1. କୃଷି ଖବର

ଓଡ଼ିଶାରୁ ବାଂଲାଦେଶ କପା ପରିବହନ

ଓଡ଼ିଶାରୁ କପା ବିଭିନ୍ନ ରାଜ୍ୟକୁ ରପ୍ତାନୀ କରାଯାଏ l ଏହା ସହିତ ବାଂଲାଦେଶକୁ ମଧ୍ୟ କପା ରପ୍ତାନୀ କରାଯାଏ, କିନ୍ତୁ ଆଗରୁ ସଡ଼କ ପଥରେ ବାଂଲାଦେଶକୁ କପା ପରିବହନ କରାଯାଉଥିବା ବେଳେ ଏବେ ରେଳ ମାଧ୍ୟମରେ କପା ରପ୍ତାନୀ କରିବାର ଶୁଭାରମ୍ଭ କରାଯାଇଛି l କପା ରପ୍ତାନୀ କ୍ଷେତ୍ରରେ ଏହା ଏକ ଶୁଭ ସୂଚକ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏହା ଦ୍ୱାରା ସମୟ କମ ଦରକାର ହେଉଛି ଏବଂ ବ୍ୟୟ ମଧ୍ୟ ତୁଳନାତ୍ମକ ଭାବରେ କମ ରହୁଛି l ସଡ଼କ ପଥ ଅପେକ୍ଷା ରେଳ ଯୋଗେ କପା ପରିବହନ ଅଧିକ ସୁରକ୍ଷିତ ଅଟେ l

Sugyan Kumar Nayak
Sugyan Kumar Nayak
Cotton Transportation

ଏହି ସମସ୍ତ କପା ଗାଣ୍ଠିଗୁଡ଼ିକୁ କଳାହାଣ୍ଡିର ଜୁନାଗଡ଼ ଷ୍ଟେସନରୁ ବାଂଲାଦେଶର ବେଣାପୋଲ ଷ୍ଟେସନକୁ ନିଆଯାଉଛି l କଟନ କର୍ପୋରେସନ ଅଫ ଇଣ୍ଡିଆ (ସିସିଆଇ) ଏହାର ସମସ୍ତ ବ୍ୟବସ୍ଥା କରିଛନ୍ତି l ସିସିଆଇ ଠାରୁ ପ୍ରାପ୍ତ ବିବରଣୀ ଅନୁସାରେ, କୋଲକାତାର ଜନୈକ କପା ବ୍ୟବସାୟୀ ତାଙ୍କର ବାଂଲାଦେଶ ଗ୍ରାହକମାନଙ୍କ ନିମନ୍ତେ ଏହି କପା ସଂଗ୍ରହ କରିଛନ୍ତି l  ରେଳ ଯୋଗେ ୨୪୭୧.୫ ମେଟ୍ରିକ କପା ପରିବହନ କରାଯାଉଛି l ଏହି ସମସ୍ତ କପାକୁ ୪୨ଟି ଡବାରେ ପ୍ୟାକ କରାଯାଇଛି l 

ପ୍ରାପ୍ତ ବିବରଣୀ ଅନୁସାରେ ଓଡ଼ିଶାରେ ମୁଖ୍ୟତଃ ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ନୂଆପଡା, ସୋନପୁର, ବରଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ବୌଦ୍ଧ, କନ୍ଧମାଳ ଇତ୍ୟାଦି ଜିଲ୍ଲାଗୁଡ଼ିକରେ କପା ଚାଷ କରାଯାଉଛି l ଗତବର୍ଷ ୧.୬୯ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୧.୭୧ ଲକ୍ଷ ହେକ୍ଟରରେ କପାଚାଷ କରାଯାଇଛି l ଧୀରେ ଧୀରେ କପା ଚାଷରେ ରାଜ୍ୟ ଆଗକୁ ବଢୁଛି l ସେହି ଅନୁସାରେ ୨୦୧୬-୧୭ ବର୍ଷ ଠାରୁ କପା ଉତ୍ପାଦନ ବୃଦ୍ଧି ପାଉଛି l  ୨୦୧୬-୧୭ ବର୍ଷରେ ୩, ୮୨, ୩୭୦ କପା ଗାଣ୍ଠି ସଂଗ୍ରହ ହୋଇଥିଲା ବେଳେ ୨୦୧୯-୨୦ ବର୍ଷରେ ୫, ୭୮, ୫୦୦ ଗାଣ୍ଠି କପା ସଂଗ୍ରହ ହୋଇଥିଲା l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments