1. କୃଷି ଖବର

Coconut Farming in Odisha : ଓଡିଶାରେ ବ୍ୟବସାୟିକ ଭିତ୍ତିରେ ନଡ଼ିଆ ଚାଷ କରି ଉଠାନ୍ତୁ ଲାଭ

ହିନ୍ଦୁ ଧର୍ମରେ ଯେତେ ମଙ୍ଗଳ କାର୍ଯ୍ୟ ହୁଏ, ପ୍ରାରମ୍ଭରେ ନଡ଼ିଆ ଭଙ୍ଗାଯାଇଥାଏ । ଜଗନ୍ନାଥଙ୍କ ରଥକାର୍ଯ୍ୟ ଆରମ୍ଭ ହେଉ, କି ଗୃହ ପ୍ରବେଶ, ନୂଆ ଗାଡ଼ି, କୌଣସି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଇତ୍ୟାଦି ଶୁଭ କାର୍ଯ୍ୟ ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ । ହିନ୍ଦୁ ଧର୍ମରେ ନଡ଼ିଆକୁ ମଙ୍ଗଳର ପ୍ରତୀକ ମନେକରାଯାଇଥାଏ ।

Sudesna Nayak
Sudesna Nayak
Commercial Hybrid Coconut Farming in Odisha

Commercial Hybrid Coconut Farming in Odisha

ହିନ୍ଦୁ ଧର୍ମରେ ଯେତେ ମଙ୍ଗଳ କାର୍ଯ୍ୟ ହୁଏ, ପ୍ରାରମ୍ଭରେ ନଡ଼ିଆ ଭଙ୍ଗାଯାଇଥାଏ । ଜଗନ୍ନାଥଙ୍କ ରଥକାର୍ଯ୍ୟ ଆରମ୍ଭ ହେଉ, କି ଗୃହ ପ୍ରବେଶ, ନୂଆ ଗାଡ଼ି, କୌଣସି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଇତ୍ୟାଦି ଶୁଭ କାର୍ଯ୍ୟ ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ । ହିନ୍ଦୁ ଧର୍ମରେ ନଡ଼ିଆକୁ ମଙ୍ଗଳର ପ୍ରତୀକ ମନେକରାଯାଇଥାଏ । ପୂଜାପାଠ, ହୋମ ଯଜ୍ଞରେ ନଡ଼ିଆ ଦରକାର ହୋଇଥାଏ । ମାଆ ତାରିଣୀଙ୍କର ନଡ଼ିଆ ହେଉଛି ଅତି ପ୍ରିୟ । ଅଗ୍ରପୂଜ୍ୟ ଗଣେଶଙ୍କର ମଧ୍ୟ ନଡ଼ିଆ ପ୍ରିୟ ଫଳ । ନଡ଼ିଆ ହେଉଛି ସମୃଦ୍ଧି ଓ ସୌଭାଗ୍ୟର ଚିହ୍ନ ।

ପଇଡ଼ ପାଣି ଓ ନଡ଼ିଆ ସଶ ଆମେ ଖାଦ୍ୟରୂପେ ବ୍ୟବହାର କରିଥାଉ । ପଇଡ଼ ପାଣିରୁ ପ୍ରତି ୧୦୦ ମି.ଲି.ରେ ୧୭.୪ କ୍ୟାଲୋରୀ ମିଳେ । ତା'ଛଡ଼ା ଏଥିରୁ ଶ୍ବେତସାର, ପୁଷ୍ଟିସାର, ଧାତବ ଲବଣ, ସୋଡିୟମ ପାଇଥାଉ । ନଡ଼ିଆ ସବୁ ଫଳଠାରୁ ଭିନ୍ନ ଅଟେ, କାରଣ କଷି ଥିବା ବେଳେ ଏଥିରେ କେବଳ ପାଣି ଥାଏ ଏବଂ ଯେତେବେଳେ ଏହା ଧିରେ ଧିରେ ପାକଳ ହୁଏ, ସେତେବେଳେ ତାହା ମଧ୍ୟରେ ସେହି ପାଣି ଥାଏ ଓ ଧଳା ରଙ୍ଗର ଏକ ସ୍ତର ତିଆରି ହୋଇଥାଏ । ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ । ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ ହୋଇଥାଏ ।

ନଡ଼ିଆ ଗଛଟି ମୁଖ୍ୟତଃ ଲମ୍ବା ହୋଇଥାଏ, ଏହା ପାଖାପାଖି ୩୦ ମିଟର ଯାଏ ଲମ୍ବା ହୋଇଥାଏ ।

ଜଳବାୟୁ,ମୃତ୍ତିକା

ନଡ଼ିଆ ଗଛ ଗ୍ରୀଷ୍ମ ମଣ୍ଡଳୀୟ ବୃକ୍ଷ । ନିଗିଡ଼ା, ଦୋରସା ବାଲି ଦୋରସା, ଅମ୍ଳତା ୪.୫ ରୁ ୬.୮, ମାଟିର ଗଭୀରତା ଅତି କମରେ ୧.୫ମି. ଓ ଭୂତଳ ଜଳସ୍ତର ୩.୫ମିଟର ମଧ୍ୟରେ ରହିଲେ ଏହି ଚାଷ ଭଲ ହୁଏ । କେବଳ ଗୋଟିଏ ଧାଡିରେ ନଡ଼ିଆ ଗଛ ଲଗାଉଥିଲେ ୬ମି.ଦୂରତାରେ ଲଗାଯାଏ ।

 

ଜଳସେଚନ

ଗଛ ପୋତିଲା ପରେ ଜଳସେଚନର ବ୍ୟବସ୍ଥା କରିବା ଉଚିତ । ବର୍ଷା ହେବା ପର୍ଯ୍ୟନ୍ତ ଅବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ ଓ ବର୍ଷା ଛାଡ଼ିଗଲା ପରେ ପ୍ରତି ୧୦-୧୫ ଦିନରେ ଆବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ । ବୁନ୍ଦା ଜଳସେଚନ ପଦ୍ଧତିରେ ମଧ୍ୟ ଜଳସେଚନ କରିଲେ ସୁଫଳମିଳିଥାଏ । ଗଛପ୍ରତି ବର୍ଷକୁ ପ୍ରାୟ ୨୦୦ନଡ଼ିଆ ଫଳେ ।

ନଡ଼ିଆ ଚାଷ ପାଇଁ ଖତ ଓ ରାସାୟନିକ ଉର୍ବରକ

ନଡ଼ିଆ ଚାଷରେ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ତଥା ଅଧିକ ପରିମାଣରେ ଉତ୍ପାଦନ ପାଇଁ ସନ୍ତୁଳିତ ମାତ୍ରାରେ ଖତ ଓ ଉର୍ବରକର ପ୍ରୟୋଗ କରାଯିବl ଆବଶ୍ୟକ । ବଡ ନଡ଼ିଆ ଗଛରେ ପ୍ରତି ବର୍ଷ ପ୍ରଥମ ବର୍ଷାର ପରେ ପରେ ୩୦ ରୁ ୪୦ କିଲୋ ସଢ଼ିଯାଇଥିବା ଗୋବର ଖତ ଅଥବା କମ୍ପୋଷ୍ଟ ପ୍ରୟୋଗ କରାଯିବା ଆବଶ୍ୟକ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments