1. କୃଷି ଖବର

ବାଣିଜ୍ୟ ମନ୍ତ୍ରଣାଳୟର ବଡ ସୂଚନା, ଚାଉଳ ରପ୍ତାନି ଉପରେ ଲାଗିନି ପ୍ରତିବନ୍ଧକ

ଚାଉଳ ରପ୍ତାନି ଉପରେ ଲାଗିନି କୌଣସି ପ୍ରତିବନ୍ଧକ । 20 ପ୍ରତିଶତ ଶୁଳ୍କ ଦେଇ ଚାଉଳ ରପ୍ତାନି କରିବେ । ଏନେଇ ସ୍ପଷ୍ଟ କରିଛନ୍ତି ବାଣିଜ୍ୟ ମନ୍ତ୍ରଣାଳୟ ।

Shuvanshu Kar
Shuvanshu Kar
Commerce ministry says no export ban on rice, traders to pay 20% duty

Commerce ministry says no export ban on rice, traders to pay 20% duty

ଚାଉଳ ରପ୍ତାନି ଉପରେ ଲାଗିନି କୌଣସି ପ୍ରତିବନ୍ଧକ । 20 ପ୍ରତିଶତ ଶୁଳ୍କ ଦେଇ ଚାଉଳ ରପ୍ତାନି କରିବେ । ଏନେଇ ସ୍ପଷ୍ଟ କରିଛନ୍ତି ବାଣିଜ୍ୟ ମନ୍ତ୍ରଣାଳୟ । ସେପ୍ଟେମ୍ବର 8ରେ ଭଙ୍ଗା ଚାଉଳର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ସରକାର ।

ବାଣିଜ୍ୟ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହା ଚାଉଳ ସମ୍ବନ୍ଧରେ କିଛି ଉପସ୍ଥାପନା ମିଳିଛି । ଏଥିରେ ସେପ୍ଟେମ୍ବର 8 ପୂର୍ବରୁ ବନ୍ଦରଗୁଡ଼ିକରେ ଲେଟର ଅଫ କ୍ରେଡିଟ ଜାରି କରାଯାଇଛି।

ଅଣବାସୁମତି ଚାଉଳ ବିଷୟରେ ସ୍ପଷ୍ଟ କରାଯାଇଛି । କାରଣ ଏହା ଭଙ୍ଗା ଚାଉଳ ନୁହେଁ ବରଂ ମାନକ ଅନୁଯାୟୀ ଭଙ୍ଗା ଚାଉଳର ଅନୁମତିପ୍ରାପ୍ତ ସୀମା ସହିତ ସାଧାରଣ ଚାଉଳ । ତେବେ ଏଥିରେ 20 ପ୍ରତିଶତ ଶୁଳ୍କ ଲାଗିବ ବୋଲି କୁହାଯାଇଛି ।

କେନ୍ଦ୍ର ସରକାର ନିକଟରେ ଭଙ୍ଗା ଚାଉଳର ରପ୍ତାନି(Rice Export) ଉପରେ ଲଗାଇଥିଲେ ପ୍ରତିବନ୍ଧକ । ଏହାସହିତ ଅଣବାସୁମତି ଚାଉଳ ଉପରେ ମଧ୍ୟ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ଏହା ଫଳରେ ବନ୍ଦରରେ ଅଟକି ରହିଛି ଅନେକ ଚାଉଳ ପରିବହନକାରୀ ଜାହାଜ(Rice Cargoes) । ପ୍ରାୟ 20ଟି ଜାହାଜ ପ୍ରମୁଖ ଭାରତୀୟ ବନ୍ଦରଗୁଡିକରେ ଅଟକି ରହିଥିବା ଜଣାପଡିଛି ।

ଭାରତର ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଅଟକି ରହିଥିବା ଚାଉଳ ବିଷୟରେ ସବିଶେଷ ତଥ୍ୟ ମାଗିଥିଲା ଯେଉଁଥି ପାଇଁ ଚୁକ୍ତିନାମା ଏବଂ LCs (ଲେଟର୍ସ ଅଫ୍ କ୍ରେଡିଟ୍) ଏହି ପ୍ରତିବନ୍ଧକକୁ ପୂର୍ବ ତାରିଖ ଧାର୍ଯ୍ୟ କରାଯାଇଥଇଲା ।

ସରକାରଙ୍କ ପ୍ରତିବନ୍ଧକ ପରେ ବନ୍ଦରରେ ଅଟକି ରହିଛନ୍ତି 20ରୁ ଅଧିକ ଚାଉଳ ପରିବହନକାରୀ ଜାହାଜ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments