1. କୃଷି ଖବର

ମୟୂରଭଞ୍ଜରେ ପିଏମ୍ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍ ଉପରେ ସମ୍ମିଳନୀ ଆୟୋଜିତ

ସହ ଅଧ୍ୟକ୍ଷତା କଲେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଞ୍ଝୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Mohan Charan Majhi)। ରାଜ୍ୟରେ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଓ ସଶକ୍ତ କରିବା ଏବଂ ସମନ୍ୱୟ ଆଣିବା ଲାଗି ଏକ ପ୍ରୟାସ।

Sudesna Nayak
Sudesna Nayak
Conclave on PM Vishwakarma–National SC-ST Hub organised in Baripada, Mayurbhanj, Odisha, pic credit-pib.gov.in

Conclave on PM Vishwakarma–National SC-ST Hub organised in Baripada, Mayurbhanj, Odisha, pic credit-pib.gov.in

ସହ ଅଧ୍ୟକ୍ଷତା କଲେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଞ୍ଝୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Mohan Charan Majhi)। ରାଜ୍ୟରେ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଓ ସଶକ୍ତ କରିବା ଏବଂ ସମନ୍ୱୟ ଆଣିବା ଲାଗି ଏକ ପ୍ରୟାସ।

ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସମ୍ମିଳନୀ କକ୍ଷ ଠାରେ ପିଏମ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍ ଉପରେ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଏକ ପ୍ରଦର୍ଶନୀର ଉଦଘାଟନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ଅଂଶୀଦାର, ହିତାଧିକାରୀ ଏବଂ ସରକାରୀ ଅଧିକାରୀମାନଙ୍କୁ ଏକତ୍ରିତ ହେବା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ଜାତୀୟ ଏସସି-ଏସଟି ହବ୍ ଭଳି ପ୍ରମୁଖ ପଦକ୍ଷେପ ଉପରେ ବିଚାରବିମର୍ଶ କରିଥିଲେ।

କେନ୍ଦ୍ର ଏମଏସଏମଇ (MSME)ମନ୍ତ୍ରୀ ଶ୍ରୀ ଜିତନ ରାମ ମାଞ୍ଝୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ସହଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଅତିଥିମାନେ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ ମଧ୍ୟ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଞ୍ଝି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିଯୁକ୍ତି ସୃଷ୍ଟି ଏବଂ ଜୀବିକା ନିର୍ବାହରେ ଏମଏସଏମଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ। ସାଧାରଣ ଲୋକଙ୍କୁ ସଶକ୍ତ କରିବା ଏବଂ ଜୀବିକା ନିର୍ବାହରେ ଉନ୍ନତି ଆଣିବାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଜାତୀୟ ଏସସି-ଏସଟି ହବ୍ ଯୋଜନାର ଗୁରୁତ୍ୱ ଏବଂ ଭୂମିକା ସହିତ କତା ବୋର୍ଡ ଏବଂ ଖଦୀର ଯୋଗଦାନ ଉପରେ ସେ ଆଲୋକପାତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ଏମଏସଏମଇର ପ୍ରୋତ୍ସାହନ ପାଇଁ ସେ ଏହି ଅଞ୍ଚଳକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏବଂ ୨୦୨୭-୨୮ ସୁଦ୍ଧା ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବା ଲାଗି ପରିକଳ୍ପନା କରିଛନ୍ତି। ଏହି ସଂକଳ୍ପକୁ ନେଇ ଏମଏସଏମଇ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ସବୁ ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଶ୍ରୀ ମାଞ୍ଝୀ ଆହୁରି କହିଥିଲେ, ଏମଏସଏମଇ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଉଲ୍ଲେଖନୀୟ ରହିଛି । ଏବେ ପ୍ରାୟ ସବୁ ଉଦ୍ୟୋଗୀ ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରୁଛନ୍ତି । ମନ୍ତ୍ରଣାଳୟର ପ୍ରୟାସକ୍ରମେ ଓଡ଼ିଶାର ଏମଏସଏମଇ କ୍ଷେତ୍ର ଆହୁରି ଆଗକୁ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ (Mohan Charan Majhi) ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଜାତୀୟ ଏସସି-ଏସଟି କେନ୍ଦ୍ର ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟର ସମର୍ଥନ ଓ ଏହାର ପଦକ୍ଷେପ ଦ୍ୱାରା ରାଜ୍ୟର ଲୋକମାନେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଶ୍ରୀ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମଧ୍ୟବିତ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏମଏସଏମଇ ମନ୍ତ୍ରଣାଳୟ ଓଡ଼ିଶା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଏବଂ ଏଠାରେ ପି.ଏମ୍. ବିଶ୍ୱକର୍ମା-ଜାତୀୟ ଏସସି-ଏସଟି କେନ୍ଦ୍ର ସମ୍ମିଳନୀ ଆୟୋଜନ କରିଛି।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଏମଏସଏମଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଗୃହ ନିର୍ମାଣ ଓ ସହରୀ ବିକାଶ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାଂସଦ ମମତା ମହାନ୍ତ, ଶିଳ୍ପ ଓ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, ପିଏମଇଜିପି ଏବଂ ଏସସି-ଏସଟି ହବ୍ ପଦକ୍ଷେପର ହିତାଧିକାରୀ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ, ଋଣ ଚେକ୍ ବଣ୍ଟନ ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ଇ-ପ୍ରମାଣପତ୍ର ବିତରଣ କରାଯାଇଥିଲା। ଜାତୀୟ ଏସସି-ଏସ୍.ଟି. ହବ୍ ହିତାଧିକାରୀ ଏବଂ ପି.ଏମ୍.ଇ.ଜି.ପି. ହିତାଧିକାରୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ୧୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦକ୍ଷତା ବିକାଶ, ଆର୍ଥିକ ସହାୟତା ଏବଂ ଟୁଲକିଟ୍ ସହିତ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ସମର୍ଥନ ଯୋଗାଇ ଦେଇଥାଏ। ସେହିପରି ଅକ୍ଟୋବର ୨୦୧୬ରେ ଆରମ୍ଭ ହୋଇଥିବା ଜାତୀୟ ଏସସି-ଏସଟି ହବ୍ କ୍ଷମତା ନିର୍ମାଣ, ବଜାର ସଂଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଋଣ ଉପଲବ୍ଧତା ମାଧ୍ୟମରେ ଏସସି/ଏସଟି ଉଦ୍ୟୋଗୀମାନଙ୍କୁ ସଶକ୍ତ କରିଥାଏ।

୬.୨୫ କୋଟିରୁ ଅଧିକ ଉଦ୍ୟୋଗ ଏବଂ ୨୬.୭ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଥିବା ଏମଏସଏମଇ କ୍ଷେତ୍ର ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଜି.ଡି.ପି. (GDP)ରେ ପ୍ରାୟ ୩୦ ପ୍ରତିଶତ ଏବଂ ରପ୍ତାନିରେ ୪୫ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାଏ।

pib.gov.in

ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ

ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିର୍ମଳଜିତ ସିଂଙ୍କ ନିଯୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ