1. କୃଷି ଖବର

କୃଷି ସ୍ଥିରତା ପାଇଁ ସ୍ତମ୍ଭ ହେଉଛି "ସମବାୟ ସମିତି ଏବଂ ଏଫପିଓ"

ସମିତି ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ଏକ ବିକେନ୍ଦ୍ରୀଭୂତ ମୌଳିକ ଅନୁଷ୍ଠାନ ବୋଲି କୁହାଯାଏ । ଗ୍ରାମଅର୍ଥନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏହାର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ । ଗ୍ରାମାଞ୍ଚଳରେ ଚାଷୀମାନେ ମିଶି ସମବାୟ ଆଇନ ଅନୁମୋଦିତ ପନ୍ଥାରେ ଯେଉଁ ଅନୁଷ୍ଠାନ ପ୍ରତିଷ୍ଠା କରନ୍ତି ତାହାକୁ ସେବା ସମବାୟ ସମିତି ବୋଲି କୁହାଯାଏ ।

Tanushree Mahapatra
Tanushree Mahapatra
cooperatives and fpo pillars for ensuring stability and growth

cooperatives and fpo pillars for ensuring stability and growth

ସମିତି  ଗ୍ରାମ୍ୟ  ସ୍ତରରେ  କାର୍ଯ୍ୟରତ ଏକ ବିକେନ୍ଦ୍ରୀଭୂତ ମୌଳିକ ଅନୁଷ୍ଠାନ ବୋଲି କୁହାଯାଏ । ଗ୍ରାମଅର୍ଥନୀତିରେ  ବୈପ୍ଳବିକ  ପରିବର୍ତ୍ତନ  ଆଣିବାରେ   ଏହାର  ଭୂମିକା  ଅତି ଗୁରୁତ୍ଵପୂର୍ଣ୍ଣ । ଗ୍ରାମାଞ୍ଚଳରେ  ଚାଷୀମାନେ   ମିଶି  ସମବାୟ  ଆଇନ  ଅନୁମୋଦିତ  ପନ୍ଥାରେ ଯେଉଁ  ଅନୁଷ୍ଠାନ  ପ୍ରତିଷ୍ଠା  କରନ୍ତି  ତାହାକୁ  ସେବା  ସମବାୟ  ସମିତି  ବୋଲି କୁହାଯାଏ   । ଏହି  ସମିତିର  ସଭ୍ୟମାନଙ୍କୁ  କୃଷି  ଉତ୍ପାଦନ  ନିମିତ୍ତ  ବଳକା  କୃଷିଜାତ  ଦ୍ରବ୍ୟ  ବିକ୍ରୟ  ଏବଂ ପୁନଃବଣ୍ଟନର ବ୍ୟବସ୍ଥା  କରିଥାଏ ।

ଏହି ସମିତି  ଜରିଆରେ  ଖାଉଟିମାନଙ୍କୁ  ନିତ୍ୟ  ଆଞ୍ଚଳିକ  ବାଣିଜ୍ୟରୁ ଉନ୍ନତ  ବିହନ, କୃଷି ସାର, କୀଟନାଶକ ଔଷଧ  ଓ  କୃଷି  ଯନ୍ତ୍ରପାତି  ସୁଲଭ  ମୂଲ୍ୟରେ  ଯୋଗାଇଥାଏ । ଏହାଛଡା  ପାଇକାରୀ ଖାଉଟି  ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖରିଦ  କରି  ସଭ୍ୟମାନଙ୍କୁ  ଉଚିତ  ମୂଲ୍ୟରେ ଯୋଗାଇ ଦେଇଥାଏ   । ସେହିପରି ଏଫପିଓ ହେଉଛି ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ ସୃଷ୍ଟି କରିବାର ମାଧ୍ୟମ l ଚାଷୀଙ୍କୁ ଅମଳ ଖାଦ୍ୟ ପଦାର୍ଥ ଓ ଶସ୍ୟ ଉପରେ ଉଚିତ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହୋଇଥାଏ l ଦେଶରେ ଏହି ସଂସ୍ଥା ୧୦ ହଜାରଟି ରହିଛି ଯାହା ଚାଷୀଙ୍କୁ ନିରନ୍ତର ସେବା ପ୍ରଦାନ କରୁଛି l

ତେବେ ଆଜିର ତୃତୀୟ ଆଲୋଚନା ଚକ୍ରର ବିଷୟବସ୍ତୁ ରହିଛି " କୃଷି ସ୍ଥିରତା ପାଇଁ ସ୍ତମ୍ଭ ହେଉଛି "ସମବାୟ ସମିତି ଏବଂ ଏଫପିଓ " l ଆଉ ଏହି ଚର୍ଚ୍ଚାରେ ଅନେକ ବିଶିଷ୍ଟ ବ୍ୟକ୍ତି ଭାଗ ନେଇଥିଲେ l ଡାକ୍ତର ଏସକେ. ଗୋୟଲ  ( former additional chief secretary , agriculture , maharastra )  ,ଦୟାଶଙ୍କର ସିଂ ( president , fpo association of UP ) ,ଅତୁଲ କ୍ରିଷ୍ଣା ଅବସ୍ଥି ( Tafari FPC  ), କାପଟ୍ୟାନ ପଚୟୁଦି ( CEO , FPO , Aligarh ), ବିଜୟ ସାରଦାନା (  advocate , supreme court and techno-legal expert ) l

ଏଥିରେ ଥିବା ସମସ୍ତ ପେନାଲିଷ୍ଟମାନେ ସମବାୟ ସମିତି ଏବଂ ଏଫପିଓ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ l ଏହା କିପରି ଚାଷୀଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସହାୟକ ହେଉଛି ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ଅଧିକ ରୁ ଅଧିକ ଚାଷୀ କିପରି ଏଫପିଓ ରେ ଯୋଡି ହେବେ ଯାହା ଆଗାମୀ ଭବିଷ୍ୟତ ଚାଷ କ୍ଷେତ୍ରରେ ଆହୁରି ଅଧିକ ଲାଭ କରିବ ସେଥିପ୍ରତି ଦୃଷ୍ଟିଗୋଚର କରିଥିଲେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments