1. କୃଷି ଖବର

LPG Cylinder: ଆଶ୍ବସ୍ତି! କମିଲା ଗ୍ୟାସ ଦର; ୧୩୫ ଟଙ୍କା ହ୍ରାସ

କମିଲା ବ୍ୟବସାୟିକ LPG Cylinder ଦାମ୍‌ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍‌ 135 ଟଙ୍କା ହ୍ରାସ ପାଇଛି ।

Sudesna Nayak
Sudesna Nayak
LPG Cylinder rate reduced by 135 rupees on commercial cylinder know latest rates

LPG Cylinder rate reduced by 135 rupees on commercial cylinder know latest rates

କମିଲା ବ୍ୟବସାୟିକ LPG Cylinder ଦାମ୍‌ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍‌ (LPG cylinders Price) 135 ଟଙ୍କା ହ୍ରାସ ପାଇଛି ।

ସୂଚନା ଅନୁଯାୟୀ, ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ୧୯ କେଜି LPG Cylinder ଏବେ ୨,୨୧୯ ଟଙ୍କାରେ ବିକ୍ରି ହେବ । ସେହିପରି କୋଲକାତାରେ ଦର ୨,୩୨୨, ମୁମ୍ବାଇରେ ଦର ୨୧୭୧.୫୦ ଓ ଚେନ୍ନାଇରେ ୨୩୭୩ ଟଙ୍କାରେ ବିକ୍ରୟ ହେବ । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ ।

ତେବେ, ଘରୋଇ LPG Cylinder ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ ଚଳିତ ମାସ 1 ତାରିଖରେ ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର (LPG Cylinder) ଦରରେ 102.50 ଟଙ୍କା ବୃଦ୍ଧି ହୋଇଥିଲା । ଏହାପୂର୍ବରୁ ଏପ୍ରିଲ 1ରେ 19 କେଜି ଏଲପିଜି ସିଲିଣ୍ଡର ପିଛା 250 ଟଙ୍କା ବୃଦ୍ଧି ପାଇ 2,253 ଟଙ୍କାରେ ବିକ୍ରି ହେଉଥିଲା । ମାର୍ଚ୍ଚରେ କମର୍ସିଆଲ୍ ଏଲପିଜି ସିଲିଣ୍ତର ମୂଲ୍ୟ 105 ଟଙ୍କା ବୃଦ୍ଧି କରାଯାଇଥିଲା ।

ରନ୍ଧନ ଗ୍ୟାସ୍ (LPG) ର ମୂଲ୍ୟ ମେ ମାସରେ ଅନେକ ଥର ବୃଦ୍ଧି ପାଇଥିଲା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ମେ ମାସରେ, ଘରୋଇ LPG ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଲା, ଯାହା ଅଧୀନରେ ଘରୋଇ LPG ୭ ମଇରେ ୫୦ ଟଙ୍କା ବଢ଼ିଥିବା ବେଳେ ୧୯ ମଇରେ ମଧ୍ୟ ଏହା ୩.୫୦ ଟଙ୍କା ବୃଦ୍ଧି ପାଇଲା । ଯାହା ପରେ ଘରୋଇ LPG ୧୦୦୦ ଟଙ୍କା ଅତିକ୍ରମ କଲା। ମେ ୭ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ୧୦ ଟଙ୍କା ହ୍ରାସ ପାଇଥିବାବେଳେ ମେ ୧୯ ରେ ଏହାର ଦର ୮ ଟଙ୍କା ବୃଦ୍ଧି କରାଯାଇଥିଲା ।

କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG,ଜାଣନ୍ତୁ କେତେ?

ପେଟ୍ରୋଲ,ଡିଜେଲ ସହ ଏହି ସବୁ ସାମଗ୍ରୀରୁ କମିଲା ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments