1. କୃଷି ଖବର

ସରକାର ଙ୍କର ଅବହେଳା କୁ ନେଇ ଓୟୁଏଟି କୃଷି ଛାତ୍ରଛାତ୍ରୀଙ୍କର ଧାରଣା

ସରକାର ଙ୍କର ଅବହେଳା କୁ ନେଇ ଓୟୁଏଟି କୃଷି ଛାତ୍ରଛାତ୍ରୀଙ୍କର ଧାରଣା

KJ Staff
KJ Staff

"ଭୋକ ଲାଗିଲେ ଭାତ ଖାଇବେ ନା ଖାଇବେ ପନିପରିବା "?
ଉଦ୍ୟାନ କୃଷି ଅଧିକାରୀ ପଦ ଲାଗି ମତାନ୍ତର !
କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀ କରିଲେ ସରକାର ଙ୍କୁ ଦାବି !

କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର କୃଷି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସରକାର ଙ୍କର ଅବହେଳା କୁ ନେଇ ଭୀଷଣ ଉତ୍ତେଜନା ଦେଖିବାକୁ ମିଳିଛି |ଶନିବାର ସକାଳ ୧୧ ଟା ରୁ ଓୟୁଏଟି ମୁଖ୍ୟ ଭବନ ଆଗରେ ଧାରଣା ଦେଇଛନ୍ତି ଅବହେଳିତ କୃଷି ଛାତ୍ରଛାତ୍ରୀ |ଦାବି କେବଳ ଗୋଟିଏ !ନ୍ୟାୟ !

 

"ଅନ୍ନ ହିଁ ଦାତା ଅନ୍ନ ହିଁ ଜୀବନ" ପରି ବିଭିନ୍ନ ବାର୍ତ୍ତା ସହ ଉଦ୍ୟାନ କୃଷି ବିଭାଗ ର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଦାବି କୁ ପ୍ରତ୍ୟାକ୍ଷାନ କରିଛି କୃଷି ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ସଂଘ |ଉଦ୍ୟାନ କୃଷି ,କୃଷି ବିଜ୍ଞାନ ର କେବଳ ଗୋଟେ ଅଂଶ ମାତ୍ର କୃଷି ବିଜ୍ଞାନ ର ପାଠ୍ୟ ଖସଡ଼ା ରେ ଉଦ୍ୟାନ କୃଷି ର ସମସ୍ତ ବିଷୟ ପ୍ରତ୍ୟେକ ଟି ସେମିଷ୍ଟର ରେ ପଢ଼ାଯାଏ ତେଣୁ ସେମାନେ ମଧ୍ୟ ପୂର୍ବରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଲାଗି ଯୋଗ୍ୟ ଥିଲେ |ତେବେ ଏହି ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ଲଗାଇ ଉଦ୍ୟାନ କୃଷି ର ଛାତ୍ରଛାତ୍ରୀ ସଂଘ ହାରାହାରି ୮ ଦିନ ଯାଏ ଧାରଣା ଦେଇଥିଲେ |ତାଙ୍କ ମତରେ ଏହି ପଦ କେବଳ ଉଦ୍ୟାନ କୃଷି ବିଭାଗ ଅଧୟନ କରୁଥିବା ବିଦ୍ୟାର୍ଥୀଙ୍କ ଲାଗି ସଂରକ୍ଷିତ ହେବା ଉଚିତ ଯାହା ପ୍ରକୃତରେ କୃଷି ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଅନ୍ୟାୟ ହେବ ବୋଲି କହିଥିଲେ କୃଷି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ |

ଉଦ୍ୟାନ କୃଷି ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦାବି ରେ ଓଡିଶା ସରକାର ଏବଂ କୃଷି ବିଭାଗ ର ଏକମତ ହେବା ଦେଖି କୃଷି ବିଜ୍ଞାନ ଅଧୟନରତ ବିଦ୍ୟାର୍ଥୀଙ୍କ ଗହଣରେ ମତାନ୍ତର ଦେଖାଯାଇଛି |"ସରକାର ଆମର ଦାବି ମାନି ନିଅ ",ପରି ଧ୍ୱନି ରେ ଗର୍ଜୁଥିଲା ଆଜି ଓୟୁଏଟି ର ପରିପାର୍ଶ୍ଵ ଏବଂ ଏହା ସହ ସହକାରୀ କୃଷି ଅଧିକାରୀ ପଦ ଲାଗି ଉଦ୍ୟାନ କୃଷି ବିଭାଗ ର ଛାତ୍ରଛାତ୍ରୀ ଙ୍କ ଯୋଗ୍ୟତା ରେ ସରକାର ଙ୍କ ମୋହର ଲଗାଇବା କୁ ମଧ୍ୟ ମଧ୍ୟ ଅସ୍ବୀକାର କରିଛି କୃଷି ବିଜ୍ଞାନ ର ଛାତ୍ରଛାତ୍ରୀ ସଂଘ କାରଣ ଉଦ୍ୟାନ କୃଷି ପାଠ୍ୟ ଖସଡ଼ା ରେ କୃଷି ବିଜ୍ଞାନ ର ଅଂଶ ଉପେକ୍ଷଣୀୟ ବା ଖୁବ କମ ରହିଥାଏ |

ଏହା ବ୍ୟତୀତ କୃଷି ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଉଦ୍ୟାନ କୃଷି ବିଭାଗ ରେ ଆଇ. ସି.ଏ.ଆର ଦ୍ୱାରା ଅନୁଷ୍ଠିତ ସ୍ନାତକତର ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଏବଂ ସେଥିରେ ବେଶ ଭଲ ଅଙ୍କ ରେ ଉତୀର୍ଣ୍ଣ ମଧ୍ୟ ହୁଅନ୍ତି ଏଣୁ କୃଷକ ଏବଂ କୃଷି ର ସମ୍ମାନ କୁ ଦୃଷ୍ଟି ରେ ରଖି ନିଷ୍ପତି ନେବାକୁ ସରକାର ଙ୍କ ଆଗରେ ବିନମ୍ର ଅନୁରୋଧ କରିଛନ୍ତି କୃଷି ବିଭାଗ ର ଛାତ୍ରଛାତ୍ରୀ |ଏହି ଧାରଣା ଦାବି ପୁରଣ ହେବା ପର୍ଯ୍ୟନ୍ତ ଜାରି ରଖିବାର ନିଷ୍ପତି ନିଆଯାଇଛି ବୋଲି ପ୍ରକାଶ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments