1. କୃଷି ଖବର

ମହଙ୍ଗା ମାଡ଼ରୁ ମିଳିଲା ଆଶ୍ୱସ୍ତି : ଶସ୍ତା ହେଲା ଖାଇବା ତେଲ

ମହଙ୍ଗା ମାଡରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । କମିଲା ଖାଇବା ତେଲ ଦର । ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କଲେ ତେଲ କମ୍ପାନୀ ।

Sudesna Nayak
Sudesna Nayak
cooking oils to get cheaper by next week as brands cut mrps by up to

cooking oils to get cheaper by next week as brands cut mrps by up to

ମହଙ୍ଗା ମାଡରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । କମିଲା ଖାଇବା ତେଲ ଦର (cooking oils) । ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କଲେ ତେଲ କମ୍ପାନୀ ।

ସୂଚନା ଅନୁଯାୟୀ, ସୂର୍ଯ୍ୟମୂଖୀ (sunflower oil),ସୋୟାବିନ୍ (soyabean oil),ସୋରିଷ ତେଲ (Mustard Oil) ଓ ପାମ୍ ତେଲ (palm oil)ର ଦର ହ୍ରାସ ପାଇଛି । ଧାରା ବ୍ରାଣ୍ଡରେ ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ସୋରିଷ, ସୋୟାବିନ୍ ଓ ସୂର୍ଯ୍ୟମୂଖୀ ତେଲ (sunflower oil) ଦର ହ୍ରାସ କରିଛି । ସବୁ ତେଲର ଦାମ୍ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଖୁବ୍ ଶୀଘ୍ର ଶସ୍ତା ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସେହିପରି ପାମ୍ ଅଏଲ (palm oil) ମଧ୍ୟ ୭ରୁ ୮ ଟଙ୍କା ଶସ୍ତା ହୋଇଛି । ଏହା ସହ ଫ୍ରିଡମ୍ ବ୍ରାଣ୍ଡରେ ଆସୁଥିବା ସବୁ ତେଲ ଦର (cooking oils)ମଧ୍ୟ ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ହାଇଦ୍ରାବାଦ ସ୍ଥିତ କମ୍ପାନୀ ଜେମିନି ପକ୍ଷରୁ ଗତ ସପ୍ତାହରେ ଫ୍ରିଡମ୍ ସୂର୍ଯ୍ୟମୂଖୀ ତେଲ (sunflower oil) ୧୫ ଟଙ୍କା ହ୍ରାସ କରିଥିଲା । ଏହି କମ୍ପାନୀ ଆଗାମୀ ଦିନରେ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିବାକୁ ଯାଉଛି ।

ପ୍ରକାଶ ଥାଉ ଯେ, କିଛି ଦିନ ହେବ ସୂର୍ଯ୍ୟମୂଖୀ ତେଲ (sunflower oil)ର ଆମଦାନୀ ରୁଷ ଓ ଆର୍ଜେଂଟିନା ପରି ଦେଶରୁ ବୃଦ୍ଧି ପାଇଛି । ଯାହାର ପ୍ରଭାବ ତେଲ ଦର (cooking oils)ଉପରେ ଦେଖିବାକୁ ମିଳିଛି ।

ଶସ୍ତା ହେବ ଖାଇବା ତେଲ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

Edible Oil:ହୋଲି ପୂର୍ବରୁ ଗ୍ରାହକଙ୍କୁ ଖୁସି ଖବର; ଶସ୍ତା ହେଲା ଖାଇବା ତେଲ,ଜାଣନ୍ତୁ କେତେ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments