News

Cocoa: 3 ଗୁଣ ବଢ଼ିବ ଚକୋଲେଟ୍ ଦାମ !

ରାପ ପାଗ, ରୋଗ ଓ ଗଛର ମୃତ୍ୟୁ ଯୋଗୁଁ କୋକୋ ଉତ୍ପାଦନ ପ୍ରଭାବିତ ହେବାରୁ ବିଶ୍ୱବ୍ୟାପୀ କୋକୋ ଯୋଗାଣ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ପହଞ୍ଚିଛି। ଫଳସ୍ୱରୂପ କୋକୋ ମୂଲ୍ୟରେ ଅଭାବପୂର୍ବ ଉଥାନ ନିଃସନ୍ଦେହ ଭାବେ ଚକୋଲେଟ୍ ପ୍ରେମୀମାନଙ୍କୁ ପ୍ରଭାବିତ କରିବ।

28 March, 2024 2:51 PM IST By: Omkar Mohanty

ବିଶ୍ୱ ଚକୋଲେଟ୍ ଶିଳ୍ପ ଏକ ମହାସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ପଶ୍ଚିମ ଆଫ୍ରିକାର ପ୍ରମୁଖ କୋକୋ ଉତ୍ପାଦକ ରାଷ୍ଟ୍ରମାନଙ୍କରେ କୋକୋଆ ଚାଷର ଅଭାବ ବିପର୍ଯ୍ୟୟକାରୀ ଆକାର ଗ୍ରହଣ କରିଛି। ଖରାପ ପାଗ, ରୋଗ ଓ ଗଛର ମୃତ୍ୟୁ ଯୋଗୁଁ କୋକୋ ଉତ୍ପାଦନ ପ୍ରଭାବିତ ହେବାରୁ ବିଶ୍ୱବ୍ୟାପୀ କୋକୋ ଯୋଗାଣ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ପହଞ୍ଚିଛି। ଫଳସ୍ୱରୂପ କୋକୋ ମୂଲ୍ୟରେ ଅଭାବପୂର୍ବ ଉଥାନ ନିଃସନ୍ଦେହ ଭାବେ ଚକୋଲେଟ୍ ପ୍ରେମୀମାନଙ୍କୁ ପ୍ରଭାବିତ କରିବ।

ଗତ ତିନିମାସ ମଧ୍ୟରେ କୋକୋ ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି। ୨୦୨୪ ମସିହାରେ ମେ' ମାସର ଭବିଷ୍ୟତ ମୂଲ୍ୟ ପ୍ରତି ମେଟ୍ରିକ୍ ଟନ୍ ପାଇଁ ୧୦,୦୮୦ ଡଲାର ଉପରକୁ ଉଠିଥିଲା। ଗତ ବର୍ଷର ତୁଳନାରେ ଏହା ୧୨୯% ଅଧିକ। ଉତ୍ପାଦନ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ନଥିବାରୁ କୋକୋ ମୂଲ୍ୟ ଭବିଷ୍ୟତରେ ଆହୁରି ବଢ଼ିବାର ଆଶଙ୍କା ରହିଛି।

ଦକ୍ଷିଣ ଦେଶମାନଙ୍କରେ ଗ୍ରୀଷ୍ମ ଋତୁ ଉତ୍ତାପ ଓ ବର୍ଷାର ପ୍ରଭାବ ଯୋଗୁଁ କୋକୋ ଗଛ ପ୍ରଭାବିତ ହେଉଛି। ଫଳ ଓ ପତ୍ର ପଡ଼ିବା, କୀଟ ଆକ୍ରମଣ ଓ ଗଛର ମୃତ୍ୟୁ ଭଳି ସମସ୍ୟା ହେତୁ କୋକୋ ଉତ୍ପାଦନ କମିଯାଉଛି। ଆଇଭରିକୋଷ୍ଟ, ଘାନା ଓ ନାଇଜେରିଆ ଭଳି ବଡ଼ ଉତ୍ପାଦକ ରାଷ୍ଟ୍ରମାନଙ୍କରେ ଫସଲର ଅଭାବ ଲକ୍ଷ୍ୟ କରାଯାଉଛି।

ବିଶେଷଜ୍ଞମାନଙ୍କ ମତରେ, କୋକୋ ବିକଷ୍ଟ ଶୋଥ ଭାଇରସ୍ ରୋଗ (ସିଏସ୍‌ଏସ୍‌ଭିଡି) ମଧ୍ୟ କୋକୋ ଉତ୍ପାଦନକୁ ପ୍ରଭାବିତ କରୁଛି। ଏହି ରୋଗରେ ଆକ୍ରାନ୍ତ ଗଛ ମରିଯାଏ ଏବଂ ନୂଆ ଗଛ ଲଗାଇବାକୁ ହେଲେ ତିନି ରୁ ପାଞ୍ଚ ବର୍ଷ ଲାଗିଯାଏ। ତେଣୁ, ଆଗାମୀ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ କୋକୋ ଯୋଗାଣ ହ୍ରାସ ପାଇବାର ସମ୍ଭାବନା ରହିଛି। ଯାହାଦ୍ୱାରା କୋକୋ ମୂଲ୍ୟ ଗତ ପନ୍ଦର ବର୍ଷର ହାରାହାରି ମୂଲ୍ୟରୁ ଅଧିକ ରହିପାରେ।

କେବଳ ପାଗ ଓ ରୋଗ ନୁହେଁ, ବରଂ ଖଣିଜ ସମୃଦ୍ଧ ମାଟି ଅଭାବ କାରଣରୁ ମଧ୍ୟ ଆଫ୍ରିକାନ୍ ରାଷ୍ଟ୍ରଗୁଡ଼ିକର କୋକୋ ଉତ୍ପାଦନ କ୍ଷମତା କ୍ରମାଗତ ହ୍ରାସ ପାଇବା ଆରମ୍ଭ କରିଛି। ମାଟି ଜନିତ ଖଣିଜ ଅଭାବ କାରଣରୁ ଚାଷ ସୁବିଧା ହ୍ରାସ ପାଇବାରେ ଲାଗିଛି। ଚାଷୀମାନେ ସାର ବ୍ୟବହାର କରୁଥିଲେ ମଧ୍ୟ ସେଗୁଡ଼ିକ ଯଥେଷ୍ଟ ପରିମାଣରେ ପୋଷକ ଯୋଗାଇ ପାରୁନାହାନ୍ତି। ଫଳସ୍ୱରୂପ ଗଛଗୁଡ଼ିକର ବୃଦ୍ଧି ଓ ଫଳନ କ୍ଷମତା ହ୍ରାସ ପାଇଛି।

କୋକୋ ଚାଷର ମୁଖ୍ୟ ସମସ୍ୟା ଭାବେ ବାଲ୍ୟ ଶ୍ରମିକମାନଙ୍କ ଅବୈଧ ନିଯୁକ୍ତି ମଧ୍ୟ ଲକ୍ଷ୍ୟ କରାଯାଇଛି। ଆଇଭରିକୋଷ୍ଟ ଓ ଘାନାରେ କୋକୋ ଚାଷରେ ୫ରୁ ୧୭ ବର୍ଷ ବୟସର ୪୩% ପିଲାମାନେ ଶ୍ରମିକ ଭାବେ ନିଯୁକ୍ତ। ଏଭଳି ପ୍ରାୟ ୧୫ ଲକ୍ଷ ପିଲା କାମ କରୁଥିବା ଅନୁମାନ କରାଯାଉଛି। ନିୟମ ଉଲ୍ଲଂଘନକାରୀ ଚାଷୀମାନେ ଏପ୍ରକାର ବାଲ୍ୟ ଶ୍ରମିକମାନଙ୍କୁ ନିଯୁକ୍ତ କରି ଖର୍ଚ୍ଚ ହ୍ରାସ କରୁଥିବା ପରିଲକ୍ଷିତ ହେଉଛି।

ଅପରପକ୍ଷରେ, ଉତ୍ପାଦକ ଓ ବିକ୍ରେତାମାନେ ଚାଲୁ ମୌସୁମୀ ଫସଲର ବହୁତ ପରିମାଣକୁ ଗତ ବର୍ଷର ମୂଲ୍ୟରେ ହିଁ ବିକ୍ରି କରିସାରିଛନ୍ତି। ତେଣୁ ବର୍ତ୍ତମାନର ଉଚ୍ଚ ମୂଲ୍ୟର ସୁବିଧା ଚାଷୀମାନଙ୍କୁ ମିଳିପାରୁନାହିଁ। ଚାଷୀମାନଙ୍କ ପ୍ରତି ଉତ୍ପାଦକ ଓ ବ୍ୟବସାୟୀମାନଙ୍କର ଅନ୍ୟାୟ ଆଚରଣ ମଧ୍ୟ ବିବାଦର କାରଣ ପାଲଟିଛି।

ଆଫ୍ରିକାର ବିଭିନ୍ନ କୋକୋ ଉତ୍ପାଦକ ରାଷ୍ଟ୍ରଗୁଡ଼ିକର ଓପରେ ନିର୍ଭର କରି ରହିଥିବା ବିଶ୍ୱର ବଡ଼ ଚକୋଲେଟ୍ ନିର୍ମାତାମାନେ ଏବେ ଚିନ୍ତାରେ। କାରଣ ଉତ୍ପାଦନ ଖର୍ଚ୍ଚରେ ଭାରୀ ବୃଦ୍ଧି ଯୋଗୁଁ ସେମାନେ ଚକୋଲେଟ ମୂଲ୍ୟ ବଢ଼ାଇବାକୁ ବାଧ୍ୟ ହେବେ କିମ୍ବା ପ୍ୟାକେଟର ଆକାର କମାଇବାକୁ ପଡ଼ିବ। ମାତ୍ର କମ୍ପାନୀଗୁଡ଼ିକ ଡରୁଛନ୍ତି ଯେ ଗ୍ରାହକଙ୍କୁ ମୂଲ୍ୟବୃଦ୍ଧି ଠିକ ଲାଗି ନପାରେ ଏବଂ ଛୋଟ ପ୍ୟାକେଟ୍ ମଧ୍ୟ ଗ୍ରାହକଚିତ୍ତାକର୍ଷକ ହେବନାହିଁ।

ଆମୁଲ୍ କମ୍ପାନୀ ମାଲିକ ଜୟେନ୍ ମେହତା କହିଛନ୍ତି, ଭାରତରେ କୋକୋ ମୂଲ୍ୟ ତିନିଗୁଣାରୁ ଅଧିକ ବୃଦ୍ଧି ପାଇଛି। ଯେଉଁ କମ୍ପାନୀଗୁଡ଼ିକ ଶୁଦ୍ଧ ଚକୋଲେଟ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ମୂଲ୍ୟବୃଦ୍ଧିର ଆଘାତ ସହିବାକୁ ପଡ଼ିବ। ସେ କହିଛନ୍ତି ଯେ କମ୍ପାନୀ କ୍ରମାଗତ ପଦକ୍ଷେପରେ ମୂଲ୍ୟବୃଦ୍ଧି କରିବାକୁ ବାଧ୍ୟ ହେବ। ତଥାପି, ସେ ଆଶାବାଦୀ ଯେ ସୁଲଭ ମୂଲ୍ୟ କାରଣରୁ ଗ୍ରାହକମାନେ ଆମୁଲ୍ ଚକୋଲେଟ୍ ପସନ୍ଦ କରିବେ।
ଅଧିକ ପଢ଼ନ୍ତୁ -
MGNREGA: ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)