1. କୃଷି ଖବର

କୋରାପୁଟରେ 5000 ହେକ୍ଟର କରାଯିବ କଫି ଚାଷ

ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ବଡ଼ ଭୂମିକା ନିର୍ବାହ କରିବ କଫି: ମୁଖ୍ୟମନ୍ତ୍ରୀ

Sudesna Nayak
Sudesna Nayak
Coffee to be cultivated in 5000 hectare land in koraput

Coffee to be cultivated in 5000 hectare land in koraput

ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ବଡ଼ ଭୂମିକା ନିର୍ବାହ କରିବ କଫି: ମୁଖ୍ୟମନ୍ତ୍ରୀ

ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି । ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି । ଅନେକ ଆଦିବାସୀ ଚାଷୀ ଏଥିରୁ ଉପକୃତ ହୋଇପାରିଛନ୍ତି । କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ । କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଣିକି ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି । ଜିଲ୍ଲାରେ ନିଜସ୍ଵ ଉଦ୍ୟମରେ କଫି ଉଦ୍ୟୋଗୀମାନେ ଉନ୍ନତ ବଜାରରେ କଫି ମଞ୍ଜି ବିକ୍ରୟ କରିବାରେ ସମର୍ଥ ହେଉଛନ୍ତି ।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5000 ହେକ୍ଟର ଜମିରେ କଫି ଚାଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ଏଭଳି ଘୋଷଣା କରିଥିଲେ ।

ପୂର୍ବରୁ କୋରାପୁଟ କଫି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଏହି କଫିରେ ୧୦୦ ପ୍ରତିଶତ ଆରବିକା କଫିର ଗୁଣ ରହିଥିବା ଜାଣିବାକୁ ପାଇଥିଲା ଟାଟା । ଟାଟା କଫିକୁ କୋରାପୁଟ କଫିର ନମୂନା ପଠାଯାଇଥିଲା । ଯେଉଁ କଫି ପରୀକ୍ଷା ପାଇଁ ପଠାଯାଇଥିଲା ତାହାର ମାନ ଆରବିକା କଫିର ଗୁଣ ସହ ସମକକ୍ଷ । ତେଣୁ କୋରାପୁଟରୁ କଫି କିଣିବାକୁ ମନ ବଳାଇଥିଲା ଟାଟା । କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ଚାଷୀଙ୍କ ପାଇଁ  ବହୁ ସହାୟକ ହେବ ।

କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ । ‘ଟାଟା କଫି’ର ସହଯୋଗ ଚାଷୀଙ୍କ କଲ୍ୟାଣରେ ସହାୟକ ହେବ  ।

ପ୍ରକୃତିର ବରଦାନ କୋରାପୁଟ । ଏଠାର ଚାଷ ହେଉଥିବା କଫି ବିଶ୍ବ ଦରବାରରେ ପରିଚିତ । ପ୍ରତ୍ୟେକ ଋତୁରେ କୋରାପୁଟରେ ନୂଆ ରୂପ ନିଏ କଫି ବଗିଚା । ବଗିଚାରେ ଫୁଲ ଫୁଟିବା, କଞ୍ଚା କଫି ଫଳର ଶାଗୁଆ ରଙ୍ଗ ଠାରୁ ପାଚିଲେ ରକ୍ତିମ ଆଭାରେ ସଜ୍ଜିତ ହେବା ଯାଏଁ ପ୍ରତିଟି କଫି ଗଛ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments