ସମିତି ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ଏକ ବିକେନ୍ଦ୍ରୀଭୂତ ମୌଳିକ ଅନୁଷ୍ଠାନ ବୋଲି କୁହାଯାଏ । ଗ୍ରାମଅର୍ଥନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏହାର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ । ଗ୍ରାମାଞ୍ଚଳରେ ଚାଷୀମାନେ ମିଶି ସମବାୟ ଆଇନ ଅନୁମୋଦିତ ପନ୍ଥାରେ ଯେଉଁ ଅନୁଷ୍ଠାନ ପ୍ରତିଷ୍ଠା କରନ୍ତି ତାହାକୁ ସେବା ସମବାୟ ସମିତି ବୋଲି କୁହାଯାଏ । ଏହି ସମିତିର ସଭ୍ୟମାନଙ୍କୁ କୃଷି ଉତ୍ପାଦନ ନିମିତ୍ତ ବଳକା କୃଷିଜାତ ଦ୍ରବ୍ୟ ବିକ୍ରୟ ଏବଂ ପୁନଃବଣ୍ଟନର ବ୍ୟବସ୍ଥା କରିଥାଏ ।
ଏହି ସମିତି ଜରିଆରେ ଖାଉଟିମାନଙ୍କୁ ନିତ୍ୟ ଆଞ୍ଚଳିକ ବାଣିଜ୍ୟରୁ ଉନ୍ନତ ବିହନ, କୃଷି ସାର, କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ସୁଲଭ ମୂଲ୍ୟରେ ଯୋଗାଇଥାଏ । ଏହାଛଡା ପାଇକାରୀ ଖାଉଟି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖରିଦ କରି ସଭ୍ୟମାନଙ୍କୁ ଉଚିତ ମୂଲ୍ୟରେ ଯୋଗାଇ ଦେଇଥାଏ । ସେହିପରି ଏଫପିଓ ହେଉଛି ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ ସୃଷ୍ଟି କରିବାର ମାଧ୍ୟମ l ଚାଷୀଙ୍କୁ ଅମଳ ଖାଦ୍ୟ ପଦାର୍ଥ ଓ ଶସ୍ୟ ଉପରେ ଉଚିତ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହୋଇଥାଏ l ଦେଶରେ ଏହି ସଂସ୍ଥା ୧୦ ହଜାରଟି ରହିଛି ଯାହା ଚାଷୀଙ୍କୁ ନିରନ୍ତର ସେବା ପ୍ରଦାନ କରୁଛି l
ତେବେ ଆଜିର ତୃତୀୟ ଆଲୋଚନା ଚକ୍ରର ବିଷୟବସ୍ତୁ ରହିଛି " କୃଷି ସ୍ଥିରତା ପାଇଁ ସ୍ତମ୍ଭ ହେଉଛି "ସମବାୟ ସମିତି ଏବଂ ଏଫପିଓ " l ଆଉ ଏହି ଚର୍ଚ୍ଚାରେ ଅନେକ ବିଶିଷ୍ଟ ବ୍ୟକ୍ତି ଭାଗ ନେଇଥିଲେ l ଡାକ୍ତର ଏସକେ. ଗୋୟଲ ( former additional chief secretary , agriculture , maharastra ) ,ଦୟାଶଙ୍କର ସିଂ ( president , fpo association of UP ) ,ଅତୁଲ କ୍ରିଷ୍ଣା ଅବସ୍ଥି ( Tafari FPC ), କାପଟ୍ୟାନ ପଚୟୁଦି ( CEO , FPO , Aligarh ), ବିଜୟ ସାରଦାନା ( advocate , supreme court and techno-legal expert ) l
ଏଥିରେ ଥିବା ସମସ୍ତ ପେନାଲିଷ୍ଟମାନେ ସମବାୟ ସମିତି ଏବଂ ଏଫପିଓ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ l ଏହା କିପରି ଚାଷୀଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସହାୟକ ହେଉଛି ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ଅଧିକ ରୁ ଅଧିକ ଚାଷୀ କିପରି ଏଫପିଓ ରେ ଯୋଡି ହେବେ ଯାହା ଆଗାମୀ ଭବିଷ୍ୟତ ଚାଷ କ୍ଷେତ୍ରରେ ଆହୁରି ଅଧିକ ଲାଭ କରିବ ସେଥିପ୍ରତି ଦୃଷ୍ଟିଗୋଚର କରିଥିଲେ l
Share your comments