ଭାରତରେ " ସବୁଜ ବିପ୍ଲବ " ର ଜନକ ଥିଲେ ଏମ.ଏସ. ସ୍ବାମୀନାଥନ । ଦେଶର କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ଏକ ପ୍ରକାର ପ୍ରମୁଖ ଭୂମିକା । ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସେ ହୋଇଥିଲେ ସହାୟକ l ସ୍ବାମୀନାଥନ ନିଜ ସାରା ଜୀବନ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ହିଁ କଠିନ ପରିଶ୍ରମ କରିବା ସହ ଚାଷୀଙ୍କ ହିତରେ ଏକ ସୁଚିନ୍ତିତ ନୀତି ଆଣିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଦେଶରେ । ସେହିପରି ଓଡିଶାରେ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ସେ ଏହି ରାଜ୍ୟର ଚାଷୀଙ୍କ ପାଇଁ ସର୍ବଦା ସହାୟତାର ହାତ ବଢାଇବାକୁ ପ୍ରସ୍ତୁତ ଥିଲେଦ୍ୱରା ।
ସ୍ବାମୀନାଥନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗବେଷଣାରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଚାଷୀଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ଥିଲା । ତାଙ୍କର ନିଧନ ଏବେ କୃଷି ବିଜ୍ଞାନରେ ଏକ ଅପୂରଣୀୟ କ୍ଷତି ବୋଲି କହିଲେ ଆତ୍ୟୁକ୍ତ ହେବ ନାହିଁ ।
ସେହିପରି ପଦ୍ମଶ୍ରୀ ଏମଏସ୍ ସ୍ବାମୀନାଥନଙ୍କ ଗୁରୁବାର ଚେନ୍ନାଇସ୍ଥିତ ତାଙ୍କ ବାସଭବନୋର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା। ସେ ୧୯୯୮ ମସିହାରେ ଜୟପୁରରେ ନିଜ ନାଁରେ ଗବେଷଣା କେନ୍ଦ୍ର ସ୍ଥାପନ କରିଥିଲେ। ୨୦୦୪ ମସିହାରେ ବିଜୁ ପଟ୍ଟନାୟକ ଜୈବବିବିଧତା କେନ୍ଦ୍ର ଏହା ପରିସରରେ ଆରମ୍ଭ ହୋଇଥିଲା ।
ତେବେ 'ସବୁଜ ବିପ୍ଳବ'ର ସଫଳତା ପାଇଁ କୃଷି ବୈଜ୍ଞାନିକ ଡକ୍ଟର ଏମ ଏସ ସ୍ୱାମୀନାଥନ୍ ଦୁଇ କେନ୍ଦ୍ର କୃଷି ମନ୍ତ୍ରୀ ସି ସୁବ୍ରମଣ୍ୟମ୍ ଏବଂ ଜଗଜୀବନ ରାମଙ୍କ ସହ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏହି କ୍ଷେତ୍ରରେ । ତେବେ ସ୍ୱାମୀନାଥନ ୧୯୭୨ରୁ ୧୯୭୯ ମସିହା ପର୍ଯ୍ୟନ୍ତ 'ଭାରତୀୟ ପରିଷଦ କୃଷି ଅନୁସନ୍ଧାନ'ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିବା ଦେଖିବାକୁ ମିଳେ । ସ୍ୱାମୀନାଥନ ହେଉଛନ୍ତି ଭାରତର ଜଣେ ମହାନ କୃଷି ବୈଜ୍ଞାନିକ । ଯିଏକି ଭାରତର କୃଷି କ୍ଷେତ୍ରରେ ଆଣିଥିଲେ ଏକ ବୈପ୍ଲବିକ ପରିବର୍ତ୍ତନ l ଯାହାର ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାରର ଧାନ ବିକଶିତ ହୋଇଥିଲା । ଯାହା ଭାରତର ସ୍ୱଳ୍ପ ଆୟକାରୀ କୃଷକମାନଙ୍କୁ ଅଧିକ ରୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରିଥିଲା ।
ତେବେ ଏମଏସ୍ ସ୍ୱାମୀନାଥନ ୭ ଅଗଷ୍ଟ ୧୯୨୫ ମସିହାରେ ତାମିଲନାଡୁର କୁମ୍ବାକୋଣମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଏମ.କେ ସାମ୍ବାସିଭାନ୍ ଯିଏକି ଜଣେ ସର୍ଜନ ଥିଲେ । ସେ କୁମ୍ବାକୋଣମ୍ ରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ ନିଜ ଜୀବନୀରେ । ୧୯୪୦ ମସିହାରେ ରେ, ସେ ଜଣେ ପୋଲିସ୍ ଅଧିକାରୀ ହେବା ପାଇଁ ମଧ୍ୟ ପରୀକ୍ଷା ଦେଇଥିବାର ସୂଚନା ରହିଛି । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପିତାଙ୍କ ଅଂଶଗ୍ରହଣ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ହେତୁ ତାଙ୍କର ଏମ.ଏସ.ଙ୍କର କୃଷି ପ୍ରତି ଆଗ୍ରହ ବଢିଥିଲା ।
ଏହି କାରଣରୁ ସେ କୃଷି କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିଥିଲେ ବୋଲି ଜଣାପଡ଼େ । ଅନ୍ୟପଟେ ସେ କୃଷି କ୍ଷେତ୍ରରେ ଦୁଇଟି ସ୍ନାତକ ଡିଗ୍ରୀ ହାସଲ କରିଥିବା ଦେଖିବକୁ ମିଳେ । ତାଙ୍କ ଉଦ୍ୟମ ଯୋଗୁଁ ସବୁଜ ବିପ୍ଳବ ହେତୁ ଭାରତ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପଥରେ ନିଜେ ଆଗକୁ ବଢିବାକୁ ସକ୍ଷମ ହୋଇଥିଲା । ସବୁଜ ବିପ୍ଳବ ଯୋଗୁଁ ଭାରତର ରୂପରେଖ ମଧ୍ୟ ବଦଳିଗଲା । ଯାହା କୃଷି କ୍ଷେତ୍ରରେ ସୃଷ୍ଟି କରିଥିଲା ଏକପ୍ରକାର ନୂଆପଥ ଏହି ଅବଦାନ ସବୁଦିନ ପାଇଁ l ଯାହାକି ଦେଶବାସୀଙ୍କର ସବୁଦିନ ପାଇଁ ମନେ ରହିବ ।
Share your comments