1. କୃଷି ଖବର

Weather Update: ରାଜ୍ୟରେ ବଢିବ ଶୀତ!

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓଡି଼ଶା ଏବଂ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହେବ ।

Tanushree Mahapatra
Tanushree Mahapatra
cold and fog increase in odisha , image source - pexels.com

cold and fog increase in odisha , image source - pexels.com

ରାଜ୍ୟରେ ଜାରି ରହିଛି ଶୀତର ଲହରୀ , ଥରୁଛି ପୁରା ରାଜ୍ୟ । ଏବେ ଶୀତ କମିଥିଲେ ମଧ୍ୟ ରାଜ୍ୟରେ କିଛି କିଛି ଜିଲ୍ଲାରେ ଘନ କୁହୁଡିର ପ୍ରଭାବ ବେଶ୍ ଅଧିକ ରହିଛି । ତେବେ ରାଜ୍ୟରେ ହାଡଭଙ୍ଗା ଶୀତ ସହିତ ଜାରି ରହିବ କିଛିଦିନ l ଆସନ୍ତା ୧୩ ତାରିଖରୁ ରାଜ୍ୟରେ କିଛି ମାତ୍ରାରେ ରାତି ତାପମାତ୍ରା କମିବ l ଶୀତ ରହିବା ଯୋଗୁଁ ଆଲର୍ଟ ରହିବା ପାଇଁ ବିଭାଗ ସୂଚନା ଦେଇଛି । ତାପମାତ୍ରା କମିବା ଦ୍ୱାରା ଶୀତ ବଢିବ ।

ସେହିପରି ରାଜ୍ୟର ଅନେକ ଜିଲ୍ଲାରେ କୁହୁଡି ମଧ୍ୟ ଅଧିକ ରହିବ। ଖାସ କରି ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି କୁହାଯାଉଛି l ପାଣିପାଗ ବିଭାଗ ସୂଚନା ଅନୁଯାୟୀ  ଆଭ୍ୟନ୍ତରୀଣ ଓଡି଼ଶା  ଏବଂ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହେବ ।

ଆଜି ଅର୍ଥାତ ବୁଧବାର ରାଜ୍ୟର ଟ୍ୱିନ୍ ସିଟି ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ଯାହାଦ୍ୱାରା ରାସ୍ତାରେ ଗାଡିମଟର ଚଳାଚଳ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଚାଳକ l କଟକ, ଭୁବନେଶ୍ୱର, ପୁରୀ, ଅସ୍ତରଙ୍ଗରେ କୁହୁଡ଼ିର ଆସ୍ତରଣ ଖୁବ ଅଧିକ ରହିଛି । ରାଜ୍ୟରେ ଶୀତ ପ୍ରକୋପରେ ଘନ କୁହୁଡ଼ି ହେବା ଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିଛି । ତେବେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ କୁହୁଡ଼ି ଦୁସ୍ୟମାନ ହେବ l ତେଣୁ ଏଥିପାଇଁ ରାଜ୍ୟର ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ପାଣିପାଗ ବିଭାଗ ଦ୍ୱାରା ।

ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅର୍ଦ୍ଧାଧିକ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବା ଦ୍ୱାରା ପ୍ରଭାବିତ ହେବ ଗାଡିମଟର ଚଳାଚଳରେ । ଘନ କୁହୁଡି ଯୋଗୁଁ ଦୃଶ୍ୟମାନର ଦୂରତା ପ୍ରାୟତଃ ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି କୁହାଯାଇଛି । କେତେକ ସ୍ଥାନରେ ଆହୁରି କମ ରହିପାରେ ଏହି ଦୂର୍ଷ୍ୟମାନ ସମସ୍ୟା ।

ଆଜି ଅର୍ଥାତ ବୁଧବାର ଭୋର ସମୟରେ ୨୨ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୨୨ ଜିଲ୍ଲା ମଧ୍ୟରେ ରହିଛି  ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ଭଦ୍ରକ, କଟକ, ପୁରୀ , ଖୋର୍ଦ୍ଧା , ଗଜପତି ,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ,ଯାଜପୁର, କେନ୍ଦ୍ରାପଡ଼ା, ନରସିଂହପୁର, ନୟାଗଡ଼, ଗଜପତି, ଗଞ୍ଜାମ,କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲା l ସେହିପରି ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ ବୋଲି ବିଭାଗ ଆକଳନ କରିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments