1. କୃଷି ଖବର

ଜନତାଙ୍କୁ ପୁଣି ଲାଗିଲା ଝଟକା ;୨୫୦ ଟଙ୍କା ବଢିଲା LPG ସିଲିଣ୍ଡର

ସାଧାରଣ ଜନତାକୁ ପୁଣିଥରେ ଜୋରଦାର ଝଟକା ଲାଗିଛି । ଗୋଟିଏ ପଟେ ଲଗାତର ପେଟ୍ରୋଲର ମୂଲ୍ୟ ଡିଜେଲର ମୂଲ୍ୟ ରେ ବୃଦ୍ଧି ଘଠୁଛି । ଅନ୍ୟପଟେ ଆଜି (ଶୁକ୍ରବାର) ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଛି ।

Sudesna Nayak
Sudesna Nayak
LPG gas cylinder price hike rs 250 in april 2022 check latest lpg cylinder rate

LPG gas cylinder price hike rs 250 in april 2022 check latest lpg cylinder rate

ସାଧାରଣ ଜନତାକୁ ପୁଣିଥରେ ଜୋରଦାର ଝଟକା ଲାଗିଛି । ଗୋଟିଏ ପଟେ ଲଗାତର ପେଟ୍ରୋଲର ମୂଲ୍ୟ (Petrol Price)ଡିଜେଲର ମୂଲ୍ୟ (Diesel Price)ରେ ବୃଦ୍ଧି ଘଠୁଛି । ଅନ୍ୟପଟେ ଆଜି (ଶୁକ୍ରବାର) ଏଲପିଜି ସିଲିଣ୍ଡରର ମୂଲ୍ୟ (LPG Cylinder Price) ରେ ବୃଦ୍ଧି ଘଟିଛି ।

ବଢିଲା ଗ୍ୟାସ ଦର । ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର(Commercial LPG price hike) । ଆଜି ଶୁକ୍ରବାର (Friday) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର (Commercial LPG Cylinder)ଦାମ୍‌ ୨୦୫ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର (Commercial LPG Cylinder)ଦର ୨,୨୫୩ ଟଙ୍କା ହୋଇଯାଇଛି ।

ସେହିପରି କୋଲକାତାରେ ଏହି ଗ୍ୟାସ ଦର ୨,୩୫୧ ଟଙ୍କାକୁ ବୃଦ୍ଧି ପାଇଛି । ଦେଶବ୍ୟାପୀ ଆଜିଠୁ (Friday)ଏହି ନୂଆ ଦର ଲାଗୁ ହୋଇଛି ।

ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୨୦୫ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୪୦୬ ଟଙ୍କାକୁ ବୃଦ୍ଧି ପାଇଛି । ରେସ୍ତୋରାଁ, ଚା ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ତେଣୁ ଗ୍ୟାସ ଦାମ୍ ବଢିବା ସହ ଖାଦ୍ୟପଦର୍ଥ ମଧ୍ୟ ମହଙ୍ଗା କରିପାରନ୍ତି ଭୋଜନାଳୟ ମାଲିକ ।

ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ୧୪.୨ କିଲୋଗ୍ରାମ୍ ଅଣ-ସବସିଡି ଯୁକ୍ତ ଘରୋଇ LPG ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ଥିବାବେଳେ ଅନ୍ୟ କିଛି ସ୍ଥାନରେ ୧୦୦୦ ଟଙ୍କା ରହିଛି । ମାର୍ଚ୍ଚ ୨୨ ତାରିଖରେ ଘରୋଇ ରନ୍ଧନ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା ।

ପ୍ରକାଶ ଥାଉ କି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ LPG ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ । ଯାହା ଦ୍ବାରା ସାଧାରଣ ଜନତାକୁ ପୁଣିଥରେ ଜୋରଦାର ଝଟକା ଲାଗିଛି ।

ବଡ ଖବର;ଏଣିକି ପାଇପ ଯୋଗେ ଘରେ ଘରେ ପହଞ୍ଚିବ LPG ଗ୍ୟାସ,ଲାଭ ଜାଣନ୍ତୁ...

ବର୍ତ୍ତମାନ କାହାକୁ ମିଳିବ LPG ସବସିଡିର ଲାଭ ? ସ୍ପଷ୍ଟ କଲା ସରକାର,ନିହାତି ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments