ମହଙ୍ଗା ମାଡରେ ହନ୍ତସନ୍ତ ଗ୍ରାହକ । ହୁ ହୁ ହୋଇ ତେଲ ଦର ବଢିବା ସାଙ୍ଗକୁ ହିଁ ଏବେ ଗ୍ୟାସ ଦର ମଧ୍ୟ ବଢିବାକୁ ଲାଗିଛି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଦେଶରେ ପେଟ୍ରୋଲ (Petrol)ଓ ଡିଜେଲ (Diesel)ଦର ବଢିବ ବୋଲି କୁହାଯାଉଥିବାବେଳେ ତାହା ସତ ପ୍ରମାଣିତ ହୋଇଛି । ଏହାରି ଭିତରେ ଗ୍ରାହକଙ୍କୁ ଆଉ ଏକ ଝଟ୍କା ଲାଗିଛି । ପୁଣି ବଢିଛି ସିଏନଜି (CNG) ମୂଲ୍ୟ ।
ଦେଶରେ ବର୍ତ୍ତମାନର ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ଲୋକଙ୍କୁ ଚକିତ କରୁଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ୨ ଟଙ୍କା ୩ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆଜି ସୋମବାର (Monday)ସକାଳୁ ଲାଗୁ ହୋଇଛି ।
ଦିଲ୍ଲୀରେ ଆଜି ସୋମବାର (Monday)ଠାରୁ ସିଏନଜି (CNG)ଦର କିଲୋପ୍ରତି ୬୪ ଟଙ୍କା ୧୧ ପଇସାରେ ମିଳିବ । ଏହାପୂର୍ବରୁ ରବିବାର ରାତିରେ ସିଏନଜି (CNG)ଦର ୮୦ ପଇସା ବୃଦ୍ଧି ହୋଇଥିଲା । ଦିଲ୍ଲୀରେ ସିଏନଜି (CNG) ଦର ବଢିଛି ମାତ୍ର ନୋଏଡା, ଗାଜିଆବାଦ ଓ ଗୁରଗ୍ରାମ ଏନସିଆରରେ ଦର କମ ଅଛି । ସେହିପରି ମେରଠ, ରେବାଡି, କାନପୁର ଆଦି ଅଞ୍ଚଳରେ ସିଏନଜି ଦର ଦିଲ୍ଲୀଠୁ ଅଧିକ ଅଛି ।
ସିଏନଜି (CNG)ଦର ବଢିବା କାରଣରୁ ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଛନ୍ତି ସିଏନଜି (CNG)ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଯାତ୍ରୀମାନଙ୍କ ପାଇଁ କ୍ୟାବର ଏୟାର କଣ୍ଡିସନର ଅନ କରିବା ସପକ୍ଷରେ ନାହୁଁ। ବର୍ଦ୍ଧିତ ମୂଲ୍ୟ ଆମକୁ ବାଧୁଛି ବୋଲି କହିଛନ୍ତି କ୍ୟାବ ଡ୍ରାଇଭର ।
୪ ଦିନରେ ଦ୍ୱିତୀୟ ଥର ପାଇଁ CNG ମୂଲ୍ୟ ବୃଦ୍ଧି ପାଇଲା,ଜାଣନ୍ତୁ...
୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ CNGର ମୂଲ୍ୟ ବୃଦ୍ଧି କରାଯାଇଛି, ଏହା ପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ CNGର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଥିଲା । ପ୍ରାକୃତିକ ଗ୍ୟାସ ମୂଲ୍ୟରେ ରେକର୍ଡ ବୃଦ୍ଧି ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା ।
ପ୍ରକାଶ ଥାଉ କି, ଇନ୍ଦ୍ରପ୍ରଥା ଗ୍ୟାସ ଲିମିଟେଡ (ଆଇଜିଏଲ) ର ୱେବସାଇଟରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ସିଏନଜି ମୂଲ୍ୟ ୬୪.୧୧ ଟଙ୍କା ହୋଇଛି । ଗତ ମାସରୁ ସପ୍ତମ ଥର ପାଇଁ CNG ମୂଲ୍ୟ ବୃଦ୍ଧି କରାଯାଇଛି । ମୋଟ ଉପରେ, CNG (ସିଏନଜି) ମୂଲ୍ୟ ଏକ ମାସରେ କେଜି ପିଛା ୬.୫ ଟଙ୍କା ହିଁ ବୃଦ୍ଧି ପାଇଛି ।
ଜନତାଙ୍କୁ ପୁଣି ଲାଗିଲା ଝଟକା ;୨୫୦ ଟଙ୍କା ବଢିଲା LPG ସିଲିଣ୍ଡର
Fuel Price Hike:ମୁଦ୍ରାସ୍ଫୀତିର ବଡ଼ ଝଟକା; ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ