News

କପା ତୁଳା ଦରେ ବଡ ହ୍ରାସ ଆଶଙ୍କା

ଘରୋଇ ବଜାରରେ କପା ତୁଳାର ଦାରରେ ବଡ ହ୍ରାସର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ କମ ଅବଧି, ଅର୍ଥାତ 1ରୁ 2 ମାସରେ ତୁଳା ମୂଲ୍ୟ ହ୍ରାସ ପାଇଁ 170 କିଲୋଗ୍ରାମ ପିଛା 40 ହଜାର ଟଙ୍କାକୁ ଖସିଆସିବ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଏହାର ଦର 445000 ଟଙ୍କା ପାଖାପାଖି ରହିଛି ।

03 June, 2022 4:22 PM IST By: Shuvanshu Kar

ଘରୋଇ ବଜାରରେ କପା ତୁଳାର ଦର(cotton prices )ରେ ବଡ ହ୍ରାସର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ କମ ଅବଧି, ଅର୍ଥାତ 1ରୁ 2 ମାସରେ ତୁଳା ମୂଲ୍ୟ ହ୍ରାସ ପାଇଁ 170 କିଲୋଗ୍ରାମ ପିଛା 40 ହଜାର ଟଙ୍କାକୁ ଖସିଆସିବ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଏହାର ଦର 445000 ଟଙ୍କା ପାଖାପାଖି ରହିଛି ।

ଅନ୍ୟପକ୍ଷେ ବର୍ତ୍ତମାନ ହାଇବ୍ରିଡ 6 କପା ତୁଳାର ଦର(cotton prices) ଜାନୁଆରୀ 2021 ତୁଳନାରେ 108 ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ପ୍ରତି 356 କିଲୋଗ୍ରାମ ପିଛା 96,000 ଟଙ୍କାରେ ପହଞ୍ଚିଛି । ହେଲେ ଦର 1,00,000 ଟଙ୍କା ରେକର୍ଡ ସ୍ତରରୁ ତଳେ ଅଛି ।

ହାଇବ୍ରିଡ 6 ତୁଳା ସବୁଠୁ ଅଧିକ ରପ୍ତାନି ହେଉଥିବା ତୁଳା ମଧ୍ୟରେ ଏକ ଉତ୍ତମ କିସମ । ମେ 17ରେ 170 କିଲୋଗ୍ରାମ ପିଛା 50,330 ଟଙ୍କା ଛୁଇଁବା ପରେ କମୋଡିଟି ଏକ୍ସଚେଞ୍ଜ ଏମସିଏକ୍ସରେ ତୁଳା ଜୁନରେ ପାଖାପାଖି 12.2 ପ୍ରତିଶତ ହ୍ରାସ ପାଇସାରିଛି । ବର୍ତ୍ତମାନ ସମୟରେ ଏହାର ଦର 44, 190 ଟଙ୍କା ପାଖାପାଖି ରହିଛି ।

ବିଶ୍ବ ଅଭିବୃଦ୍ଧି ଚିନ୍ତା, ସରକାରଙ୍କ ଦ୍ବାରା ଶୁଳ୍କ ମୁକ୍ତ ତୁଳା ଆମଦାନୀ ନୀତିର ଘୋଷଣା ପରେ ଆମଦାନୀରେ ବୃଦ୍ଧି, ସାମାନ୍ୟ ମୌସୁମୀ ବର୍ଷା ଅନୁମାନ କାରଣରୁ ତୁଳା ବିକ୍ରି ଉପରେ ଚାପ ରହିଛି । ଦର ହ୍ରାସ ନେଇ ଆଗରୁ ମଧ୍ୟ ଚେତାବନୀ ଜାରି କରାଯାଇଥିଲା ।

ଆଗାମୀ ଦିନରେ ବଜାରରେ ମାନ୍ଦାବସ୍ଥାର ସଙ୍କେତ ମିଳୁଛି । ଆମେରିକା ଅର୍ଥବ୍ୟବସ୍ଥାରେ ଆଶଙ୍କା ରହିଥଇବା ମାନ୍ଦାବସ୍ଥାକୁ ନେଇ ପ୍ରାଥମିକ ସଙ୍କେତ ସହ ଚିନ୍ତା ଲାଗି ରହିଛି । ଏଭଳି ସ୍ଥିତିରେ ଯଦି ମାନ୍ଦାବସ୍ଥା ଆସେ ତେବେ ଔଦଗିକ ବସ୍ତୁ ଦର ହ୍ରାସ ହୋଇପାରେ । ଏହି ପରିସ୍ଥିତିରେ କପା ତୁଳାର ଦର ମଧ୍ୟ ହ୍ରାସ ପାଇବ ।

ବ୍ୟବସାୟୀର ଖୋରାକ ଯୋଗାଉଛି କପା ଚାଷ

କପା ଉତ୍ପାଦନକାରୀ ଦେଶମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଭାରତୀୟ ବ୍ୟବସାୟୀ ଓ ମିଲଗୁଡିକ ଶୁଳ୍କ ହଟାଇବା ପରେ କପା ତୁଳାର ଆମଦାନୀ ବୃଦ୍ଧି ପାଇଛି । ତୁଳାର ଅଧିକାଂଶ ଆମଦାନୀ ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ ଓ ପଶ୍ଚିମ ଆଫ୍ରିକୀୟ ଦେଶରୁ ହେଉଛି । ଭାରତରେ ସ୍ଥାନୀୟ ରୂପେ ଏହାର ଉତ୍ପାଦନ କମ ହୋଇଥାଏ ।