1. କୃଷି ଖବର

କଣ୍ଟ୍ରାକ୍ଟ କୃଷି କଣ ? ଚାଷୀଙ୍କ ରୋଜଗାରର ହେବ ବଡ ବିକଳ୍ପ

ଦେଶରେ ମଧ୍ୟ ଚାଷୀଙ୍କୁ କଣ୍ଟ୍ରାକ୍ଟ କୃଷି ସହିତ ସମୁହ ଗଠନ କରି ଚାଷ କରିବା ଦରକାର ବୋଲି କହିଛନ୍ତି ହରିୟାଣାର ମନ୍ତ୍ରୀ । କଣ୍ଟ୍ରାକ୍ଟ କୃଷଇରେ ସୌର ଧାନ ପ୍ଲଟ, ଗହମ ପ୍ଲଟ ଆଦି ଲଗାଇବା ଦ୍ବାରା ଅନେକ ଲାଭ ହେବ ।

Shuvanshu Kar
Shuvanshu Kar
contract farming can be a better option for farmers

contract farming can be a better option for farmers

କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଦିଗରୁ ପ୍ରୟାସ ହେଉଛି । ଏହି କ୍ରମରେ କଣ୍ଟ୍ରାକ୍ଟ କୃଷି( contract farming )କୁ ନେଇ ଏକ ପରାମର୍ଶ ଦେଇଛନ୍ତି ହରିୟାଣାର ମନ୍ତ୍ରୀ ଡ. ବନବାରୀ ଲାଲ । କଣ୍ଟ୍ରାକ୍ଟ କୃଷି( contract farming ) ଚାଷୀଙ୍କ ରୋଜଗାର ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ ବୋଲି ବନବାରୀ ଲାଲ କହିଛନ୍ତି ।

ମନ୍ତ୍ରୀ ବନବାରୀ ଲାଲ କହିଛନ୍ତି, ବିଦେଶରେ ଅନେକ ଚାଷୀ ସମୁହ ଗଠନ କରି ଚାଷୀ କରିଥାନ୍ତି । ଏଥିରେ ଚାଷ ସହ ଜଡିତ ଭିନ୍ନ ଭିନ୍ନ କାର୍ଯ୍ୟକୁ ଶ୍ରେଣୀରେ ବିଭାଜିତ କରି କରାଯାଏ । ଆମ ଦେଶରେ ମଧ୍ୟ ଚାଷୀଙ୍କୁ କଣ୍ଟ୍ରାକ୍ଟ କୃଷି( contract farming ) ସହିତ ସମୁହ ଗଠନ କରି ଚାଷ କରିବା ଦରକାର ବୋଲି କହିଛନ୍ତି ହରିୟାଣାର ମନ୍ତ୍ରୀ । କଣ୍ଟ୍ରାକ୍ଟ କୃଷି( contract farming )ରେ ସୌର ଧାନ ପ୍ଲଟ, ଗହମ ପ୍ଲଟ ଆଦି ଲଗାଇବା ଦ୍ବାରା ଅନେକ ଲାଭ ହେବ । ଇଟାଲି ଓ ଜର୍ମାନୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀ ସାମ୍ବାଦିକଙ୍କ ସହ ନିଜ ମତ ବାଣ୍ଟିଛନ୍ତି ।

ମନ୍ତ୍ରୀ ଯେଉଁଭଳି ଭାବରେ କଣ୍ଟ୍ରାକ୍ଟ କୃଷିର ପ୍ରଶଂସା କରିଛନ୍ତି, ଏଥିରୁ ମନେହେଉଛି ଯେ ଏହି ଦିଗରେ ରାଜ୍ୟ ସରକାର ଆଗକୁ ବଢିପାରନ୍ତି । ମନ୍ତ୍ରୀ ବନବାରୀ ଲାଲ କହିଛନ୍ତି ବିଦେଶ ଗସ୍ତ ସମୟରେ ସେ ଦେଖିଛନ୍ତି ଯେ ବିଦେଶରେ ସୋରିଷ ଭଳି ଅନ୍ୟ ଗଛର ମଞ୍ଜିରୁ ତେଲ ଓ ବାୟୋଡିଜେଲ ପ୍ରସ୍ତୁତ କରିହେଉଛି । ଆମେ ମଧ୍ୟ ସୋରିଷ ଉପରେ ଅନୁସନ୍ଧାନ କରି ବାୟୋ ଡିଜେଲର ବିକଳ୍ପ ଖୋଜିବାର କାର୍ଯ୍ୟ ଆରମ୍ଭ କରିଛୁ ।

ଚାଷଙ୍କ ଲାଭ ବୃଦ୍ଧି ପାଇଁ ଫସଲକୁ ସିଧଆ ସଳଖ ମଣ୍ଡି କିମ୍ବା ବଜାରରେ ବିକ୍ରି କରିବା ପ୍ରତିବଦଳରେ ନିଜେ ଏଫପିଓ ଗଠନ କରି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସରକାର ଏଭଳି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ପାଦ ଆଧାରିତ ବ୍ଲକ ସ୍ତରୀୟ କ୍ଲଷ୍ଟର ସ୍ଥାପନ କରୁଛନ୍ତି ।

ଡ. ବନବାରୀ ଲାଲ କହିଛନ୍ତି, ଇଟାଲୀ ଓ ଜର୍ମାନୀରେ ଚାଷୀ ଅର୍ଗାନିକ ଚାଷ ଦିଗରେ ଆଗକୁ ବଢୁଛନ୍ତି । ଆରମ୍ଭରେ ଏହି ଚାଷର ଉତ୍ପାଦନ କମ ହୋଇଥାଏ । ହେଲେ ରାଜ୍ୟରେ ବିଭିନ୍ନ ଯୋଜନା ଆଧାରରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଭଭିଷ୍ୟତରେ ଯଦି ଚାଷୀ ଅର୍ଗାନିକ ଚାଷ ଦିଗରେ ଆଗକୁ ବଢୁଛନ୍ତି, ତାହେଲେ ରାଜ୍ୟ ସରକାର ଅନେକ ନୂଆ ଯୋଜନା ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

'ପ୍ରାକୃତିକ କୃଷିରେ ଓଡିଶାକୁ ସହଯୋଗ କରିବ କେନ୍ଦ୍ର'

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments