
country largest steel plant to come in kendrapara
କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା, ୧୬ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ।
କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଷ୍ଟିଲ୍ ପ୍ଲାଣ୍ଟ । ଆଜି(ଶନିବାର) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟଅଧିକାରୀଙ୍କ ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି । ଏନେଇ ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ୧୬ହଜାରରୁ ଊର୍ଦ୍ଧ୍ଵ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ପାରିବ ।
ବର୍ତ୍ତମାନ ଅନୁମୋଦିତ ପ୍ରକଳ୍ପ ଦେଶର ମାନୁଫେକ୍ଚରିଂ ସେକ୍ଟରରେ ସବୁଠାରୁ ବଡ଼ ପ୍ରକଳ୍ପ ଅଟେ । କେନ୍ଦ୍ରାପଡ଼ା କମ୍ପ୍ଲେକ୍ସରେ AMNS ଗ୍ରୀନ୍ ଷ୍ଟିଲ ମେକିଂ ଜ୍ଞାନକୌଶଳରେ ବାର୍ଷିକ ବିଭିନ୍ନ ଗ୍ରେଡର ୨୪ ନିୟୁତ ଟନ ଷ୍ଟିଲ ଉତ୍ପାଦନ କରିବ । ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନ ହେବ । ଯାହା ଦେଶର ସବୁଠାରୁ ସର୍ବାଧିକ ସିମେଣ୍ଟ ଉତ୍ପାଦନକାରୀ ପ୍ଲାଣ୍ଟ ହେବ । ଷ୍ଟିଲ କମ୍ପ୍ଲେକ୍ସ ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ AMNS ଡାଉନ୍ଷ୍ଟ୍ରିମ ପାର୍କ ବିକଶିତ କରିବ । ଷ୍ଟିଲ ତିଆରିରେ ସହଯୋଗ ଲାଗି ବହୁ ସଂଖ୍ୟାରେ ଆନସିଲାରୀ ମାନୁଫେକ୍ଚରିଂ କମ୍ପାନୀ ମେଗା ପ୍ରକଳ୍ପ ଅଞ୍ଚଳରେ ନିଜ ୟୁନିଟ୍ ପ୍ରତିଷ୍ଠା କରିବେ ।
କେନ୍ଦ୍ରାପଡ଼ାରେ ପ୍ରକଳ୍ପ ପାଇଁ AMNS ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲା । ଗତ ଅଗଷ୍ଟ ମାସରେ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନିୱାସ ମିତ୍ତଲ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବର୍ତ୍ତମାନ ହାଇଲେଭଲ କ୍ଲିଅରାନ୍ସ ଅଥରିଟିରୁ ମିଳିଛି ଅନୁମତି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ର ପ୍ରକଳ୍ପ ଯୋଗୁଁ କେନ୍ଦ୍ରାପଡ଼ାର ସାମଗ୍ରିକ ବିକାଶ ହୋଇ ପାରିବ। ବିଶ୍ୱ ଇସ୍ପାତ ଉତ୍ପାଦନ ମାନଚିତ୍ରରେ ଏହି କାରଖାନା କେନ୍ଦ୍ରାପଡ଼ା ଓ ଓଡ଼ିଶାକୁ ଦେବ ସ୍ୱତନ୍ତ୍ର ପରିଚୟ ।
AMNS ନିବେଶ ସହ ଗତ ୧୨ ମାସରେ ରାଜ୍ୟରେ ୨ ଲକ୍ଷ ୭୦ ହଜାର କୋଟି ଟଙ୍କାର ନିବେଶ ଆକୃଷ୍ଟ କରିପାରିଛି ଓଡ଼ିଶା । ୧ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ଦେଶରେ ସର୍ବାଧିକ ଷ୍ଟିଲ ଉତ୍ପାଦନକାରୀ ରାଜ୍ୟ। ଏପରି ବୃହତ ନିବେଶ ଦ୍ୱାରା ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡ଼ିଶା ।
କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିଜ କାରଖାନା ପ୍ରତିଷ୍ଠା ସହ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ ।
ଓଡ଼ିଶାରେ ମେଗା ନିଯୁକ୍ତି: ୬,୧୩୧ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି
Share your comments