1. କୃଷି ଖବର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ହୃଦଘାତ କାରଣରୁ ଅଗଷ୍ଟ 10ରୁ ଏମ୍ସରେ ଭର୍ତ୍ତି ଥିଲେ ରାଜୁ ଶ୍ରୀବାସ୍ତବ । 58 ବର୍ଷରେ ଆଖିବୁଜିଛନ୍ତି ରାଜୁ ।

Shuvanshu Kar
Shuvanshu Kar
Comedian Raju Srivastava passes away in Delhi

Comedian Raju Srivastava passes away in Delhi

ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ(Comedian Raju Srivastava)ଙ୍କ ପରଲୋକ । ହୃଦଘାତ କାରଣରୁ ଅଗଷ୍ଟ 10ରୁ ଏମ୍ସରେ ଭର୍ତ୍ତି ଥିଲେ ରାଜୁ ଶ୍ରୀବାସ୍ତବ(Raju Srivastava) । 58 ବର୍ଷରେ ଆଖିବୁଜିଛନ୍ତି ରାଜୁ ।

ନିଜର ହାସ୍ୟକଳା ମାଧ୍ୟମରେ ସମସ୍ତଙ୍କୁ ହସାଉଥିଲେ ରାଜୁ ଶ୍ରୀବାସ୍ତବ । 25 ସେପ୍ଟେମ୍ବର 1963ରେ ରାଜୁଙ୍କର ଜନ୍ମ । ତାଙ୍କ ପିଲା ବେଳର ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ରାଜୁଙ୍କୁ ପିଲାଦିନରୁ ହିଁ ମିମିକ୍ରି ଓ କମେଡିରେ ସଉକ ରୁଚି ରହିଥିଲା ।

The Great Indian Laughter ଶୋ'ରୁ ରାଜୁଙ୍କୁ ପରିଚୟ ମିଳିଥିଲା । ଏହି ଶୋ'ରୁ ମିଳିଥିବା ସଫଳତା ପରେ ରାଜୁ ଏହି କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି ।

ରାଜନୀତି ଜଗତରେ ମଧ୍ୟ ପାଦ ଥାପିଥିଲେ ରାଜୁ ଶ୍ରୀବାସ୍ତବ । 2014ରେ ତାଙ୍କୁ କାନପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିରୁ ଟିକଟ ମିଳିଥିଲା । ହେଲେ ସେ ପରେ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ଏହା ପରେ ରାଜୁ ବିଜେପିରେ ସାମିଲ ହୋଇଥିଲେ ।

ରାଜୁଙ୍କ ନିଧନରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି । କଳାକାର, ରାଜନେତାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ରାଜୁଙ୍କୁ ଶ୍ରାଦ୍ଧାଞ୍ଜଳୀ ଜଣାଇଛନ୍ତି ।

କଣ PM PRANAM ଯୋଜନା ? ରାସାୟନିକ ସାର ବ୍ୟବହାରକୁ କରିବ ହ୍ରାସ

କୃଷି ଜାଗରଣରେ ତିନି ପ୍ରଗତିଶୀଳ ଚାଷୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments