1. କୃଷି ଖବର

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ବୈଠକ । ଏ ନେଇ ଆସନ୍ତାକାଲି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି ।

Tanushree Mahapatra
Tanushree Mahapatra
Cm naveen patnaik will go to delhi tomorrow to attend the g 20 meeting

Cm naveen patnaik will go to delhi tomorrow to attend the g 20 meeting

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ବୈଠକ । ଏ ନେଇ ଆସନ୍ତାକାଲି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳ ୧୦ଟା ୧୫ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ଦିଲ୍ଲୀରେ ପହଞ୍ଚି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍‌ଚରାଲ ସେଣ୍ଟରରେ G20 ବ୍ରିଫିଂ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ( PM Narendra Modi ) ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀ ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଫେରି ଆସିବେ ବୋଲି ସୂଚନା ରହିଛି । କାଲି ବୈଠକରେ ଯୋଗ ଦେବା ପରେ ତା’ପର ଦିନ ଅର୍ଥାତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ବର ଫେରିବେ । ସୂଚନାଯୋଗ୍ୟ ନଭେମ୍ବର ୨୦୨୩ ଯାଏଁ ଭାରତ G-20 ଅଧ୍ୟକ୍ଷ ରହିବ ।

ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ରାଜସ୍ଥାନ ଉଦୟପୁରରେ ଆଜି ସଂଧ୍ୟାରେ ବସିବ ପ୍ରଥମ ବୈଠକ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, G-20ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ । ଯାହାଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟରେ ୫ଟି ବୈଠକ ଆୟୋଜିତ ହେବ ।

ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।

ଏବେ ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକୃତ ହେବେ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments