News

କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ?

ଏଣିକି ଖାଉଟିମାନଙ୍କୁ ମିଳିଲା ଆଶ୍ବସ୍ତି । କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜି ସୋମବାର ଠୁ 36 ଟଙ୍କା କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର ।

01 August, 2022 3:31 PM IST By: Sudesna Nayak

ଏଣିକି ଖାଉଟିମାନଙ୍କୁ ମିଳିଲା ଆଶ୍ବସ୍ତି । କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର (Commercial Lpg Cylinder)ଦର । ଆଜି ସୋମବାର (Monday)ଠୁ 36 ଟଙ୍କା କମିଲା ବ୍ୟବସାୟିକ LPG ସିଲିଣ୍ଡର(Commercial Lpg Cylinder)ଦର ।

ସୂଚନା ଅନୁଯାୟୀ, କମର୍ସିଆଲ ଗ୍ୟାସ ସିଲିଣ୍ଡର (Commercial Lpg Cylinder)ର ମୂଲ୍ୟ ଆଜି ସୋମବାର (Monday)36 ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ପରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର (Commercial Lpg Cylinder)ର ମୂଲ୍ୟ ସିଲିଣ୍ଡର ପିଛା 1976 ଟଙ୍କା ରହିଛି । ଏହାର ମୂଲ୍ୟ 2012.50 ଟଙ୍କା ଥିଲା ।

ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର (Domestic Lpg Cylinder)ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଗତ ମାସ ଜୁଲାଇ (JULY)ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ (Domestic Lpg Cylinder)ବୃଦ୍ଧି ପାଇଥିଲା ।

ପ୍ରକାଶ ଥାଉ ଯେ, ଏହାପୂର୍ବରୁ ଦିଲ୍ଲୀ (Delhi)ରେ 14.2 କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର (Domestic Lpg Cylinder)ର ମୂଲ୍ୟ 1,00,3 ଟଙ୍କା ଥିଲା । ଦିଲ୍ଲୀରେ ଗତ ଏକ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ 215 ଟଙ୍କା ବୃଦ୍ଧି ପାଇଛି ।

LPG Cylinder: ଆଶ୍ବସ୍ତି! କମିଲା ଗ୍ୟାସ ଦର; ୧୩୫ ଟଙ୍କା ହ୍ରାସ

LPG Price Hike: ୫୦ ଟଙ୍କା ବଢିଲା ଗ୍ୟାସ ଦର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)