୍ଗୀର ଶାଖାକୁ ପ୍ରଥମ ପୁରସ୍କାର, ଆକ୍ସିସ ବ୍ୟାଙ୍କ ରାୟଗଡ଼ା ଶାଖାକୁ ଦ୍ବିତୀୟ ଏବଂ ଆକ୍ସିସ ବ୍ୟାଙ୍କ ସମ୍ବଲପୁରକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଋଣ ଯୋଗାଣ ପାଇଁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ବଲାଙ୍ଗୀର ଶାଖାକୁ ପ୍ରଥମ, ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ବର, ଜୟଦେବ ବିହାର ଶାଖାକୁ ଦ୍ବିତୀୟ ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତାଳଚେର ଶାଖାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥଇବାବେଳେ ମିଶନ ଶକ୍ତି ଗୋଷ୍ଠୀଙ୍କ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କଣ୍ଟାବାଞ୍ଝି ଶାଖା, ଏସବିଆଇ ଡୁଙ୍ଗୁରିପାଲ୍ଲୀ (ସୁବର୍ଣ୍ଣପୁର) ଶାଖାକୁ ଦ୍ବିତୀୟ ଏବଂ ଏସବିଆଇ ମାଲକାନଗିରି ଶାଖାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।