1. କୃଷି ଖବର

ଗ୍ରାହକଙ୍କୁ ଝଟକା, ବଢ଼ିଗଲା ଗ୍ୟାସ ସିଲିଣ୍ଡର ମୂଲ୍ୟ

ବଢିଛି ସିଲିଣ୍ଡରର ମୂଲ୍ୟ l ଯାହାକୁ ନେଇ ଗ୍ରହକଙ୍କୁ ଲାଗିଛି ଝଟକା l ଯେପରିକି ଆପଣମାନେ ଜାଣିଛନ୍ତି ପ୍ରତି ମାସ ଆରମ୍ଭରେ ତୈଳ ଗ୍ୟାସ କମ୍ପନୀ ସମସ୍ତ ନିଜ ସାମଗ୍ରୀର ଦର ସ୍ଥିର କରିଥାଏ l ତେବେ ଗତ ମାସ ଆରମ୍ଭରେ ମଧ୍ୟ ଗ୍ୟାସ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଥିଲା ଦେଶରେ l ତେବେ ଚଳିତ ନଭେମ୍ବର ମାସ ଆରମ୍ଭରୁ ହିଁ ମହଙ୍ଗାର ଏକ ବଡ଼ ଝଟକା ଲାଗିଛି ଗ୍ରାହକଙ୍କୁ l

Tanushree Mahapatra
Tanushree Mahapatra
Commercial cylinder rates increased

Commercial cylinder rates increased

ବଢିଛି  ସିଲିଣ୍ଡରର ମୂଲ୍ୟ l ଯାହାକୁ ନେଇ ଗ୍ରହକଙ୍କୁ ଲାଗିଛି ଝଟକା l ଯେପରିକି ଆପଣମାନେ ଜାଣିଛନ୍ତି ପ୍ରତି ମାସ ଆରମ୍ଭରେ ତୈଳ ଗ୍ୟାସ କମ୍ପନୀ ସମସ୍ତ ନିଜ ସାମଗ୍ରୀର ଦର ସ୍ଥିର କରିଥାଏ l ତେବେ ଗତ ମାସ ଆରମ୍ଭରେ ମଧ୍ୟ ଗ୍ୟାସ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଥିଲା ଦେଶରେ l ତେବେ ଚଳିତ ନଭେମ୍ବର ମାସ ଆରମ୍ଭରୁ ହିଁ ମହଙ୍ଗାର ଏକ ବଡ଼ ଝଟକା ଲାଗିଛି ଗ୍ରାହକଙ୍କୁ l ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିବା ନେଇ ସୂଚନା ଦେଇଛନ୍ତି ।

ତେବେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟତଃ ୧୦୧.୫୦ ଟଙ୍କା ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି । ଏହି ନୂଆ ହାର ବୁଧବାର ଅର୍ଥାତ୍ ୧ ନଭେମ୍ବର ୨୦୨୩ ଠାରୁ ଲାଗୁ ହେବା ନେଇ କମ୍ପାନୀ ନିଜର ବିଜ୍ଞପ୍ତି ଜାରି କରିଛି । ଏହି ବୃଦ୍ଧି ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟତଃ ୧୮୩୩ ଟଙ୍କା ହୋଇଥିବା ନଜିର ରହିଛି । ଏହାପୂର୍ବରୁ ଅକ୍ଟୋବର ମାସ ୧ ତାରିଖରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ହାର ପାଖାପାଖି ୨୦୯ ଟଙ୍କା ବୃଦ୍ଧି ପାଇଥିଲା ।

ତେବେ ଏଠାରେ ସ୍ପଷ୍ଟ ସୂଚନା ରହିଛି ଯେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ l ତୈଳ ମାର୍କେଟିଂ କମ୍ପାନୀଗୁଡିକ କେବଳ ନିଜର ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି l ସେହିପରି କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନହୋଇନଥିବା କୁହାଯାଇଛି । ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଦର ବୃଦ୍ଧି ସୂଚନା ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଥିବା ନେଇ ସ୍ପଷ୍ଟ କରାଯାଇଛି l ତେବେ ଅନ୍ୟପଟେ କୋଲକାତାରେ ୧୪ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୯୨୯ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ଏଲପିଜି ମୂଲ୍ୟ ୯୦୨.୫ ଟଙ୍କା ରହିଥିବାବେଳେ ଚେନ୍ନାଇରେ ଏହି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୯୧୮.୫ ଟଙ୍କାରେ ବିକ୍ରି କରାଯାଉଛି ।

ତେବେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ନିଜର ବିମାନ ଇନ୍ଧନର ମୂଲ୍ୟ ହ୍ରାସ କରିଥିବା କହିଛନ୍ତି । ଲଗାତାର ତିନିଥର  ବୃଦ୍ଧି ପରେ ବାୟୁ ଇନ୍ଧନ ମୂଲ୍ୟ ବୃଦ୍ଧି ଉପରେ ଏକ ବ୍ରେକ ଆସିଥିବା କୁହାଯାଉଛି । ସେହିପରି ଆଭିଏସନ ଟର୍ବାଇନ ଇନ୍ଧନର ମୂଲ୍ୟ ଯଥା ଏଟିଏଫ ୧୦୭୪ / କେଏଲ ହ୍ରାସ ପାଇଥିବା କହିଛି କମ୍ପାନୀ ।

ଅନ୍ୟପଟେ ଆଜି ଠାରୁ ନୂଆ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇ ନୂଆ ମୂଲ୍ୟ ଲାଗୁ ହୋଇଛି । ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଥିବାବେଳେ ବାୟୁ ଇନ୍ଧନ ଦର ହ୍ରାସ ପରେ ଲୋକମାନେ ବହୁତ ଆରାମ ପାଇପାରିବେ ଏବଂ ବିମାନ ସେବା କମ୍ପାନୀଗୁଡ଼ିକ ଯାତ୍ରା ଶସ୍ତା କରିପାରିବେ ବୋଲି କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments